• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳିହୁଡ଼ି ସ୍ତ୍ରୀ ଭୟରେ ତାଳ ଗଛ ଉପରେ ରହୁଛନ୍ତି ଯୁବକ । ଲୋକଙ୍କ ଅନୁରୋଧ ସତ୍ୱେ ତଳକୁ ଓହ୍ଲାଉନାହାନ୍ତି । ପୋଲିସ୍‌ ମଧ୍ୟ ଆସି ବୁଝାଇ ବୁଝାଇ ଥକି ଗଲା ପରେ ଫେରିଯାଇଛି । ଉତ୍ତରପ୍ରଦେଶର ମଉ ଜିଲ୍ଲା କୋପାଗଞ୍ଜ ଅଞ୍ଚଳର ବସାଥପୁର ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଘଟଣା କେବଳ ସେହି ଅଞ୍ଚଳରେ ନୁହେଁ ଆଖପାଖ ଜିଲ୍ଲାମାନଙ୍କରେ ମଧ୍ୟ ଚର୍ଚ୍ଚାର ବି‍ଷୟ ପାଲଟିଛି ।

ବସାଥପୁର ଗାଁର ରାମପ୍ରବେଶଙ୍କ ନାମକ ଜଣେ ବ୍ୟକ୍ତି ଗତ ଏକ ମାସ ଧରି ୧୦୦ ଫୁଟ ଓଟ ଉଚ୍ଚ ତାଳ ଗଛ ଉପରେ ରହୁଛନ୍ତି । କେହି ବୁଝାଇବା ପାଇଁ ଗଲେ ତାଙ୍କୁ ଇଟା ଓ ପଥର ମାରି ଆକ୍ରମଣ କରୁଛନ୍ତି । ଫଳରେ ଭୟରେ ଲୋକମାନେ ଗଛ ପାଖକୁ ଯିବାପାଇଁ ଭୟ କରୁଛନ୍ତି ।

ରାମପ୍ରବେଶଙ୍କ ବାପା ବିଷ୍ଣୁରାମ କହିଛନ୍ତି, ତାଙ୍କ ପତ୍ନୀ ପ୍ରତିଦିନ ଝଗଡା କରିବା ସହ ମାଡପିଟ୍‌ କରୁଥିବାରୁ ପୁଅ ଗଛ ଉପରେ ରହିବାକୁ ବାଧ୍ୟ ହେଉଛି । ଦିନରାତି ଘରେ ଅସନ୍ତୋଷ ସୃଷ୍ଟି ହେଉଥିବାରୁ ହତାଶ ହୋଇପଡ଼ିଥିଲେ ରାମପ୍ରବେଶ । ଏଥିପାଇଁ ମାସାଧିକ କାଳ ହେବ ସେ ଗଛରେ ରହୁଛନ୍ତି । ପରିବାର ଲୋକମାନେ ତାଙ୍କ ପାଇଁ ଖାଦ୍ୟ ଏବଂ ପାଣି ଗଛ ତଳେ ରଖି ଦିଅନ୍ତି । ଗଛ ଉପରୁ ତଳକୁ ଦଉଡ଼ି ପକାଇ ଖାଦ୍ୟ ଓ ପାନୀୟ ନିଅନ୍ତି ରାମପ୍ରବେଶ । ସେପଟେ ଗ୍ରାମବାସୀ କହିଛନ୍ତି , ରାତିରେ କିଛି ସମୟ ଗଛରୁ ଓହ୍ଲାଇ ଶୌଚ ଆଦି ନିତ୍ୟକର୍ମ ସାରି ସେ ପୁଣି ଗଛ ଉପରକୁ ଚଢ଼ିଯାଆନ୍ତି ।

ତେବେ ଏନେଇ ଗାଁ ଲୋକ ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି । ତାଳ ଗଛଟି ଗାଁ ମଝିରେ ଥିବାରୁ ସେମାନଙ୍କ ନିଜତ୍ୱ ହନନ ହେଉଥିବା କହିଛନ୍ତି । ଏଥିପାଇଁ ପୋଲିସ୍‌ରେ ମଧ୍ୟ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ୍‌ ଆସି ବୁଝାଇ ବୁଝାଇ ଥକିଗଲା ପରେ ଏକ ଭିଡିଓ ତିଆରି ଚାଲିଯାଇଛି ।