• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହିଁକି ଅର୍ପିତାଙ୍କ ଫ୍ଲାଟକୁ ନିରାପଦ ମଣିଲେ ପାର୍ଥ ଚାଟାର୍ଜୀ ? ତଦନ୍ତକାରୀ ଅଧିକାରୀଙ୍କ ସ୍କାନରରୁ ଖସିବା ପାଇଁ ଏଭଳି କରୁଥିଲେ କି ପାର୍ଥ । ଯଦି ଅର୍ପିତାଙ୍କ ଫ୍ଲାଟରେ ଟଙ୍କା ଗଦା କରୁଥିଲେ ପାର୍ଥ, ତେବେ ଅର୍ପିତା କେତେ ସମ୍ପତ୍ତି ହାତେଇଛନ୍ତି । ଏସବୁ ଗୁମର ଖୋଜୁଛି ଇଡି । ଏପଟେ ଗତକାଲି ଅର୍ପିତାଙ୍କୁ ମେଡିକାଲ ଚେକ୍ ଅପ୍ ପାଇଁ ନେବା ବେଳେ ସୁରକ୍ଷାକର୍ମୀ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ମେଡିକାଲକୁ ଯିବାକୁ ଅମଙ୍ଗ ହୋଇଥିଲେ ଅର୍ପିତା ସ୍ଥିତି ଏପରି ହେଲା ଯେ, ଅର୍ପିତାଙ୍କୁ ଜୋର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହ୍ୱିଲ୍ ଚେୟାରରେ ନେଇଥିଲେ ସୁରକ୍ଷାକର୍ମୀ ।

ଏପଟେ ଅର୍ପିତା ମୁଖାର୍ଜୀଙ୍କୁ ମେଡିକାଲ ଚେକ୍ ଅପ ପାଇଁ ହସପିଟାଲ ନିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ପିତାଙ୍କୁ ମେଡିକାଲ ଚେକ୍ଅପ୍ ପାଇଁ ନିଆଯାଇଥିଲା । ହେଲେ ସେ ଗାଡ଼ିରୁ ଓହ୍ଲାଇ ନଥିଲେ ସ୍ୱାସ୍ଥ୍ୟା ପରୀକ୍ଷା ପାଇଁ ସିଧାସିଧା ମନା କରିଥିଲେ ଅର୍ପିତା । ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ସହଯୋଗ କରି ନଥିଲେ । ଫଳରେ ଅଧିକାରୀମାନେ ବାଧ୍ୟ ହୋଇ ତାଙ୍କୁ ହ୍ୱିଲ୍ ଚେୟାରରେ ବସାଇ ମେଡିକାଲରେ ଭର୍ତ୍ତି କରିଥିଲେ । ଜୋକା ସ୍ଥିତ ଇଏସଆଇ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟା ପରୀକ୍ଷା କରାଯାଇଛି ।

ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟରୁ ଏଯାଏଁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିସାରିଲାଣି । ତାସହିତ ୫ କେଜିରୁ ଅଧିକ ସୁନା, ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଏବଂ ଅନ୍ୟାନମ୍ୟ ଦାମିକା ସାମଗ୍ରୀ ଜବତ ହୋଇଛି । ତେବେ ଏସବୁ ସଂପତି ପାର୍ଥଙ୍କର ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଥିଲେ ଅର୍ପିତା । ତାଙ୍କ ଘରକୁ ପାର୍ଥ ଚାଟାର୍ଜୀ ମିନି ବ୍ୟାଙ୍କରେ ପରିଣତ କରିଥିବା ଅର୍ପିତା କହିଥିଲେ । ତେବେ ଏଠାରେ ପ୍ରଶ୍ନ ପାର୍ଥଙ୍କ ସହ ଅର୍ପିତାଙ୍କର କି ସଂପର୍କ କାହିଁକି ଅର୍ପିତା ଘରେ ଏଭଳି ଅମାପ ସଂପତ୍ତି ଟୁଳ କରିଥିଲେ ପାର୍ଥ ।

ଅର୍ପିତା ପାର୍ଥଙ୍କଠାରୁ କେତେ ସଂପତ୍ତି ହତାଇଛନ୍ତି, ଏସଂପର୍କରେ ଇଡି ତନାଘନା ଜାରି ରଖିଛି । ଅର୍ପିତା ମୁଖାର୍ଜୀ ୨୦୦୮ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବେଙ୍ଗଲି ଏବଂ ଓଡିଆ ଫିଲ୍ମରେ କାମ କରୁଥିଲେ ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ଓ ମନି ଲଣ୍ଡରିଂ ଅଭିଯୋଗକୁ ନେଇ ଗତ ୨୩ ତାରିଖରେ ପାର୍ଥ ଚାଟାର୍ଜୀଙ୍କ ସହ ଅର୍ପିତାଙ୍କୁ ଗିରଫ କରିଥିଲା ଇଡି । ଉବୟଙ୍କୁ ୩ ତାରିଖ ଯାଏ ଇଡି ନିଜ ହେପାଜତରେ ନେଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥଙ୍କୁ ମନ୍ତ୍ରୀ ଓ ସମସ୍ତ ଦଳୀୟ ପଦରୁ ବହିଷ୍କାର କରିଥିଲେ ।