Drink Alcohol
ମନ୍ତ୍ରୀ କହିଲେ ଘରେ ଆଣି ମଦ ପିଅ । ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ନାରାୟଣ ସିଂ କୁଶୱା ମହିଳାମାନଙ୍କୁ ଏକ ବିଚିତ୍ର ପରାମର୍ଶ ଦେଇଛନ୍ତି । ସ୍ୱାମୀମାନଙ୍କୁ ମଦ ବାହାରେ ନପିଇବାକୁ ଦେବାକୁ ସେ କହିଛନ୍ତି । ଘରେ ସ୍ୱାମୀଙ୍କୁ ମଦ ଆଣିବାକୁ ଏବଂ ପିଇବାକୁ ପରାମର୍ଶ ଦେବାକୁ ସେ ମହିଳାମାନଙ୍କୁ ଅନୁରୋଧ କରିଛନ୍ତି ।
ମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ବର୍ତ୍ତମାନ ସାଧାରଣରେ ହଇଚଇ ସୃଷ୍ଟି କରିଛି । ଘରେ ମଦ ପିଇବା ଦ୍ୱାରା ପୁରୁଷମାନେ ଲଜ୍ଜିତ ହେବେ । ଫଳରେ ସେମାନେ ମଦ ପିଇବେ ନାହିଁ । ଏଣୁ ଘରେ ମଦ ଆଣି ପିଇବାକୁ ଅନୁମତି ଦେବାକୁ ମହିଳାମାନଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଭୋପାଳରେ ହେଉଥିବା ଏକ ନିଶାବିରୋଧୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସାମାଜିକ ନ୍ୟାୟ ଓ ସଶକ୍ତିକରଣକୁ ଆଖି ଆଗରେ ରଖି ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି ।
ଯେଉଁ ପୁରୁଷମାନେ ବାହାରେ ମଦ ପିଇ ଘରକୁ ଆସନ୍ତି, ସେମାନଙ୍କୁ ଘରେ ମଦ ପିଇବା ସହ ଆଣିବାକୁ ଅନୁମତି ଦେବା ଆବଶ୍ୟକ । ଫଳରେ ସେମାନେ ଯଦି ଘରର ମହିଳା ଏବଂ ପିଲାମାନଙ୍କ ସାମ୍ନାରେ ମଦ୍ୟପାନ କରିବେ ତେବେ ସେମାନେ ଲଜ୍ଜିତ ଅନୁଭବ କରିବେ । ଫଳରେ ଧୀରେ ଧୀରେ ମଦ୍ୟପାନ ଛାଡ଼ିଦେବେ ।
ସେ ଆହୁରି ମଧ୍ୟ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯେଉଁମାନେ ମଦ ପିଇ ଘରକୁ ଆସୁଛନ୍ତି ସେମାନଙ୍କୁ ଖାଇବାକୁ ଦେବା କଥା ନୁହେଁ । ମଦ୍ୟପାନ କରିବା ପରେ ଯେଉଁମାନେ ଘରକୁ ଆସନ୍ତି ସେମାନଙ୍କ ପାଇଁ ମହିଳାମାନେ ଖାଦ୍ୟ ରାନ୍ଧିବା ଉଚିତ୍ ନୁହେଁ । ମହିଳାମାନେ 'ବେଲଣା' ଗ୍ୟାଙ୍ଗ ତିଆରି କରିବା ଉଚିତ୍ ଏବଂ ମଦ ପିଇବା ପରେ ଆସୁଥିବା ଲୋକଙ୍କୁ ବେଲଣା ଦେଖାଇବା ଉଚିତ୍ ବୋଲି ମନ୍ତ୍ରୀ କହିଛନ୍ତି ।
ସାମାଜିକ ମୂଲ୍ୟବୋଧ ହେତୁ ଅନେକ ଏହାକୁ କରିପାରିବେ ନାହିଁ, ତେବେ ମଦ ପାନ ଭଳି ଏକ ଖରାପ କାମକୁ ରୋକିବାକୁ ମହିଳାଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଯେତେବେଳେ ମନ୍ତ୍ରୀଙ୍କୁ ରାଜ୍ୟରେ ମଦ ନିଷେଧ କରାଯିବ କି ବୋଲି ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ବ୍ୟାନ୍ ହୋଇଥିବା ରାଜ୍ୟରେ ମଧ୍ୟ ମଦ ମିଳୁଛି ।
ମଦ ନିଷେଧ ହେବା ଆବଶ୍ୟକ । କିନ୍ତୁ ମଦ ନିଷେଧ ହୋଇଥିବା ରାଜ୍ୟରେ ମଧ୍ୟ ମଦ ମିଳୁଛି । ସରକାରୀ ସ୍ତରରେ ରାଜ୍ୟରେ ମଦ ନିଷେଧ ଉପରେ ବିଚାର କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719582900.jpg)