ଜଙ୍ଗଲରେ ବୁଲୁଛି ବିଶ୍ୱର ସବୁଠୁ ବଡ଼ ସାପ; ୨୬ ଫୁଟ୍‌ ଲମ୍ବ, ୨ କ୍ୱିଣ୍ଟାଲ୍ ଓଜନ

ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍‌ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ ।

ଜଙ୍ଗଲରେ ବୁଲୁଛି ବିଶ୍ୱର ବଡ଼ ସାପ

ଆମାଜନ୍ ଜଙ୍ଗଲରେ ବୁଲୁଛି ବିଶ୍ୱର ସବୁଠୁ ବଡ଼ ସାପ । ନ୍ୟାସନାଲ ଜିଓଗ୍ରାଫିକ୍ ପାଇଁ ଡକ୍ୟୁମେଣ୍ଟାରି ସୁଟିଂ ବେଳେ ୨୬ ଫୁଟିଆ ଆନାକୋଣ୍ଡା ଠାବ କରାଯାଇଛି । ଆପଣ ଅନେକ ଫିଲ୍ମରେ ଆନାକୋଣ୍ଡା ଦେଖିଥିବେ । ଆନାକୋଣ୍ଡା ଶିକାର କେତେଯେ ଭୟଙ୍କର ଫଲ୍ମ ମାଧ୍ୟମରେ ଜାଣିଥିବେ । ହେଲେ କେବେ ବି ସତ ସତିକି ଏତେ ବଡ଼ ଆନାକୋଣ୍ଡା କେବେ ଦେଖିନଥିବେ । ଯାହାର ଲମ୍ବ ରହିଛି ୨୬ ଫୁଟ୍‌ ।

ଏହି ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍‌ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ । ହେଲେ ଏପରି ସମୟରେ ସାମ୍ନାକୁ ଆସିଛି ଏହି ଆନାକୋଣ୍ଡା ସହ ମଣିଷ ପାଣି ଭିତରେ ବୁଲୁଥିବାର ରୋମାଞ୍ଚକର ଦୃଶ୍ୟ ।

ସୂଚନା ଅନୁସାରେ, ଟିଭି ୱାଇଲ୍ଡଲାଇଫ୍ ପ୍ରେଜେଣ୍ଟର ପ୍ରଫେସର ଫ୍ରିକ୍ ଭଙ୍କ୍ ଏକ ଡକ୍ୟୁମେଣ୍ଟାରି ସୁଟିଂ ବେଳେ ଏହାକୁ ଠାବ କରିଛନ୍ତି । ସାପ ସହ ପାଣିରେ ସେ ନିର୍ଭୟରେ ପହଁରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ସେ ନିଜେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଲେଖିଛନ୍ତି ଯେ, ଏହି ସାପର ମୁଣ୍ଡ ମୋ ମୁଣ୍ଡ ଆକାରର ଏବଂ ଶରୀର ଏକ ମୋଟା ଟାୟାର ଭଳି ।

ନର୍ଦର୍ଣ୍ଣ ଗ୍ରୀନ୍ ଆନାକୋଣ୍ଡା ପ୍ରଜାତିର ଏହି ବିଶାଳ ସର୍ପ ଆମାଜନରେ ବୁଲୁଥିବା ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା । ଏହାକୁ ବିଶ୍ବର ସବୁଠୁ ବଡ଼ ଓ ସବୁଠୁ ଓଜନିଆ ସାପ ବୋଲି ଦାବି ହେଉଛି।...