Advertisment

ବିଶ୍ୱର ସବୁଠୁ ମହଙ୍ଗା ବିଅର, ଦାମ୍‌ ଶୁଣିଲେ ଉଡ଼ିବ ହୋସ୍‌

ସାମାନ୍ୟ ଗୋଟିଏ ବିଅର ବଟଲର ଦାମ୍‌ ଏତେ ଟଙ୍କା ହେବାର କାରଣ କଣ ?

ଅଦ୍ୟତନ ହୋଇଛି
Expensive beer

Expensive beer

Advertisment

ଦାମିକିଆ ବିଅର୍‌ କେବେ ଦେଖିଛନ୍ତି ନା ଶୁଣିଛନ୍ତି ? ଏବେ ଏମିତି ଏକ ବିଅର ବିଷୟରେ କହିବୁ, ଯାହାର ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍ । ହଜାରେ କି ଲକ୍ଷେ ନୁହେଁ, ଗୋଟିଏ ବିଅର୍‌ର ରେଟ୍‌ ୪ କୋଟି ଟଙ୍କା। ଯୁବପିଢିଙ୍କ ପାଇଁ ଏବେ ମଦ୍ୟପାନ ଗୋଟିଏ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ବିଭିନ୍ନ ପ୍ରକାରର ବ୍ରାଣ୍ଡ୍‌ର ମଦ ପିଉଛନ୍ତି। ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି। ଆଲକହଲ ଯୁକ୍ତ ପାନୀୟ ସାମଗ୍ରୀ ୱାଇନ୍ସ, ହ୍ୱିସ୍କି, ସାମ୍ପେନ୍‌ ଏବଂ ସ୍କଚ୍‌ ଏମିତି ବିଭିନ୍ନ ପ୍ରକାରର ଦାମୀ ମଦର ନା ଶୁଣିଛୁ। ହେଲେ ବିଅର୍‌ ମୂଲ୍ୟ ୪ କୋଟି ଟଙ୍କା ଶୁଣି ତାଜୁବ ହୋଇଯିବା ସ୍ୱାଭାବିକ।

Advertisment

ୱାଇନ୍ ଓ ସାମ୍ପେନ୍‌ର ମୂଲ୍ୟ ଅଧିକା ଥିବା ନେଇ ମଦ୍ୟପାନ କରୁଥିବା ବ୍ୟକ୍ତି ଓ ମଦ ପିଉନଥିବା ବ୍ୟକ୍ତିଙ୍କ ମନରେ ଯେଉଁ ଭାବନା ଥିଲା, ତାହା ଭୁଲ ପ୍ରମାଣିତ ହୋଇଛି। ବିଶ୍ୱର ସବୁଠୁ କୁହାଯାଉଥିବା ଦାମୀ ବିଅର ଆଲ୍ସପ୍‌ର "Allsopp's Arctic Ale" (ଆଲ୍ସପ୍‌ ଆର୍କଟିକ୍‌ ଆଲେ)। ଏହି ବିଅର ୧୪୦ ବର୍ଷରୁ ଅଧିକ। ଏହି ବିଅର ବୋଟଲ୍‌ର ମୂଲ୍ୟ ୫୦୩,୩୦୦ ଡଲାର ରହିଛି। ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୪କୋଟିରୁ ଅଧିକା ହେବ।

Advertisment

ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବା ସାମାନ୍ୟ ଗୋଟିଏ ବିଅର ବୋଟଲର ଦାମ୍‌ ଏତେ ଟଙ୍କା ହେବାର କାରଣ କଣ ? ଏହି ବିଅରର ଅନେକ ଗୁଣ ଓ ବିଶେଷତ୍ତ୍ୱ ରହିଛି। ଏହା କୌଣସି ଐତିହାସିକ କିର୍ତ୍ତୀରାଜୀଠୁ କମ୍ ନୁହଁ। ତେବେ ଆରମ୍ଭରୁ ଏହାର ମୂଲ୍ୟ ଅଧିକ ନଥିଲା।

Advertisment

ଗତ ୨୦୦୭ରେ ଜଣେ ଗ୍ରାହକ ଆଲ୍ସପ୍‌ ଆର୍କଟିକ୍‌ ଆଲେ ବିୟର ବଟଲ ମାତ୍ର ୩୦୪ ଡଲାରରେ କିଣିଥିଲେ। ସେତେବେଳେ ବିଅରର ଚାହିଦା ବଢିବା ରେ ଲାଗିଲା। ଏହି ବିଅରର ଡେଲିଭରୀ କରିଥିବା ସଂସ୍ଥା ୧୯.୯୫ ଡଲାର ନେଇଥିଲା। antiquestradegazette.com ଅନୁସାରେ ଏହି ବୋଟଲ୍‌ ବହୁତ ବର୍ଷ ତଳର ପୁରୁଣା। ପର୍ସି ଜି. ବୋଲଷ୍ଟର ଦସ୍ତଖତକୁ ଲାମିନେଟ୍ କରାଯାଇଛି ଏହି ବୋଟଲ୍‌ରେ। ୧୯୧୯ରେ ଏହି ବୋଟଲକୁ ଆଣିଥିବା ଉଲ୍ଲେଖ ରହିଛି। ୧୮୫୨ ମସିହାରେ ମେରୁ ଅଞ୍ଚଳକୁ ଗସ୍ତ ସମୟରେ ଏହାକୁ ପ୍ରସ୍ତୁତ କରାଯାଇଥିଲା।

Beer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ