Advertisment

ମେକ୍‌ଅପ୍‌ ପାଇଁ ସ୍ୱାମୀ ଦେଲେନି ଟଙ୍କା, ତଲାକ୍‌ ମାଗିଲେ ସ୍ତ୍ରୀ...

ମେକ୍‌ଅପ୍‌ ପାଇଁ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀ ଟଙ୍କା ନଦେବାରୁ ଜଣେ ମହିଳା, ସ୍ୱାମୀଙ୍କ ଠାରୁ ତଲାକ୍‌ ମାଗିଛନ୍ତି। ଏଥିପାଇଁ ମହିଳା ଜଣକ ପ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Wife Filed For Divorce From Husband For Not Giving Money For Makeup

Wife Filed For Divorce From Husband For Not Giving Money For Makeup

ମେକ୍‌ଅପ୍‌ ପାଇଁ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀ ଟଙ୍କା ନଦେବାରୁ ଜଣେ ମହିଳା, ସ୍ୱାମୀଙ୍କ ଠାରୁ ତଲାକ୍‌ ମାଗିଛନ୍ତି। ଏଥିପାଇଁ ମହିଳା ଜଣକ ପ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି। ଉତ୍ତରପ୍ରଦେଶର ଆଲିଗଡରୁ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସମ୍ପୃକ୍ତ ମହିଳା ତଲାକ୍‌ ଚାହୁଁଛନ୍ତି। 

Advertisment

ସୂଚନା ଅନୁସାରେ, ସିଭିଲ୍‌ ଲାଇନ୍‌ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ସ୍ୱାମୀଙ୍କଠୁ ତଲାକ୍‌ ଚାହୁଁଥିବା ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମହିଳା ଜଣକ ଉଲ୍ଲେଖ କରିଛନ୍ତି, ମେକ୍‌ଅପ୍‌ ଓ ହାତ ଖର୍ଚ୍ଚ ପାଇଁ ସ୍ୱାମୀଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ହେଲେ ସ୍ୱାମୀ ତାଙ୍କୁ ଟଙ୍କା ଦେଉ ନାହାନ୍ତି। ଏହାସହ ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ସ୍ୱାମୀଙ୍କ କହିବା ଅନୁସାରେ ସେ ଭଲ ଦେଖିବାକୁ ନୁହଁନ୍ତି। ତେଣୁ ସ୍ୱାମୀ ନିଜ ସହ ତାଙ୍କୁ  ରଖିବାକୁ ଚାହୁଁ ନାହାନ୍ତି। ଏହାଛଡ଼ା ଉକ୍ତ ମହିଳା ନିଜ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଉକ୍ତ ମହିଳା ଆବେଦନରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୧୫ରେ ଦିଲ୍ଲୀରେ ରହୁଥିବା ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ପ୍ରଥମେ ପ୍ରଥମେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ପରେ ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି।

Advertisment

ମହିଳା ଜଣକ ଆହୁରି କହିଛନ୍ତି ଯେ, ‘ମୁଁ ଯେତେବେଳେ ବି ମେକ୍‌ଅପ୍‌ ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗିଥାଏ, ସବୁବେଳେ ସେ ମନା କରି ଦେଉଛନ୍ତି। ଘର ଖର୍ଚ୍ଚ ପାଇଁ ମଧ୍ୟ ସେ ଟଙ୍କା ଦେଉ ନାହାନ୍ତି। ଏପରିକି ଶାଶୁ-ଶ୍ୱଶୁର ମଧ୍ୟ ସବୁବେଳେ ସ୍ୱାମୀଙ୍କୁ ସପୋର୍ଟ କରୁଛନ୍ତି। ନା ତାଙ୍କ ଘର ପାଇଁ ନା ତାଙ୍କ ପାଇଁ ମୁଁ ଠିକ୍‌ ନୁହେଁ ବୋଲି ସ୍ୱାମୀ ସବୁବେଳେ କହୁଛନ୍ତି। ଏପରିକି ମୁଁ ଭଲ ଦେଖିବାକୁ ନୁହେଁ। ଏଥିପାଇଁ ସେ(ସ୍ୱାମୀ) ମୋ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି।  ଦିନେ ରାତି ସାଢ଼େ ୧୧ଟାରେ ଶାଶୁ-ଶ୍ୱଶୁର ଓ ସ୍ୱାମୀ ଉକ୍ତ ମହିଳାଙ୍କୁ ଘରୁ ବାହାର କରି ଦେଇଥିଲେ। ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ କିଛିବି ଶୁଣି ନଥିଲେ ବୋଲି ମହିଳା ଜଣକ କହିଛନ୍ତି।

Advertisment
Advertisment