Advertisment

ଆଉ ମାତ୍ର କିଛି ସମୟର ଅପେକ୍ଷା... ଆରମ୍ଭ ହେବ ବିଶ୍ୱର ଟପ୍ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ

ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ ।

ଅଦ୍ୟତନ ହୋଇଛି
G20 Summit

G20 Summit

Advertisment

ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ବିଶ୍ୱର ଟପ୍ ଓ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକ । ସାକ୍ଷୀ ରହିବ ଦିଲ୍ଲୀର ପ୍ରଗତି ମଇଦାନ । ଜି୨୦ ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ଗୋଟେ ପରେ ଗୋଟେ ବିଶ୍ୱନେତା । ଆଉ କିଛି ସମୟ ମଧ୍ୟରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Advertisment

ତାଙ୍କୁ ସ୍ୱାଗତ ଜଣାଇବାକୁ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଆସିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବାଂଲାଦେଶ, ଆର୍ଜେଣ୍ଟିନା, ଇଟାଲୀର ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଆସନ୍ତାକାଲି ଆମେରିକାଠୁ ବ୍ରିଟେନ୍, ଫ୍ରାନ୍ସରୁ ଜାପାନ ପର୍ଯ୍ୟନ୍ତ ସବୁ ଶକ୍ତିଶାଳୀ ଦେଶର ମୁଖ୍ୟମାନେ ନୂଆଦିଲ୍ଲୀରେ ଏକାଠି ହେବେ ।

ଦିଲ୍ଲୀର ଦିଲରେ ସାରା ଭାରତର ଝଲକ । ଗୋଟିଏ ଜାଗା, ଗୋଟିଏ ପରିଚୟ...ଭାରତର ‘ଭାରତ ମଣ୍ଡପମ୍’...ଏଠି ଏକାଠି ହୋଇଛନ୍ତି ଦେଶର କୋଣଅନୁକୋଣର ବଛା ବଛା ଶିଳ୍ପୀ, କାରିଗର, କୃଷକ ଆଉ ଅତ୍ୟାଧୁନିକ ବ୍ୟବସାୟୀ । କେରଳର କୁଚିପୁଡ଼ିଠୁ ଆରମ୍ଭ କରି, ତାମିଲନାଡ଼ୁର ପିତ୍ତଳ ଦୀପ, ପଶ୍ଚିମବଙ୍ଗର କାଞ୍ଜିବରମ୍, କର୍ଣ୍ଣାଟକର କାଠର ସାମଗ୍ରୀ, ଉତ୍ତର ପୂର୍ବ ଭାରତର ହସ୍ତତନ୍ତ, ଉତ୍ତରାଖଣ୍ଡ ମହିଳାଙ୍କ ଘର କରଣା, ହିମାଚଳ ପ୍ରଦେଶର GI ଟ୍ୟାଗ୍ ଚମ୍ବା ରୁମାଲ୍ ତଥା ଆନ୍ଧ୍ରପ୍ରଦେଶର ଚନ୍ଦନ... ସବୁ କିଛିକୁ ଏଠି ସ୍ଥାନ ଦିଆଯାଇଛି । ସାରା ଭାରତ ଯେପରି ଏଠି ବାନ୍ଧି ହୋଇଛି ଗୋଟିଏ ସୁତ୍ରରୋ ବିଦେଶୀ ଅତିଥିଙ୍କୁ ନିଜସ୍ୱ ଓ ସ୍ୱଦେଶୀ ସାମଗ୍ରୀ ସମ୍ପର୍କରେ ଅବଗତ କରିବ ଥିବା ପ୍ରତିଟି ଷ୍ଟଲ୍ ।

Advertisment

ଦିଲ୍ଲୀର ପ୍ରଗତି ମଇଦାନ ୨.୦ରେ ଥିବା ଭାରତ ମଣ୍ଡପମ୍ ହେଉଛି ନୂଆ ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟର ପରିଚୟ । ୧୨୩ ଏକର ପରିଧିରେ ନିର୍ମାଣ ହୋଇଥିବା ଏହି ମଡର୍ଣ୍ଣ କନଭେନସନ୍ ସେଣ୍ଟର ଦର୍ଶାଉଛି ଭାରତର ଜିରୋଠୁ ଇସ୍ରୋ ଯାଏଁ ପ୍ରଗତିା ବିପ୍ଲବ ସୃଷ୍ଟିକାରୀ ଡିଜିଟାଲ୍ ପେମେଣ୍ଟକୁ ବି ବିଶ୍ୱ ଦରବାର ଆଗରେ ରଖିବ ଭାରତ । AIଠୁ ରୋବଟିକ୍ ସାଇନ୍ସ ଦେଶର ପ୍ରତିଟି ସଫଳତାକୁ ବିଶ୍ୱ ସମ୍ମୁଖରେ ପରିଚିତ କରାଇବ ଭାରତ ମଣ୍ଡପମ ।

ଏକ ଭାରତ ଶ୍ରେଷ୍ଠ ଭାରତର ଏହି ନାରାକୁ G20ରେ ମିଳିବ ନୂଆ ଦିଶା । ଅର୍ଥନୀତି, ରାଜନୀତି, କୁଟ୍ଟନୀତି ସବୁ କ୍ଷେତ୍ରରେ ଭାରତର ପାରଦର୍ଶିତାକୁ ବେଶ୍ ନିକଟରୁ ପରଖିବେ ବିଶ୍ୱର ଶକ୍ତିଶାଳୀ ଦେଶ । ବିଶ୍ୱ ଅର୍ଥନୀତିରେ ଏହା ଭାରତର ପଞ୍ଚମରୁ ପ୍ରଥମକୁ ଯାତ୍ରା ।

Advertisment
New Delhi G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ