Advertisment

ପେଣ୍ଟାଗନକୁ ପଛରେ ପକାଇଲା ସୁରତ ଡାଇମଣ୍ଡ ବୋର୍ସ

ହୀରା ବ୍ୟବସାୟର ପ୍ରମୁଖ କେନ୍ଦ୍ର, ୱାନ୍ ଷ୍ଟପ୍ ଡେଷ୍ଟିନେସନ୍। ବିଲଡିଂର ନାଁ ରଖାଯାଇଛି ଡାଇମଣ୍ଡ ବୋର୍ସ। ପ୍ରାୟ ୩ହଜାର କୋଟି ଟଙ୍କାରେ ନିର୍ମିତ ଏହି କମ୍ପ୍ଲେକ୍ସ ଆସନ୍ତା ନଭେମ୍ବର ୨୧ ତାରିଖରୁ କାର୍ଯ୍ୟକ୍ଷମ ହେବ।

ଅଦ୍ୟତନ ହୋଇଛି
world's largest office complex Surat Diamond Bourse

world's largest office complex Surat Diamond Bourse

Advertisment

ପେଣ୍ଟାଗନକୁ ପଛରେ ପକାଇ ଭାରତରେ ତିଆରି ହୋଇଛି ବିଶ୍ବର ସବୁଠୁ ବଡ଼ ଅଫିସ ବିଲଡିଂ। ସୁରତରେ ତିଆରି ଏହି ବିଲଡିଂର ନାଁ ରହିଛି ଡାଇମଣ୍ଡ ବୋର୍ସ। କଂପ୍ଳେକ୍ସ ପାଇଁ ଖର୍ଚ୍ଚ ହୋଇଛି  ୩ହଜାର କୋଟି। ୪ ବର୍ଷ ମଧ୍ୟରେ ନିର୍ମିତ ଏହି ବିଲଡିଂରେ ରହିଛି ୪ହଜାର ୭ଶହଟି ଅଫିସ୍। ଆସନ୍ତୁ ଦେଖିବା କେମିତି ଦେଖାଯାଉଛି ଆମେରିକାକୁ ପଛରେ ଛାଡିଥିବା ଭାରତର ଏହି ଆକର୍ଷଣୀୟ ବିଲଡିଂ।

Advertisment

ଭାରତରେ ବିଶ୍ୱର ସବୁଠୁ ବଡ ଅଫିସ୍ ବିଲଡିଂ ପେଣ୍ଟାଗନକୁ ପଛରେ ପକାଇଲା ସୁରତ ଡାଇମଣ୍ଡ ବୋର୍ସ। ଦେଶର ଜେମ୍ସ କ୍ୟାପିଟାଲ ସୁରତରେ ନିର୍ମାଣ ହୋଇଛି ବିଶ୍ୱର ସବୁଠୁ ବଡ ଅଫିସ୍ ବିଲଡିଂ। ହୀରା ବ୍ୟବସାୟର ପ୍ରମୁଖ କେନ୍ଦ୍ର, ୱାନ୍ ଷ୍ଟପ୍ ଡେଷ୍ଟିନେସନ୍। ବିଲଡିଂର ନାଁ ରଖାଯାଇଛି ଡାଇମଣ୍ଡ ବୋର୍ସ। ପ୍ରାୟ ୩ହଜାର କୋଟି ଟଙ୍କାରେ ନିର୍ମିତ ଏହି କମ୍ପ୍ଲେକ୍ସ ଆସନ୍ତା ନଭେମ୍ବର ୨୧ ତାରିଖରୁ କାର୍ଯ୍ୟକ୍ଷମ ହେବ। ବଡ କଥା ହେଉଛି ଯେ, ନିର୍ମାଣ ପୂର୍ବରୁ ହିଁ ବିଲଡିଂର ସମସ୍ତ ଅଫିସକୁ ହୀରା ବ୍ୟବସାୟୀ କିଣି ନେଇଛନ୍ତି। 

୪ ବର୍ଷ ଧରି ବିଲଡିଂର ନିର୍ମାଣ ଚାଲିଥିଲା। ୩୫ ଏକର ଜାଗାରେ ନିର୍ମିତ ଏହି ବିଲଡିଂ ୧୫ ମହଲାର। ୯ଟି ଆୟତକାର ବିଶିଷ୍ଟ ବିଲଡିଂରେ ହୀରା ବ୍ୟବସାୟ ସହ ଜଡିତ ୬୫ ହଜାରରୁ ଅଧିକ ପଲିସର୍ସ, କଟର୍ସ ଏବଂ ବ୍ୟବସାୟୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ବିଲଡିଂରେ ୪ ହଜାର ୭୦୦ଟି ଅଫିସ ଏବଂ ବ୍ୟବସାୟୀଙ୍କ ପାଇଁ ୧୩୧ଟି ଏଲିଭେଟରର ସୁବିଧା ରହିଛି। ବିଲଡିଂ ପରିସରରେ ୨୦ ଲକ୍ଷ ବର୍ଗଫୁଟର ପାର୍କିଂ ଏରିଆ ରହିଛି। ଭାରତୀୟ ଆର୍କିଟେକ୍ଚର ଫାର୍ମ ମୋର୍ଫୋଜେନେସିସ୍ ଏହି କୋଠାର ଡିଜାଇନ୍ କରିଛି। 

Advertisment

ଦୀର୍ଘ ୮୦ ବର୍ଷ ହେଲା ଆମେରିକାର ପେଣ୍ଟାଗନ ବିଶ୍ବର ସବୁଠୁ ବଡ ଅଫିସ ବିଲଡିଂର ମାନ୍ୟତା ପାଉଥିଲା। ଏବେ ପେଣ୍ଟାଗନ ଠାରୁ ଏହି ମାନ୍ୟତା ଛଡାଇ ନେଇଛି ସୁରତ ଡାଇମଣ୍ଡ ବୋର୍ସ। ଆସନ୍ତା ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବର ସବୁଠୁ ବଡ ଏହି ବିଲଡିଂର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ