Advertisment

ଆଶ୍ଚର୍ଯ୍ୟ ! ! ! ଏପଟେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସ୍ତ୍ରୀ, ସେପଟେ ଭିଡିଓ ରେକର୍ଡିଂ କରୁଥିଲା ସ୍ୱାମୀ

ଗୋଟିଏପଟେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସ୍ତ୍ରୀ, ସେପଟେ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲା ସ୍ୱାମୀ। ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ୱାମୀ ଭିଡିଓ ରେକର୍ଡିଂ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଅଦ୍ୟତନ ହୋଇଛି
Wife attempts suicide, husband records video

Wife attempts suicide, husband records video

Advertisment

ଗୋଟିଏପଟେ ଆତ୍ମହତ୍ୟା ଉଦ୍ୟମ କରୁଥିଲା ସ୍ତ୍ରୀ, ସେପଟେ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲା ସ୍ୱାମୀ। ସ୍ତ୍ରୀକୁ ବଞ୍ଚାଇବା ବଦଳରେ ସ୍ୱାମୀ ଭିଡିଓ ରେକର୍ଡିଂ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଉତ୍ତରପ୍ରଦେଶ କାନପୁରର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମହିଳା ଜଣକ ପ୍ରଥମ ଉଦ୍ୟମରେ ବଞ୍ଚି ଯାଇଥିବା ବେଳେ ଦ୍ୱିତୀୟ ଉଦ୍ୟମରେ ତାଙ୍କର ଜୀବନ ଚାଲି ଯାଇଛି। ପଙ୍ଖାରେ ଝୁଲି ପଡ଼ିବାରୁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, କାନପୁରର କିଡୱାଇ ନଗରରେ ରହୁଥିବା ରାଜକିଶୋର ଗୁପ୍ତାଙ୍କ ଝିଅ ଶୋବିତାଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। ଗୁଲ୍‌ମୋହର ଅଞ୍ଚଳରେ ରହୁଥିବା ସଞ୍ଜୀବ ଗୁପ୍ତାଙ୍କ ସହ ଶୋବିତାଙ୍କ ବିବାହ ହୋଇଥିଲା। ହେଲେ ମଙ୍ଗଳବାର ଅପରାହ୍ଣରେ ଶୋବିତା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ସଞ୍ଜୀବ,ଶୋବିତାଙ୍କ ଘର ଲୋକଙ୍କୁ ସୂଚନା ଦେଇଥିଲେ। 

ଅଧିକ ପଢ଼ନ୍ତୁ: ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

କ’ଣ ପାଇଁ ଶୋବିତା ଫାଶୀ ଲଗାଇଲେ ? କେମିତି ଲଗାଇଲେ ? ଏସବୁ ସଞ୍ଜୀବଙ୍କୁ ଶୋବିତାଙ୍କ ବାପା ପଚାରିବାରୁ ସେ ମୋବାଇଲ୍‌ରେ କଏଦ କରିଥିବା ଦୃଶ୍ୟ ଯାହାକୁ ସେ ଭିଡିଓ ରେକର୍ଡିଂ କରିଥିଲେ ସେସବୁ ଦେଖାଇଥିଲେ। ଏହି ସମୟରେ ସଞ୍ଜୀବଙ୍କ ପାଟିରୁ ବାହାରି ଯାଇଥିଲା ଯେ, ପୂର୍ବରୁ ମଧ୍ୟ ଶୋବିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ସେ ତାଙ୍କୁ ବଞ୍ଚାଇ ଦେଇଥିଲେ। ତେବେ ଆତ୍ମହତ୍ୟାର ଏହି ଭିଡିଓ ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ସ୍ତ୍ରୀକୁ ବଞ୍ଚାଇବା ବଦଳରେ କିଭଳି ଭାବେ ସଞ୍ଜୀବ ଏସବୁ ଦୃଶ୍ୟ ରେକର୍ଡିଂ କରୁଥିଲେ ତାହା ସମସ୍ତଙ୍କୁ ଚକିତ କରିଛି। 

Advertisment

ଶୋବିତାଙ୍କ ବାପାଙ୍କ କହିବା ଅନୁସାରେ, ସେ ନିଜେ ତାଙ୍କ ଝିଅକୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକ ପୋଳିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ