Advertisment

୧୦ ଦିନ ଭିତରେ ନୂଆ CDS ! ଏଥିପାଇଁ କ’ଣ ରହିଛି ମାନଦଣ୍ଡ ? ସରକାରଙ୍କ ପ୍ରଥମ ପସନ୍ଦ କିଏ ?

୪ ଦଶନ୍ଧିର ଶୌର୍ଯ୍ୟମୟ, ଗୌରବମୟ କ୍ୟାରିୟର୍ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ନେତୃତ୍ୱ ନେବାରେ ବିଚକ୍ଷଣ ସେନାଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ ଜେନେରାଲ୍ ବିପିନ୍ ରାଓ୍ୱତ୍ ।

ଅଦ୍ୟତନ ହୋଇଛି
NEW CDS

NEW CDS

Advertisment

ଭାରତୀୟ ସେନାରେ ସରିଛି ରାଓ୍ୱତ୍ ଯୁଗ  ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ବତଙ୍କ ଅାକାଳ ବିୟୋଗ ପରେ, ଏବେ ଚର୍ଚ୍ଚା କିଏ ହେବେ ତାଙ୍କ ଉତ୍ତରାଧିକାରୀ  ସୀମାରେ ପାକିସ୍ତାନ ଓ ଚାଲାକ୍ ଚୀନ୍କୁ ଚେକ୍ ଦେବାକୁ ତୁରନ୍ତ ପରବର୍ତ୍ତୀ ସିଡିଏସ୍ ଚୟନ ଉପରେ ଗୁରୁତ୍ୱ ଦିଅାଯାଉଛି  ତିନି ସେନା ମଧ୍ୟରେ ସମନ୍ବୟ ରକ୍ଷା କରି ନେତୃତ୍ୱ ଦକ୍ଷତା ରଖିଥିବା ସେଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଖୋଜା ଚାଲିଛି ପରବର୍ତ୍ତୀ ସିଡିଏସ୍ ପାଇଁ  ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଓ୍ୱାଣେଙ୍କ ନାଁ ଅାଗରେ ଥିବା ବେଳେ, ଓଡ଼ଇା ସେନାଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ କଥା ବି ଉଲ୍ଲେଖ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

Advertisment

୪ ଦଶନ୍ଧିର ଶୌର୍ଯ୍ୟମୟ, ଗୌରବମୟ କ୍ୟାରିୟର୍ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ନେତୃତ୍ୱ ନେବାରେ ବିଚକ୍ଷଣ ସେନାଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ ଜେନେରାଲ୍ ବିପିନ୍ ରାଓ୍ୱତ୍ । ଜେନେରାଲ୍ ରାଓ୍ୱତଙ୍କ ଅକାଳ ବିୟୋଗ ପରେ ପ୍ରଶ୍ନ ଉଠୁଛି, କିଏ ହେବ ଦେଶର ପରବର୍ତ୍ତୀ ସି଼ଡିଏସ୍ ? ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ପରେ, ଚର୍ଚ୍ଚା ହେଉଛି ଯେ, ସରକାର ଖୁବଶୀଘ୍ର ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଉତ୍ତରାଧୀକାରୀଙ୍କ ନାଁ ଘୋଷଣା କରିପାରନ୍ତି ।

ଏପରିକି ଏହି ପ୍ରକ୍ରିୟା ଆଗାମୀ ୭ରୁ ୧୦ ଦିନ ମଧ୍ୟରେ ଶେଷ ହେବ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି ସିଡିଏସ୍ ନିଯୁକ୍ତି ପାଇଁ ସମାନ ପ୍ରକ୍ରିୟା ଅନୁସରଣ କରିବେ ସରକାର । ଅର୍ଥାତ୍ ତିନି ସେନା ମଧ୍ୟରୁ ସବୁଠୁ ବରିଷ୍ଠ ଏବଂ ଦକ୍ଷ ଅଧିକାରୀ ହେବେ ଦେଶର ପରବର୍ତ୍ତୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ତେବେ ସିଡିଏସ୍ ହେବା ପାଇଁ କଣ ରହିଛି ଯୋଗ୍ୟତା ମାନଦଣ୍ଡ ?

Advertisment

ନିୟମ ଅନୁସାରେ ସେନାର ଯେକୌଣସି କମାଣ୍ଡିଂ ଅଫିସର ଏବଂ ଫ୍ଲାଗ ଅଫିସର ଏହି ପଦ ପାଇଁ ଯୋଗ୍ୟ । ସିଡିଏସ୍ ପାଇଁ ସର୍ବୋଚ୍ଚ ବୟସସୀମା ହେଉଛି ୬୫ । ସିକତକର କମିଟିର ସୁପାରିଶ ଅନୁସାରେ, ସରକାର ଦେଶର ତିନି ସେନାର ମୁଖ୍ୟଙ୍କ ମଧ୍ୟରୁ ଜଣଙ୍କୁ ସିଡିଏସ୍ ପଦବୀ ପାଇଁ ଚୟନ କରିପାରିବେ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ କେବଳ ୩ ସେନା ମୁଖ୍ୟ ନୁହଁନ୍ତି, ତାଙ୍କ କାନ୍ଧରେ ରହିଥାଏ ଆହୁରି ଅନେକ ବଡ଼ ଦାୟିତ୍ୱ । ସେ ଡିପାର୍ଟମେଣ୍ଟ ଅଫ୍ ମିଲିଟାରି ଆଫାୟାର୍ସ ବା ଡିଏମ୍ଏର ସେକ୍ରେଟାରୀ, ସ୍ଥାୟୀ ଅଧ୍ୟକ୍ଷ ଚିଫ୍ ଅଫ୍ ଷ୍ଟାଫ୍ କମିଟି ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ମଧ୍ୟ ହୋଇଥାନ୍ତି ।

ଏବେ ଭାରତର ସୁରକ୍ଷା ପାଇଁ ଉଭୟ ପଟୁ ଚ୍ୟାଲେଞ୍ଜ ବି ବଢିଛି । ଗୋଟିଏ ପଟେ ପାକିସ୍ତାନର ଆତଙ୍କୀଙ୍କୁ ସମର୍ଥନ ଏବଂ ଅନ୍ୟପଟେ ଚୀନ୍‌ର ବିସ୍ତାରବାଦ ନୀତି । ଏହାରି ଭିତରେ ସେନାରେ ଇଣ୍ଟିଗ୍ରେଟେଡ୍ ଥିଏଟର୍ କମାଣ୍ଡ ଗଠନର ମହତ୍ୱାକାଂକ୍ଷୀ ସଂସ୍କାର ସ୍ୱପ୍ନ, ଏସବୁକୁ ପୂରଣ କରିବା ପାଇଁ କାହାକୁ ପରବର୍ତ୍ତୀ ସିଡିଏସ୍ କରିବେ ସରକାର ?

Advertisment

ଚର୍ଚ୍ଚାରେ ସର୍ବାଗ୍ରେ ରହିଛି ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରଓ୍ୱାଣେଙ୍କ ନାଁ । କାରଣ ଉଭୟ ଏଲ୍ଓସି ଏବଂ ଏଲ୍ଏସି ଅଭିଜ୍ଞତା ତଥା ବରିଷ୍ଠତା ଦୃଷ୍ଟିରୁ ସେ ହିଁ ସରକାରଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି । ନିକଟରେ ନବନିଯୁକ୍ତ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସଲ ଭିଆର୍ ଚୌଧରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ୍ ଆର୍ ହରି କୁମାରଙ୍କ ଠାରୁ ଜେନେରାଲ୍ ନରଓ୍ୱାଣେ ପ୍ରାୟ ୨ ବର୍ଷ ସିନିୟର୍ । ତେଣୁ ଇଣ୍ଡୋ-ଚୀନ୍ ସୀମା ସୁରକ୍ଷା କ୍ଷେତ୍ରରେ ଅଭିଜ୍ଞତା ଥିବା ଏହି ଦକ୍ଷ ସେନା ଅଧିକାରୀ ହୋଇପାରନ୍ତି ମୋଦି ସରକାରଙ୍କ ପ୍ରଥମ ପସନ୍ଦ । ସିଡିଏସ୍ ନିଯୁକ୍ତି ବେଳେ ସରକାରଙ୍କ ଫୋକସରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ବି ରହିବ । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି CCS ।

CDS CDS Bipin Rawat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ