/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665226777.jpg)
AAP minister
ବିବାଦୀୟ ବୟାନ୍ ଦେଲେ ଆପ୍ ସରକାରଙ୍କ ମନ୍ତ୍ରୀ । ଦିଲ୍ଲୀ ମଦ ନୀତିକୁ ନେଇ ବିବାଦ ବଢୁଥିବା ବେଳେ ଏବେ ଆପ୍ ପାଇଁ ଅଡୁଆ ସୃଷ୍ଟି କରୁଛି ଖୋଦ୍ ଦଳୀୟ ନେତାଙ୍କ ଆଚରଣ । ଦିଲ୍ଲୀ ସରକାରରେ ଥିବା ଜଣେ ମନ୍ତ୍ରୀ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଏବେ ବିବାଦ ଭିତରକୁ ଆସିଛନ୍ତି ।
ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ଆକ୍ରୋଶର ଶିକାର ହୋଇଛନ୍ତି ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୌତମ । ଏକ ଧର୍ମାନ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ହିନ୍ଦୁ ବିରୋଧୀ ନାରା ଦେଇଛନ୍ତି । କେବଳ ନାରା ଦେଇନାହାନ୍ତି ଧର୍ମୀୟ ଭାବନା, ଆସ୍ଥା ଓ ବିଶ୍ୱାସ ପ୍ରତି ମଧ୍ୟ କୁଠାରଘାତ କରିଥିବା ଅଭିଯୋଗ ହୋଇଛି । ଏକ ନିର୍ଦ୍ଧିଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିବା ବ୍ୟକ୍ତିମାନଙ୍କୁ ଆପ୍ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୌତମ ହିନ୍ଦୁ ଦେବାଦେବୀଙ୍କୁ ନ ମାନିବା ଓ ପୂଜା ନକରିବାକୁ ଶପଥପାଠ କରାଇଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି ।
चलो बुद्ध की ओर मिशन जय भीम बुलाता है।
आज "मिशन जय भीम" के तत्वाधान में अशोका विजयदशमी पर डॉ०अंबेडकर भवन रानी झांसी रोड पर 10,000 से ज्यादा बुद्धिजीवियों ने तथागत गौतम बुद्ध के धम्म में घर वापसी कर जाति विहीन व छुआछूत मुक्त भारत बनाने की शपथ ली।
नमो बुद्धाय, जय भीम! pic.twitter.com/sKtxzVRYJt
— Rajendra Pal Gautam (@AdvRajendraPal) October 5, 2022
ଗତ ଅକ୍ଟୋବର ୫ ତାରିଖରେ ଦିଲ୍ଲୀରେ ୧୦ ହଜାର ହିନ୍ଦୁଙ୍କୁ ନେଇ ମିଶନ ଜୟ ଭୀମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ବୁଦ୍ଧିଷ୍ଟ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେଜ୍ରିଓ୍ୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ୍ ଗୌତମ । ଆଉ ସେହି ସମୟରେ ଏପରି କିଛି ବୟାନ୍ ଦେଇଥିଲା ।
ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କାଶ୍ମୀରରେ ହିନ୍ଦୁଙ୍କ ଗଣହତ୍ୟାକୁ ନେଇ ମଧ୍ୟ ଥଟ୍ଟାମଜା କରିଥିଲେ । ଚଳଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ଦି କାଶ୍ମୀର ଫାଇଲ୍ ପ୍ରସଙ୍ଗ ଉଠାଇ ଏହା ମିଛ ଫିଲ୍ମ କହି ତାଚ୍ଛଲ୍ୟ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)