• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସିନେ ଜଗତରେ ବିଶେଷ ନାଁ କମେଇ ପାରିନଥିଲେ ମଧ୍ୟ ମନ୍ଦ କାରଣକୁ ନେଇ ରାତାରାତି ଚର୍ଚ୍ଚା ପରିସରକୁ ଆସିଛନ୍ତି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ୬ରୁ ଅଧିକ ଓଡ଼ିଆ ଫିଲ୍ମ ସହ କେତୋଟି ବେଙ୍ଗଲୀ ଫିଲ୍ମରେ ସହ-କଳାକାର ଥିଲେ ଅର୍ପିତା । ତେବେ ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ଦ୍ୱାରା ଗିରଫ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚାଲିଛି ଗସିପ୍ । ପଶ୍ଚିମବଙ୍ଗର କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କର କଣ ସଂପର୍କ, ତାଙ୍କ ଘରକୁ କେମିତି ଆସିଲା ଏତେ ପରିମାଣର ଟଙ୍କା ତାକୁ ନେଇ ବି ଚର୍ଚ୍ଚା ।

ସେହିପରି ତାଙ୍କର ବ୍ୟକ୍ତିଗତ ଜୀବନର ଅନେକ ଅକୁହା ସତର ବି ଫିଟିଛି ଗୁମର । ତେବେ ତାଙ୍କ ଘରକୁ କେମିତି ଆସିଲା ୨୦ କୋଟିର କ୍ୟାସ୍? ଶିକ୍ଷକ ନିଯୁକ୍ତି ସ୍କାମରେ ଆଦାୟ ଅର୍ଥକୁ ଅର୍ପିତାଙ୍କ ଘରେ ରଖାଯାଇଥିଲା କି? କାରଣ ଅର୍ପିତାଙ୍କୁ ଅନେକଥର ଟିଏମସି କାଯର୍ୟକ୍ରମରେ ଦେଖିବାକୁ ମିଳିଛି । ୨୦୨୦ରେ ସେ ଦୁର୍ଗାପୂଜା ଆୟୋଜନର ବ୍ରାଣ୍ଡ୍ ଆମ୍ବାସଡର୍ ବି ଥିଲେ । ତାଙ୍କୁ ଉଭୟ ପାର୍ଥ ଓ ଦିଦିଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ତେଣୁ ତାଙ୍କ ଘରୁ ଏତେ କ୍ୟାସ୍ ଜବତ ହେବା ଉଭୟ ଦିଦି ଓ ଟିଏମସି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ଅର୍ପିତା ୨୦୦୮ରୁ ୨୦୧୪ ଯାଏଁ ଫିଲ୍ମରେ ଅଭିନୟ କରିଥିଲେ । ବେଙ୍ଗଲ ଅପେକ୍ଷା ଓଡ଼ିଶାରେ ସେ ବେଶ ପରିଚିତ । ବନ୍ଦେ ଉତ୍କଳ ଜନନୀ, ପ୍ରେମ ରୋଗୀ, କେମିତି ଏ ବନ୍ଧନ, ମୁ କଣ ଏତେ ଖରାପ ଓ ରାଜୁ ଆଓ୍ୱାରା ଭଳି ୬ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ବେଳେ ଏଥିମଧ୍ୟରୁ ଅନେକଟି ହିଟ୍ ବି ହୋଇଥିଲା । ସେ ଦୃଷ୍ଟିରୁ ଓଡ଼ିଆ ଦର୍ଶକଙ୍କ ପାଇଁ ସେ ପରିଚିତ ଚେହେରା । ମାତ୍ର ତିନି ଚାରିଟି ବେଙ୍ଗଲୀ ଫିଲ୍ମରେ ସହକଳାକାର ଥିଲେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇବାରେ ବିଫଳ ହୋଇଥିଲେ ଅର୍ପିତା ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଅର୍ପିତା ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିଲେ ।

ହେଲେ ଆକ୍ଟିଂ କ୍ୟାରିୟରରେ ସେତେଟା ସଫଳତା ପାଇନଥିବା ଅର୍ପିତାଙ୍କର କୋଲକାତାର ଜୋକା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଥିବା ଖବର ସମସ୍ତଙ୍କୁ ଚକିତ କରିଛି । ସେ ନିୟମିତ ହୁକା ବାରକୁ ଯାଆନ୍ତି ବୋଲି ମଧ୍ୟ ଇଡି ସୂତ୍ରରୁ ସୂଚନା ମିଳିଛି ସେହିପରି ସେ ଛୁଟି କାଟିବାକୁ ବ୍ୟାଂକକ୍ ଓ ସିଙ୍ଗାପୁର ଆଦି ସ୍ଥାନକୁ ଯାଇଥିବା ଜଣାପଡିଛି । ଝାଡ଼ଗ୍ରାମର ଜଣେ ବ୍ୟବସାୟୀଙ୍କୁ ସେ ବିବାହ କରିଥିଲେ । ତାଙ୍କ ତାଙ୍କ ସ୍ୱାମୀ ଓ ବୈବାହିକ ଜୀବନ ସଂପର୍କରେ କାହାରିକୁ ବେଶୀ କିଛି ଜଣା ନାହିଁ ।

କୌଣସି ରାଜନୈତିକ ଦଳ ସହ ତାଙ୍କର କୌଣସି ସଂପର୍କ ନଥିବା ଗିରଫ ହେଲା ପରେ ଇଡିକୁ କହିଛନ୍ତି ଅର୍ପିତା । ତେବେ ଇଡି ଖୋଳତାଡରୁ ତାଙ୍କ ଘରୁ ଉଦ୍ଧାର ୨୦ କୋଟି ଟଙ୍କାର ଗୁମର ଖୋଲିବା ଆଶା କରାଯାଉଛି ।