Advertisment

ସମ୍ପତ୍ତି ପାଇଁ ମା’, ଝିଅକୁ ଜୀଅନ୍ତା ମାରି ଦେଇଥାନ୍ତେ ! ହଠାତ୍‌ ହେଲା ଏମିତି କିଛି...

ଅନ୍ଧ କରୁଛି ସମ୍ପତ୍ତି ଲୋଭ। ହିତାହିତ ଜ୍ଞାନ ଭୁଲି ସାମାନ୍ୟ ସମ୍ପତ୍ତି ପାଇବା ଆଶାରେ ମଣିଷ ଜଘନ୍ୟ କାଣ୍ଡ ଘଟାଉଛି। ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crime In Andhra Prades

Woman, Dughter Buried Alive In Andhra, Rescued

ଅନ୍ଧ କରୁଛି ସମ୍ପତ୍ତି ଲୋଭ। ହିତାହିତ ଜ୍ଞାନ ଭୁଲି ସାମାନ୍ୟ ସମ୍ପତ୍ତି ପାଇବା ଆଶାରେ ମଣିଷ ଜଘନ୍ୟ କାଣ୍ଡ ଘଟାଉଛି। ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ। ଏଭଳି ଏକ ଅମାନବୀୟ କାଣ୍ଡ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲ୍ଲମ ଜିଲ୍ଲା ହରିପୁର ଗାଁରେ ଘଟିଛି। ସମ୍ପତ୍ତି ବିବାଦ ପାଇଁ ମା’ ଓ ଝିଅଙ୍କୁ ଜୀଅନ୍ତା ସମାଧି ଦେବାର ଉଦ୍ୟମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଡି. ସାବିତ୍ରୀ ଓ ଅନ୍ୟ ୩ ଜଣ- କେ. ରାମା ରାଓ, କେ. ପ୍ରକାଶ ରାଓ, କେ. ଆନନ୍ଦ ରାଓଙ୍କ ମଧ୍ୟରେ ଗୋଟିଏ ଜାଗାକୁ ନେଇ ବିବାଦ ଲାଗି ରହିଛି। ଆନ୍ଧ୍ର କୋର୍ଟରେ ଏହି ମାମଲା ବିଚାରାଧୀନ ଅଛି। 

Advertisment

ମାମଲାକୁ ନେଇ ପଇସଲା ଆସିବା ପୂର୍ବରୁ ସେହି ଜାଗାକୁ ନିଜ ଦଖଲକୁ ନେବାକୁ ରାଓ ଗୋଷ୍ଠୀ ଚେଷ୍ଟା କରିଥିଲେ। ଏହାକୁ  ଡି. ସାବିତ୍ରୀ ଓ ତାଙ୍କ ଝିଅ ବିରୋଧ କରିଥିଲେ ଏବଂ ସେହି ଜାଗାରେ ବସିକି ରହିଥିଲେ। ହେଲେ ଏହି ସମୟରେ ବିପକ୍ଷ ୩ ଜଣ ଟ୍ରାକ୍ଟରରେ ମୋରୋମ ମାଟି ଆଣି ସାବିତ୍ରୀ ଓ ତାଙ୍କ ଝିଅ ଉପରେ ଢାଳି ଜୀଅନ୍ତା ସମାଧି ଦେବା ପାଇଁ ପ୍ରୟାସ କରିଥିଲେ। ଫଳରେ ପ୍ରାଣ ବିକଳରେ ମା’ ଓ ଝିଅ ପାଟି କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଯଦି ଠିକ୍‌ ସମୟରେ ମା’, ଝିଅକୁ ଉଦ୍ଧାର କରାଯାଇ ନଥାନ୍ତା, ହୁଏତ ସେଇଠି ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥାନ୍ତା।

Advertisment

ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସାବିତ୍ରୀ ଓ ତାଙ୍କ ଝିଅ ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷେ, ଶ୍ରୀକାକୁଲ୍ଲମ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Murder Attempt
Advertisment
Advertisment