Advertisment

Woman Spot Missing Husband: ଭାଇରାଲ ହେଲା ରିଲ୍ସ, ଧରାପଡିଲା ୭ ବର୍ଷରୁ ନିଖୋଜ ଥିବା ସ୍ବାମୀ

ୟୁପିର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଯିଏ ୭ ବର୍ଷ ଧରି ନିଖୋଜ ଥିଲେ, ଅନ୍ୟ ଜଣେ ମହିଳାଙ୍କ ସହିତ ଏକ ଇନଷ୍ଟାଗ୍ରାମ ରିଲ୍ସରେ ପାଇଲେ।

Reels

Reels

Advertisment

ଉତ୍ତରପ୍ରଦେଶର ହାରଦୋଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ବହୁ ବର୍ଷ ଧରି ନିଖୋଜ ଥିଲେ। ତାଙ୍କ ପରିବାର ତାଙ୍କୁ ଖୋଜୁଥିଲେ। ତାଙ୍କ ପତ୍ନୀ ଓ ପୁଅ ତାଙ୍କୁ ଖୋଜି ଖୋଜି ଅସ୍ଥିର ଥିଲେ। କିନ୍ତୁ ତାଙ୍କର କୌଣସି ସୂଚନା ମିଳୁ ନଥିଲା। ଏହାପରେ ହଠାତ୍‌ ଏକ ରିଲ୍‌ ଭାଇରାଲ ହେଲା ଏବଂ ବର୍ଷ ବର୍ଷ ଧରି ନିଖୋଜ ଥିବା ସେହି ବ୍ୟକ୍ତି ଜଣେ ଅନ୍ୟ ମହିଳାଙ୍କ ସହ ଭିଡିଓ ତିଆରି କରୁଥିବା ଅବସ୍ଥାରେ ଧରାପଡ଼ିଲେ। ପୁଲିସ୍‌ ତାଙ୍କୁ ଗିରଫ କରିଛି।

Advertisment

ପୂରା ଘଟଣା କ’ଣ?

ଜିତେନ୍ଦ୍ର କୁମାର ଓରଫ ବବଲୁ ନାମକ ଜଣେ ବ୍ୟକ୍ତି ୨୦୧୮ ମସିହାରୁ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା ପୂର୍ବରୁ, ୨୦୧୭ ମସିହାରେ ତାଙ୍କର ଶୀଲୁ ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୋଗ ଅନୁଯାୟୀ, ଜିତେନ୍ଦ୍ର ଶୀଲୁଙ୍କୁ ଯୌତୁକ, ସୁନାର ଚେନ୍‌ ଏବଂ ମୁଦି ପାଇଁ ନିର୍ଯାତନା ଦେଇଥିଲେ ଏବଂ ଶେଷରେ ଯୌତୁକର ଦାବି ପୂରଣ ନ ହେବାରୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଶୀଲୁ ଏହାପରେ ଏକ ଅଭିଯୋଗ ଦାଖଲ କରିଥିଲେ।

ମାମଲାର ତଦନ୍ତ ଚାଲିଥିବା ବେଳେ ଜିତେନ୍ଦ୍ର ହଠାତ୍‌ ନିଖୋଜ ହୋଇଗଲେ। ତାଙ୍କୁ ଖୋଜିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କର କୌଣସି ସୂଚନା ମିଳିଲା ନାହିଁ। ଏହାପରେ ୨୦୧୮ ମସିହା ଏପ୍ରିଲ ୨୦ ତାରିଖରେ ତାଙ୍କ ପିତା ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଖୋଜାଖୋଜି କରିବା ସତ୍ତ୍ୱେ ଜିତେନ୍ଦ୍ରଙ୍କର କୌଣସି ସୂଚନା ମିଳିଲା ନାହିଁ। ତେଣୁ ତାଙ୍କ ପରିବାର ଶୀଲୁଙ୍କ ଉପରେ ତାଙ୍କୁ ହତ୍ୟା କରି ଶବ ଗାୟବ କରିଦେଇଥିବା ଅଭିଯୋଗ ଲଗାଇଥିଲେ। ସେତେବେଳୁ ଏଯାଏ ଜିତେନ୍ଦ୍ରଙ୍କର କୌଣସି ସୂଚନା ମିଳି ନଥିଲା।

Advertisment

ସାତ ବର୍ଷ ଧରି ଶୀଲୁ ଏହି ଆଶାରେ ଥିଲେ ଯେ ତାଙ୍କ ସ୍ୱାମୀ ଫେରି ଆସିପାରନ୍ତି, କିନ୍ତୁ ତାହା ହୋଇ ନଥିଲା। ନିକଟରେ ଶୀଲୁ ଇନଷ୍ଟାଗ୍ରାମରେ ଏକ ରିଲ୍‌ ଦେଖିଥଲେ। ଯେଉଁଥିରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ନଜର ଆସିଥିଲେ। ସେ ଏହି ସୂଚନା ପୁଲିସ୍‌କୁ ଦେଇଥିଲେ। ପୁଲିସ୍‌ ତଦନ୍ତ ଆରମ୍ଭ କରିବାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଲା।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଲା ଯେ ଜିତେନ୍ଦ୍ର ଏକ ଷଡ଼ଯନ୍ତ୍ର ରଚି ନିଜେ ନିଖୋଜ ହେବାର ନାଟକ କରିଥିଲେ। ସେ ଲୁଧିଆନା ଚାଲିଯାଇ ସେଠାରେ ଜଣେ ଅନ୍ୟ ମହିଳାଙ୍କ ସହ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିଲେ। ସେ ବର୍ଷ ବର୍ଷ ଧରି ଏହିପରି ଜୀବନ ଯାପନ କରୁଥିଲେ, କିନ୍ତୁ ଏକ ଭାଇରାଲ ରିଲ୍‌ ତାଙ୍କ ଷଡ଼ଯନ୍ତ୍ରରୁ ପରଦା ହଟାଇ ଦେଇଥିଲା। ପୁଲିସ୍‌ ଜିତେନ୍ଦ୍ରଙ୍କୁ ହେପାଜତରେ ନେଇଛି। ତାଙ୍କ ବିରୁଦ୍ଧରେ ଦ୍ୱିତୀୟ ବିବାହ, ପ୍ରତାରଣା ଏବଂ ଯୌତୁକ ନିର୍ଯାତନା ସହ ଜଡ଼ିତ ଅନେକ ଧାରାରେ ମାମଲା ରୁଜୁ କରାଯାଇଛି।

Advertisment

ଅଧିକ ପଢନ୍ତୁ: ପୋଲିସ ଉପରେ ଗାଡି ଚଢାଇଲେ, ଗୁଳି କରି ଚମ୍ପଟ ମାରିଲେ ବିଧାୟକ

Uttar Pradesh Instagram Reels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ