• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାମ ଚରିତ ମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଅକଳରେ ସପା ନେତା ତଥା ବିଧାନ ପରିଷଦ ସଦସ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ହୋଇଥିବା ଅଭିଯୋଗ କରି ହିନ୍ଦୁ ସଂଗଠନ ତାଙ୍କ ମନ୍ତ୍ୟବକୁ ବିରୋଧର କରିବା ସହ ଟାର୍ଗେଟ କରିଛନ୍ତି । ସୋମବାର ଦି ଆଗ୍ରା ଠାରେ ହିନ୍ଦୁ ମହାସଭାର କର୍ମୀମାନେ ମୌର୍ଯ୍ୟଙ୍କ ଏକ ନକଲି ଶବଯାତ୍ରା କରିଛନ୍ତି । ଆଉ ଏହି ସମୟରେ ଦଳର ଜିଲ୍ଲା ପ୍ରଭାରୀ ପ୍ରସାଦ ବଡ଼ ଘୋଷଣା କରିଛନ୍ତି । ସପା ନେତାଙ୍କ ଜିଭ କାଟିଦେଲେ ବ୍ୟକ୍ତିଙ୍କୁ ୫୧,୦୦୦ ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଛନ୍ତି ।

ହିନ୍ଦୁ ମହାସଭାର ଆଗ୍ରା ଜିଲ୍ଲା ଦାୟିତ୍ୱରେ ଥିବା ସୌରଭ ଶର୍ମା କହିଛନ୍ତି, "କୌଣସି ସାହସୀ ବ୍ୟକ୍ତି, ଯଦି ସବା ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟି ଦିଏ, ତେବେ ତାଙ୍କୁ ୫୧,୦୦୦ ଟଙ୍କା ଚେକ୍ ପ୍ରଦାନ କରାଯିବ । ସେ ଧାର୍ମିକ ଶାସ୍ତ୍ରକୁ ଅପମାନିତ କରି ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିଛି ।

ରାମ ଚରିତ ମାନସକୁ ନେଇ ଏପରି ବୟାନ୍‌ ଦେବା ପରେ ଅଖିଳ ଭାରତ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ମୌର୍ଯ୍ୟର କୁଶପୁତ୍ତଳିକା ଜଳାଇ ଯମୁନା ନଦୀରେ ଫିଙ୍ଗି ଦେଇଛନ୍ତି । ଦଳର ଜାତୀୟ ମୁଖପାତ୍ର ସଞ୍ଜୟ ଜାଟ ମଧ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଏପରି ବିବାଦୀୟ ମନ୍ତବ୍ୟକୁ ବିରୋଧ କରିଛନ୍ତି ।

ସଞ୍ଜୟ ଜାଟ କହିଛନ୍ତି, “ଯେତେବେଳେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବସପାରେ ଥିଲେ, ସେତେବେଳେ ସେ‘ ଜୟ ଭୀମ, ଜୟ ଭାରତ ’ବୋଲି କହୁଥିଲେ । ଆଉ ତା’ପରେ ବସପା ଛାଡ଼ି ବିଜେପିରେ ଯୋଗ ଦେଲାପରେ ତାଙ୍କ ହାବଭାବ ବଦଳିଯାଇଥିଲା । ସେତେବେଳେ ସେ ରାମ ଚରିତ ମାନସକୁ ସମ୍ମାନ ଦେବା ଆରମ୍ଭ କରିଥିଲେ । ଆଉ ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବାପରେ ପୁଣି କଥା ବଦଳିଯାଇଛି । ରାମ ଚରିତ ମାନସକୁ ସମ୍ମାନ କରୁଥିବା ବ୍ୟକ୍ତି ହଠାତ୍‌ ବଦଳି ଯାଇଛି ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ଦିନ ପୂର୍ବରୁ ରାମ ଚିରତ ମାନସକୁ ନେଇ ବିବାଦୀୟ ବୟାନ୍‌ ଦେଇଛନ୍ତି । କୋଟି କୋଟି ଲୋକ ରାମଚରିତ ମାନସ ପଢ଼ନ୍ତି ନାହିଁ, ଏହା ସବୁ ନିରର୍ଥକ । ତୁଲସୀଦାସ ତାଙ୍କ ଖୁସି ପାଇଁ ଏହା ଲେଖିଛନ୍ତି । ସରକାର ଏଥିରେ ହସ୍ତକ୍ଷେପ କରି ରାମଚରିତ ମାନସ ଠାରୁ ଆପତ୍ତିଜନକ ଅଂଶକୁ ବାଦ ଦେବା ଉଚିତ କିମ୍ବା ଏହି ପୁସ୍ତକକୁ ନିଷିଦ୍ଧ କରିବା ଉଚିତ ବୋଲି କହିଥିଲେ ।