Advertisment

ଅଳ୍ପ ଶବ୍ଦ, ଅଳ୍ପ ଦୃଶ୍ୟ..ତଥାପି ମନକୁ ଭିଜେଇ ଦେଲା ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।

author-image
Minati Mishra
ଅଦ୍ୟତନ ହୋଇଛି
love story of a old couple

love story of a old couple

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ ହୋଇ ଆସିଛି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।

Advertisment

ଏ ବୃଦ୍ଧ ଦମ୍ପତିଙ୍କ କାହାଣୀରେ ବିଶେଷ ଘଟଣା ନାହିଁ କି ଦୁର୍ଘଟଣା ନାହିଁ। ମାତ୍ର ଗୋଟିଏ ଦୃଶ୍ୟ। ମାତ୍ର କେଇଟି ଶବ୍ଦ। ହେଲେ କେତୋଟି ମାତ୍ର ଶବ୍ଦ ପ୍ରେମର ଏମିତି ବ୍ୟାଖ୍ୟା କରିପାରେ ? ମାତ୍ର କେଇ ସେକେଣ୍ଡର ଦୃଶ୍ୟ ମନକୁ ଏମିତି  ପ୍ରେମରେ ଭିଜେଇ ଦେଇ ପାରେ ! ମାତ୍ର କେଇ ମିନିଟର ଏଇ ଭିଡିଓ ପାଖରେ ସତରେ କେତେ ଫିକା ଲାଗେ ତାଜମହଲର ରଙ୍ଗ ।

ପ୍ରେମ ଦେଖାଇ ହୁଏନି। ଏହା ଏକ ଅନୁଭବର କଥା । ଏଇ ଦମ୍ପତିଙ୍କ କେଇ ସେକେଣ୍ଡର ଭିଡିଓ ଠିକ ଏହା ହଁ କହୁଛି। ଭିଡିଓଟି ଗୁଡ୍‌ ନିଉଜ କରେସ୍‌ପଣ୍ଡେନ୍ସ ନାମକ ଏକ ଟୁଇଟର ହାଣ୍ଡେଲରୁ ସେୟାର ହୋଇଛି। ଭିଡିଓରୁ ଯାହା ଜଣାପଡ଼ୁଛି ବୃଦ୍ଧ ଦମ୍ପତିଙ୍କର ବୟସ ୭୦ରୁ ଅଧିକ ହେବ। ବୃଦ୍ଧ ଜଣକ  ବିଛଣାରେ ପଡିଛନ୍ତି। ବୋଧହୁଏ ରୋଗ ଶଯ୍ୟାରେ। ପାଖରେ ବସିଛନ୍ତି ଜଣେ ବୃଦ୍ଧା। ତାଙ୍କର ପତ୍ନୀ ବୋଲି ଅନୁମାନ କରାଯାଏ। ଯାହା ବି ହେଉ ବୃଦ୍ଧା ଜଣକ ବୃଦ୍ଧଙ୍କର ଗୋଟିଏ ହାତକୁ ନିଜ ହାତରେ ଧରି ଗୀତ ଗାଉଛନ୍ତି। ଖୁବ୍‌ ମଧୁର ଆଉ ସୁନ୍ଦର ଭାବେ ଗୀତଟି ଗାଇବାକୁ ଚେଷ୍ଟା କରୁଛନ୍ତି। ଗୀତ ଗାଇ ସେ ବୋଧହୁଏ ବୃଦ୍ଧଙ୍କ ମନରେ ଅତୀତର ସ୍ମୃତିକୁ ମନେ ପକାଇ ଦେବାକୁ ଚାହୁଁଛନ୍ତି। ତାଙ୍କ ଗୀତ ଶୁଣି ବୃଦ୍ଧ ବ୍ୟକ୍ତି ଜଣକ ଥର ଥର ହାତରେ ଅଥଚ ଅତି ସ୍ନେହରେ ବୃଦ୍ଧାଙ୍କ ମୁହଁକୁ ଆଉଁଶି ଦେଉଛନ୍ତି।

Advertisment

ପର୍ତ୍ତୃଗୀଜ ଭାଷାରେ ଏହି ଗୀତଟି ଖୁବ ଲୋକପ୍ରିୟ । ଗୀତଟିର ଅର୍ଥ ବି ଖୁବ ହୃଦୟସ୍ପର୍ଶୀ। ଗୀତର ଅର୍ଥ ହେଉଛି, ‘ ତୁମକୁ କହିବାକୁ ଅନେକ କଥା ଅଛି, ହେଲେ ମୁଁ ଭାଷା ଖୋଜି ପାଉନି...ତୁମ ପାଇଁ କେତେ ପ୍ରେମ ମୁଁ ସାଇତି ରଖିଛି...।

ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ୧.୪ ମିଲିୟନ ୟୁଜର୍ସ ଏହାକୁ ଦେଖିବା ସହ ବହୁ ସୁନ୍ଦର ମତାମତ ଆସିଛି। ଜଣେ ୟୁଜର୍ସ କହିଛନ୍ତି, ‘ବହୁତ ସୁନ୍ଦର. ଗୀତରୁ ତାଙ୍କର ଭାବନାକୁ ଅନୁଭବ କରିପାରିବେ। ବୃଦ୍ଧଙ୍କ ଚାହାଣୀରୁ ତାଙ୍କର ଭଲ ପାଇବା ପଢିପାରିବେ। ଏମିତି ଭଲ ପାଇବା ପ୍ରକୃତରେ ବିରଳ।’

Old Couple Love Story Viral Video
Advertisment
Advertisment