Advertisment

ଭାଇରାଲ ପୋଲିଂ ଅଧିକାରୀଙ୍କ ପ୍ରକୃତ ପରିଚୟ କଣ?

ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।

ପୋଲିଂ ଅଫିସର ରୀନା ଦ୍ୱିବେଦୀ

ପୋଲିଂ ଅଫିସର ରୀନା ଦ୍ୱିବେଦୀ

Advertisment

ହଳଦିଆ ଶାଢୀ ପିନ୍ଧା ପୋଲିଂ ଅଫିସର ରୀନା ଦ୍ୱିବେଦୀ ପ୍ରଥମେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ପୋଲିଂ ଅଫିସର ଦାୟିତ୍ୱରେ ଥିଲେ। ସେ ହଳଦିଆ ଶାଢୀରେ ନଜରକୁ ଆସିଥିଲେ। ଆଉ ହାତରେ ଇଭିଏମ୍‌ ବକ୍ସ ଧରି ଯିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। 

Advertisment

ଧିରେ ଏହା ନ୍ୟୁଜ୍‌ ପାଲଟିଗଲା। ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ। କିନ୍ତୁ ସେଦିନର ହଳଦିଆ ଶାଢୀ ପିନ୍ଧିଥିବା ପୋଲିଂ ଅଧିକାରୀ ଏବେ ନୂଆ ଲୁକ୍‌ରେ ନଜରକୁ ଆସିଛନ୍ତି। ତାଙ୍କର ଲୋକପ୍ରିୟତା ଏତେ ମାତ୍ରାରେ ବଢିଯାଇଛି, ତାଙ୍କ ସହିତ ଅନେକ ପ୍ରଶଂସକ ଫଟୋ ଉଠାଉଛନ୍ତି। ତେବେ ଭାଇରାଲ ହେଉଥିବା ଏହି ପୋଲିଂ ଅଫିସରଙ୍କ ପ୍ରକୃତ ପରିଚୟ କଣ ଆସନ୍ତୁ ଜାଣିବା 

୧୯୮୭ ମସିହାରେ ରୀନା ଦିୱେଦି ଉତ୍ତରପ୍ରଦେଶର ଦେବରିଆ ଠାରେ ତାଙ୍କର ଜନ୍ମ। ତାଙ୍କର ବୟସ ୩୪ ବର୍ଷ। ସେ ସଂଗୀତ ଓ ଗୀତ ଗାଇବାକୁ ବହୁତ ପସନ୍ଦ କରନ୍ତି। ରୀନା ଜଣେ ପୂର୍ତ୍ତ ବିଭାଗର ଅଧିକାରୀ। ସେ ଜୁନିଅର୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ। ୨୦୦୪ରେ ତାଙ୍କର ବିବାହ ହୋଇଥିଲା। ସେ ତାଙ୍କ ଅଫିସ୍‌ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ ସଂଜୟ ଦ୍ୱିୱେଦିଙ୍କୁ ବିବାହ କରିଥିଲେ।

Advertisment

ତାଙ୍କର ଏକ ପୁତ୍ର ସନ୍ତାନ ଅଛି, ଯାହାଙ୍କ ନାଁ ଅଦିତି ଦ୍ୱିବେଦୀ। ୨୦୧୩ ମସିହାରେ ରୀନାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଯାହା ତାଙ୍କ ଜୀବନରେ ସବୁଠୁ ବଡ଼ ଦୁଃଖ ଆଣିଦେଇଥିଲା। ତଥାପି ସେ ଭାଙ୍ଗିନଯାଇ ସେ ଆଗକୁ ଚାଲିବାର ରାସ୍ତା ଦେଖିଛନ୍ତି। ରୀନା ତାଙ୍କର ଫିଟନେସ୍‌କୁ ନେଇ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। 

UP Election Viral Lady Pooling Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ