• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହିଳା ଅବଳା ନୁହେଁ କି ଦୁର୍ବଳା ନୁହେଁ । ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ବରାବର ଚାଲିବା ପାଇଁ ଚେଷ୍ଟା କରୁଛନ୍ତି ମହିଳା । ପ୍ରତିଦିନ ସୋସିଆଲ ମିଡିଆରେ ମହିଳା ସଶକ୍ତୀକରଣ ନେଇ ଅନେକ ଭିଡିଓ ସେୟାର କରାଯାଉଛି । ସେଥିମଧ୍ୟରୁ ଅନେକ କାହାଣୀ ରହିଛି ଯାହା ବେଶ୍‌ ହୃଦୟସ୍ପର୍ଶୀ । ଏବେ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି । ଆମେ ଅନେକ ଭିଡିଓ ଦେଖିଥାଉ ଯେଉଁଥିରେ ମହିଳା ଫୁଡ୍‌ ଡେଲିଭରି କରୁଥିବାର ଦେଖିବାକୁ ମିଳିଛି । ଏବେ ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍‌ ଡେଲିଭରି କରୁଛନ୍ତି । ଏହି ଭିଡିଓ ନିଶ୍ଚୟ ସମସ୍ତଙ୍କ ହୃଦୟକୁ ଛୁଇଁବ ।

ପିଠିରେ ଜୋମାଟୋ ଡେଲିଭରି ବ୍ୟାଗ୍‌ ଏବଂ କୋଳରେ କୋମଳମତୀ ଶିଶୁ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ସାଙ୍ଗରେ ଦୁଇଟି ଶିଶୁଙ୍କୁ ନେଇ ଫୁଡ୍‌ ଡେଲିଭରି କରୁଛନ୍ତି । ଏହି ଭିଡିଓଟିକୁ ଫୁଡ୍‌ ଅର୍ଡର କରିଥିବା ବ୍ୟକ୍ତି ଜଣଙ୍କ ରେକର୍ଡ କରିଛନ୍ତି । ଫୁଡ୍‌ ଡେଲିଭରି ଦେବାକୁ ଆସିଥିବା ମହିଳାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ବ୍ୟକ୍ତି ଜଣଙ୍କ । ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଆପଣ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ଖରାରେ ଦୁଇଟି ଛୋଟ ଛୁଆଙ୍କୁ ବୁଲାନ୍ତୁ ନାହିଁ ।

 

ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ନିଜର ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ଖାଦ୍ୟ ବିତରଣ ପାଇଁ ଯାଇଛନ୍ତି । ମହିଳା ଜଣକ ଗୋଟେ ଶିଶୁକୁ ନିଜ କାଖରେ ଧରିଥିବା ବେଳେ ଅନ୍ୟ ଶିଶୁଟି ନିଜ ମାଆର ହାତ ଧରି ଠିଆ ହୋଇଛି । ନିକଟରେ ଏହିପରି ଏକ ଦିବ୍ୟାଙ୍ଗ ବାଳକ ଖାଦ୍ୟ ବିତରଣ କରୁଥିବାର ଭିଡିଓ ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା ସାଉଁଟିବା ସହ ଭାଇରାଲ ମଧ୍ୟ ହୋଇଥିଲା । ଠିକ୍‌ ସେହିପରି ଏହି ମହିଳାଙ୍କ ଭିଡିଓ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିସାରିଛି ।

ସୋସିଆଲ୍‌ ମିଡିଆର ଟ୍ୱିଟର ପ୍ଲାଟଫର୍ମରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଯାହାକୁ ଅନେକ ଲୋକ ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି । ୫ ହଜାରରୁ ଅଧିକ ଲାଇକ୍‌ ସହ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି । ଭିଡିଓକୁ ଦେଖିସାରିବା ପରେ ୟୁଜର୍ସ ମହିଳାଙ୍କ ପ୍ରଶଂସା କରିବାରୁ ଥକୁ ନାହାନ୍ତି ।