/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682511405.jpg)
Woman Jumps Off Bike
ଚଳନ୍ତା ବାଇକରୁ ଡେଇଁ ପଡ଼ଲେ ମହିଳା । ବେଙ୍ଗାଳୁରୁ ସହରରେ ଘଟିଛି ଏଭଳି ଅଘଟଣ । ଗନ୍ତବ୍ୟ ସ୍ଥଳ ଇନ୍ଦ୍ରାନଗରକୁ ଯିବା ପାଇଁ ଯୁବତୀ ଜଣକ ଏକ ବାଇକ ଟାକ୍ସି ବୁକ କରିଥିଲେ । ତେବେ ସେହି ବାଇକ ଚାଳକ ଜଣକ ଓଟିପି ଦେଖିବା ବାହାନାରେ ମହିଳାଙ୍କ ମୋବାଇଲ ଛଡ଼ାଇ ନେବା ସହ ବିପରିତ ଦିଗରେ ଗାଡ଼ି ଚଳାଇଥିଲା ।
#WATCH| Bengaluru, Karnataka: Woman jumps off a moving motorbike after the rapido driver allegedly tried to grope her & snatched her phone
On 21st April, woman booked a bike to Indiranagar, driver allegedly took her phone on pretext of checking OTP & started driving towards… pic.twitter.com/bPvdoILMQ2
— ANI (@ANI) April 26, 2023
ଗାଡ଼ି ରୋକିବାକୁ କହିବା ପରେ ବି ଗାଡ଼ି ନରଖି ସେ ଅଧିକ ବେଗରେ ଗାଡ଼ି ଚଳାଇବାରୁ ମହିଳା ଜଣକ ଚଳନ୍ତା ବାଇକରୁ ଡେଇଁ ପଡ଼ିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବାଇକ ଚାଳକ ଦୀପକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ମହିଳା ଜଣକ ଗାଡ଼ିରୁ ଡେଇଁ ପଡ଼ିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ରାସ୍ତା ଉପରେ ମହିଳା ଜଣକ ଛିଟିକି ପଡ଼ିଥିବା ବେଳେ ଏହାପରେ ସେ ଉଠି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ଏହାଦେଖି ବାଇକ୍ ଚାଳକଜଣକ ସେଠାରୁ ପଳାଇଥିଲେ। ଏନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବାଇକ୍ ଚାଳକ ଦୀପକଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)