• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜଣେ ବିଧାୟକ ନିର୍ବାଚନ ହାରିଲେ ରାଜନୀତି ଛାଡ଼ିଦେବି । ଏମିତି କହି ଚର୍ଚ୍ଚାରେ ଅଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକନାଥଙ୍କ ଏକ ଭିଡ଼ିଓ ।

ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏକ କାର୍ଯ୍ୟକ୍ରମରେ ସେ ଦେଇଥିବା ବୟାନକୁ ନେଇ ଏବେ ସବୁଆଡ଼େ ଭାରି ଚର୍ଚ୍ଚା । କାରଣ ସିନ୍ଦେ କହିଛନ୍ତି ମୋ ଦଳର କୌଣସି ଜଣେ ବି ବିଧାୟକ ଯଦି ନିର୍ବାଚନ ହାରେ, ତେବେ ମୁଁ ରାଜନୀତି ଛାଡ଼ିଦେବି । ଆଉ ସିନ୍ଦେଙ୍କ ଏହି ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବୟାନ ପରେ ତେଜିଲା ବିବାଦ । ମହା ବିକାଶ ଅଘାଡ଼ିକୁ ଆହ୍ୱାନ ଦେଲେ ସିନ୍ଦେ ।

ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସଜସଜ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ନିଜ ଦଳ ଓ ନେତାଙ୍କ ଉପରେ ଯେପରି ବିଶ୍ୱାସ ରଖିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହେଲାଣି । ବିଧାୟକ ଅବ୍‌ଦୁଲ୍‌ ସତ୍ତାର୍‌ ଆୟୋଜନ କରିଥିବା ରାଲିରେ ଉଦ୍‌ବୋଧନ ଦେବା ସମୟରେ ସିନ୍ଦେ କହିଛନ୍ତି, ମୋର ଦୃଢ଼ବିଶ୍ୱାସ ରହିଛି ୫୦ଜଣ ବିଧାୟକ ନିର୍ବାଚନରେ ନିଶ୍ଚୟ ବିଜୟ ହେବେ । ଯଦି ସେମାନଙ୍କ ଭିତରୁ ଜଣେ କେହି ବି ପରାଜୟ ହୁଅନ୍ତି ତେବେ ମୁଁ ରାଜନୀତି ଛାଡ଼ି ଦେବି ବୋଲି ସିନ୍ଦେ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ‘ଶିବସେନା’ ଏବଂ ସହଯୋଗୀ ‘ବିଜେପି’ ମିଳିତଭାବେ ୨୦୦ ସହ ଆସନ ହାସଲ କରିବେ ବୋଲି ଆକଳନ କରିଛନ୍ତି ସିନ୍ଦେ । ଏହାସହ ସେ କହିଛନ୍ତି ଯେ, ‘ମହା ବିକାଶ ଅଘାଡ଼ି’ର ପତନ ଘଟାଇ ଥିବା ଆକସ୍ମିକ ବିଦ୍ରୋହରେ ସମ୍ଭାବ୍ୟ ପରିଣିତି କ’ଣ ହେବ ତାହାକୁ ନେଇ ଆମେ ଚିନ୍ତିତ ଥିଲୁ । କିନ୍ତୁ ମୋ ସହ ଥିବା ବିଧାୟକମାନେ ମତେ ସାହସ ଦେଉଥିଲେ ଆଉ କହୁଥିଲେ ଆମର ବିଜୟ ସୁନିଶ୍ଚିତ ହେବ । ଶେଷରେ ସେଇୟା ହିଁ ହେଲା । ଆମେ ନିର୍ବାଚନରେ ବିଜୟ ହେଲୁ। ମହାରାଷ୍ଟ୍ରବାସୀ ଆମ ଉପରେ ଯେଉଁ ଗୁରୁତ୍ୱ ଦେଇଛନ୍ତି । ତାହାକୁ ସଠିକ୍‌ ଭାବରେ ନିର୍ବାହ କରିବୁ ବୋଲି ସିନ୍ଦେ କହିଛନ୍ତି।