Uber Driver Incident
ଉବେର କ୍ୟାବ୍ ବୁକ କଲେ ମହିଳା । କ୍ୟାବ ଆସିବା ପରେ ଡ୍ରାଇଭରଙ୍କୁ ଦେଖି ଉଡିଗଲା ହୋସ । କାରଣ ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ । ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ଏନେଇ ହୋଇଥିବା ଏକ ହ୍ୱାଟଆପ୍ ଚାଟ୍ ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ (X) ରେ ଏକ ଆଇଡିରେ ହ୍ୱାଟସଆପ୍ ଚାଟର ଏକ ସ୍କ୍ରିନ ସଟ୍ ସେୟାର କରାଯାଇଥିବା ଦେଖିବାକୁ ମିଳିଛି । ଯେଁଉଥିରେ କ୍ୟାପସନରେ ଲେଖାଯାଇଛି, "ପିକ୍ ବେଙ୍ଗାଲୁରୁ ମୋମେଣ୍ଟ । "
ଏହା ପରେ ସ୍କ୍ରିନ ସଟରେ ଥିବା ଚାଟରୁ ଜଣାପଡୁଛି ଯେ, ମହିଳା ଜଣକ ଅନ୍ୟ କାହାକୁ ନିଜ ଅନୁଭୂତି ବିଷୟରେ ଜଣାଇଛନ୍ତି । ମହିଳା ଜଣକ ଲେଖିଛନ୍ତି, "ଆଜି ମୋ ସହ ଏକ ଅଦ୍ଭୁତ ଘଟଣା ଘଟିଲା । ଉବରରେ ମୁଁ ଯେଉଁ କ୍ୟାବ୍ ବୁକ କରିଥିଲି ତାହାର ଡ୍ରାଇଭର ଥିଲେ ମୋ ଟିମ୍ ଲିଡ୍। କାହିଁକି କ୍ୟାବ ଚଳାଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ, ଏକୁଟିଆପଣ ଦୂର କରିବାକୁ ମୁଁ ଖାଲି ସମୟରେ କ୍ୟାବ୍ ଚଲାଉଛି ।"
ଏହି ପୋଷ୍ଟଟି ବର୍ତ୍ତମାନ ଜୋରଦାର ଭାଇରାଲ ହେଉଥିବାବେଳେ ୟୁଜର୍ସ ଏହା ଉପରେ ନିଜର ମତ ରଖିଛନ୍ତି । କେହି କେହି କହିଛନ୍ତି, "କେହି ଖୁସିରେ ଏପରି କରନ୍ତି ନାହିଁ । ନିହାତି ଆର୍ଥିକ ସମସ୍ୟା ଥିବ ।"ଆଉ କେହି କେହି କହିଛନ୍ତି, "ଖୁସିରେ କିଏ ଟାଇମ ପାସ୍ କରିବାକୁ ଆସି ବେଙ୍ଗାଲୁରୁ ଟ୍ରାଫିକରେ ଫସିବାକୁ ପସନ୍ଦ କରିବ? କଥାଟା ହଜମ ହେଉନାହିଁ ।"ଆଉ ଜଣେ ୟୁଜର ଆମେରିକା ସହ ତୁଳନା କରି କହିଛନ୍ତି ଯେ, ମୁଁ ଯେତେବେଳେ ଆମେରିକାର ଏକ ବଡ଼ କମ୍ପାନୀରେ କାମ କରୁଥିଲି ମୋ CEO ଏକ ହୋଟେଲରେ ପାର୍ଟ ଟାଇମ କାମ କରୁଥିଲେ । ଯଦି ଆମ ଦେଶରେ ଏପରି ହେବା କଥା ସତ ହୁଏ, ତେବେ ତାହା ଅତ୍ୟନ୍ତ ଖୁସିର କଥା । ଗୁଡ୍ ଲକ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us