/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668239954.jpg)
Love Affair
ଝିଅ ପାଇଁ କାଳ ହେଲା ମାଆର ଭଲପାଇବା । ନିଜ ଝିଅକୁ ପ୍ରେମିକ ସହ ଜୋର୍ଜବରଦସ୍ତ ବିବାହ କରାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲା ଜନ୍ମ ଦେଇଥିବା ମାଆ । ଆଶ୍ଚର୍ଯ୍ୟର କଥା ହେଲା ଜନ୍ମ କରିଥିବା ମାଆ ୧୫ ବର୍ଷର ଝିଅକୁ ନିଜ ପ୍ରେମିକ ସହ ବାହା ହେବା ପାଇଁ ବାଧ୍ୟ କରିଛି । ତେବେ ଏହି ଘଟଣାଟି ମହାରାଷ୍ଟ୍ରର ପୁନେ ସହରରେ ଦେଖିବାକୁ ମିଳିଛି । ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହିଳା ଏବଂ ପ୍ରେମିକକୁ ଗିରଫ କରିଛି ପୋଲିସ ।
ପୋଲିସ ଅଧିକାରୀଙ୍କ ସୂଚନାନୁଯାୟୀ ୩୬ ବର୍ଷୀୟ ମହିଳାଙ୍କର ୨୮ ବର୍ଷର ଜଣେ ଯୁବକଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ଥିଲା । ମହିଳା ଜଣକ ବିବାହିତ ହୋଇ ମଧ୍ୟ ଯୁବକଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ରଖିଥିଲେ । ତାଙ୍କର ୧୫ ବର୍ଷର ଝିଅଟେ ମଧ୍ୟ ଅଛି । ପ୍ରେମିକ ଜଣକ ହେଉଛନ୍ତି ତାଙ୍କର ଜଣେ ସମ୍ବନ୍ଧୀୟ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ହଠାତ୍ ମାଆ ନିଜ ଝିଅକୁ ପ୍ରେମିକ ସହ ବିବାହ କରିବାକୁ ବାଧ୍ୟ କରିଥିଲା ।
ଝିଅ ବାହା ହେବା ପାଇଁ ମନା କରିବାରୁ ମହିଳା ଜଣକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହାପରେ ନଭେମ୍ବର ୬ରେ ଝିଅକୁ ନେଇ ଅହମ୍ମଦ ନଗରର ଏକ ମନ୍ଦିରରେ ପ୍ରେମିକ ସହ ବିବାହ କରାଇଥିଲେ । ପ୍ରେମିକ ଜଣକ ଜୋର୍ଜବରଦସ୍ତ ନାବାଳିକା ସହ ଶାରିରୀକ ସମ୍ପର୍କ ବି ରଖିଥିଲେ ।
ନାବାଳିକା ଜଣକ ଏହି କଥା ସମ୍ପର୍କରେ ନିଜର ଜଣେ ସହପାଠିନୀକୁ ଜଣାଇଥିଲେ । ଏହାପରେ ଜଣେ ସମାଜସେବୀ ଏହି ବିଷୟରେ ଜାଣିବାକୁ ପାଇଲେ ଏବଂ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ । ନାବାଳିକାକୁ ଦୁଷ୍କର୍ମ ଓ ବାଲ୍ୟ ବିବାହ ଆଧାରରେ ଦୁଇ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)