Advertisment

ରାତାରାତି ଧନୀ ହେବା ପାଇଁ ମଣିଷ ବଳି ଦେଇଦେଲେ ଦମ୍ପତି

ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।

ଅଦ୍ୟତନ ହୋଇଛି
Kerala 'black magic' Case

Bhagwant Singh, Shafi

Advertisment

ରାତାରାତି ଧନୀ ହେବା ପାଇଁ ନରବଳି। କେରଳରେ ୨ଜଣ ମହିଳାଙ୍କୁ ବଳି ଦିଆଯାଇଥିବା ଖବର ଆଲୋଡନ ସୃଷ୍ଟି କରିଛି। ୨ ଜଣ ମହିଳାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ଜଣେ ମହିଳା ଗତ ଜୁନ୍ ମାସରୁ ନିଖୋଜ ଥିବା ବେଳେ ଆଉ ଜଣେ ସେପ୍ଟେମ୍ବରରୁ ନିଖୋଜ ଥିଲେ ଏବେ ସେମାନଙ୍କୁ ବଳି ଦିଆଯାଇଥିବା କେରଳ ପୋଲିସ ସୂତ୍ରରୁ ଜଣାପଡିଛି।  ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

Advertisment

କୋଚି ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ ପେରୁମବାଭୋରର ଜଣେ ତାନ୍ତ୍ରିକ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ। ସେ ପାଥନମଥିଟ୍ଟାର ଜଣେ ଦମ୍ପତିଙ୍କୁ ଆର୍ଥିକ ଫାଇଦା ହାସଲର ଲୋଭ ଦେଖାଇ ପରମ୍ପରା ନାଁରେ ଦୁଇ ମହିଳାଙ୍କ ବଳି ଦେଇଛି। ମହିଳାଙ୍କ ବଳି ଦେଲେ ଆର୍ଥିକ ଫାଇଦା ମିଳିବ ବୋଲି ସେ ଦମ୍ପତିଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲା। ତା’ କଥାରେ ଦମ୍ପତି ଦୁଇ ଦୁଇଟି ହତ୍ୟା କରିଛନ୍ତି।

ଅଧିକ ପଢ଼ନ୍ତୁ: ମାଆଙ୍କୁ ସମର୍ପଣ ଭାବରେ ଦିଆଯାଉଛି ପ୍ରତୀକାତ୍ମକ ନରବଳି

ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ପେରୁମବାଭୋର ତଥାକଥିତ ତାନ୍ତ୍ରିକ ହେଉଛି ଶୈଫ ଓରଫ ରଶିଦ। ସେହିପରି ତା’ କଥାରେ ହତ୍ୟାକାଣ୍ଡ ଘଟାଇଥିବା ଦମ୍ପତି ହେଲେ ଭାଗବଲ ସିଂହ ଓ ତାଙ୍କ ପତ୍ନୀ ଲୀଲା। ପୁଲିସ୍‌ ଏହି ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ସିଂହ ଦମ୍ପତି ରାତାରାତି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖୁଥିଲେ। ଏଥିପାଇଁ ସେମାନେ ଶୈଫର ସହାୟତା ନେଇଥିଲେ। ଏହାର ଫାଇଦା ଉଠାଇ ଶୈଫ ସେମାନଙ୍କୁ ମଣିଷ ବଳି ଦେବାକୁ କହିଥିଲା। ଏହାଦ୍ୱାରା ମାନସିକ ପୂରଣ ହେବ ଓ ଆର୍ଥିକ ଅଭାବ ରହିବ ନାହିଁ ବୋଲି ସେ ଦମ୍ପତିଙ୍କୁ କହିଥିଲା। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସିଂହ ଦମ୍ପତି କୋଚିର ଇଲାମକୁଲମରେ ରହୁଥିବା ପଦ୍ମା(୫୩)ଙ୍କୁ ପ୍ରଥମେ ଘରକୁ ଆଣି ହତ୍ୟା କରିଥିଲେ। ଏହାପରେ କାଲାଡୟର ରୋଜଲି(୫୩)ଙ୍କୁ ମଧ୍ୟ ସମାନ ଢଙ୍ଗରେ ବଳି ଚଢ଼ାଇଛନ୍ତି।

ଉଭୟଙ୍କୁ ଆର୍ଥିକ ଫାଇଦାର ଲୋଭ ଦେଖାଇ ସିଂହ ଦମ୍ପତି ନିଜ ଘରକୁ ଡାକିଥିଲେ। ସେଠାରେ ସେମାନଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ଶେଷରେ ମୃତଦେହକୁ ଖଣ୍ଡଖଣ୍ଡ କରି ଘର ମଧ୍ୟରେ ହିଁ ପୋତି ଦିଆଯାଇଥିଲା। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ଜେରା କରୁଛି। ସେପ୍ଟମ୍ବର ମାସରେ ରୋଜଲି ଓ ଜୁନ ମାସରୁ ପଦ୍ମ ନିଖୋଜ ଥିଲେ। ସେମାନେ ରାସ୍ତା କଡ଼ରେ ଲଟେରୀ ଟିକେଟ ବିକ୍ରି ପରିବାର ଚଳାଉଥିଲେ।

Advertisment
Black Magic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ