• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଖଣ୍ଡ ଭାରତ ଇତିହାସର କଳାଦିନ ଅଗଷ୍ଟ ୧୪ । ୧୯୪୭ ଆଜିର ଦିନରେ ୨ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । କୁହାଯାଏ, ସ୍ୱତନ୍ତ୍ର ପାକିସ୍ତାନ ଗଠନ ଲାଗି ମୁସଲିମ୍ ଲିଗର ଦାବିକୁ ମାନି ନେଇଥିଲେ ତତ୍କାଳୀନ କଂଗ୍ରେସ ମୁଖିଆ । କୋଟି କୋଟି ଦେଶବାସୀଙ୍କୁ ବିଶ୍ୱାସକୁ ନନେଇ ମୁସଲିମ୍ ଲିଗ୍ର ଦାବି ଓ ଇଂରେଜ ଶାସକଙ୍କ ଚାଲ୍କୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏ ବିଭାଜନ ଯୋଗୁଁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଦେଢ କୋଟିରୁ ଅଧିକ ନୀରିହ ଜନତା । ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ବି ଯାଇଥିଲା । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକ ଦିବସ ଭାବେ ପାଳନ କରିଛି କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ।

୧୯୪୭ ଜୁନ ୨.... ଦିଲ୍ଲୀରେ ଏକ ବୈଠକରେ କୋଟି କୋଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ମାତ୍ର ୧୦ରୁ ୧୨ ଜଣ ବ୍ୟକ୍ତି । ଏହି ବୈଠକରେ ହିଁ ସାକାରା ହେବାକୁ ଯାଉଥିଲା ସ୍ୱତନ୍ତ୍ର ପାକିସ୍ତାନ ଦେଶ । ଗଠନର ନାରା ଲଗାଉଥିବା ମୁସଲିମ୍ ଲିଗର ସ୍ୱପ୍ନ ବୈଠକର ମାତ୍ର ୨ ସପ୍ତାହ ଭିତରେ ଭାରତ ବିଭାଜନ ପ୍ରସ୍ତାବ ଉପରେ ଲାଗିଥିଲା ମୋହର । ଦୁଇଖଣ୍ଡ ହେବାକୁ ଯାଉଥିଲା ଅଖଣ୍ଡ ଭାରତ । ମାତ୍ର କେଇ ଜଣ ବ୍ୟକ୍ତି ବିଶେଷଜ୍ଞ ଏତେବେଡ଼ ନିଷ୍ପତ୍ତି ସଂପର୍କରେ ସେତେବେଳେ ଅଜ୍ଞ ଥିଲେ ।

ଦେଶର କୋଟି କୋଟି ଜନତା ୧୯୪୭ର ଏ ବିଭାଜନକୁ ଯେଉଁମାନେ ସାକାର କରିଥିଲେ, ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୯୦୫ ବଙ୍ଗ ବିଭାଜନ ବିରୋଧ ଭିତରେ ୧୯୦୬ରେ ଢାକାରେ ଜନ୍ମ ନେଇଥିଲା ମୁସଲିମ୍ ଲିଗ୍ । ୧୯୦୯ରେ ମର୍ଲେ-ମିଣ୍ଟୋ ସଂସ୍କାର ଆଇନ୍ ବାହାନାରେ ଅଲଗା ନିର୍ବାଚନ ଦାବି କରି ସ୍ୱତନ୍ତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ପାକିସ୍ତାନକୁ ଭାରତଠୁ ଅଲଗା କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା ସଂଗଠନ । ଆଉ ୧୯୪୦ରେ ମୁସଲିମ୍ ଲିଗ୍ ଲାହୋର ଅଧିବେଶନରେ ପାକିସ୍ତାନ ନାଁରେ ସ୍ୱତନ୍ତ୍ର ଇସଲାମୀୟ ଦେଶ ଗଠନ ପ୍ରସ୍ତାବରେ ମୋହର ବାଜିଥିଲା । ୧୯୪୭, ଅଗଷ୍ଟ ୧୪ରେ ହିଁ ପ୍ରାୟ ୧୦ ଲକ୍ଷ ନୀରହ ଜନତାଙ୍କ ମୃତଦେହ ଉପରେ ସୃଷ୍ଟି ହୋଇଥିଲା ପାକିସ୍ତାନ ।