• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟରେ ଲିଡ୍ କରୁଛନ୍ତି ପ୍ରଫେସର ଆର୍ନୋଲ୍ଡ ଡିକ୍ସ । ଆର୍ନୋଲ୍ଡ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲିଂ ଓ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ଆସୋସିଏସନର ସଭାପତି । ସେ ଭୂତଳ ପରିବହନ କ୍ଷେତ୍ରରେ ବିଶେଷଜ୍ଞ । ଭୂତଳ ପରିବହନରେ ଥିବା ଅସୁବିଧା ଓ ଏହାର ସମାଧାନ ଦିଗରେ ତାଙ୍କ ପରାମର୍ଶ ପ୍ରଭାବୀ ହୋଇଥାଏ । ସେ ଏକ୍ଷେତ୍ର ବିଶ୍ୱର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଭିତରୁ ଜଣେ ।

ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆର୍ନୋଲ୍ଡ ଦେଉଛନ୍ତି ପରାମର୍ଶ । ଅତି ଯତ୍ନ ଓ ଧୈର୍ଯ୍ୟର ସହ ଉଦ୍ଧାର କାର୍ଯ୍ୟ କଲେ ବିପଦ କମ ରହିବ ବୋଲି ରେସ୍କ୍ୟୁ ଟିମକୁ ପରାର୍ମଶ ଦେଇଛନ୍ତି ଆର୍ନୋଲ୍ଡ ଡିକ୍ସ । ଏହି ଅପରେସନ ଅତି ବିପଦ ଓ ସଂବେଦନଶୀଳ ଥିବାରୁ ଅତି ସନ୍ତର୍ପଣର ସହ ଆଗକୁ ବଢୁଛନ୍ତି ଉଦ୍ଧାରକାରୀ ଟିମ୍ । ଆର୍ନୋଲ୍ଡ ଡିକ୍ସ ଟନେଲିଂ ଏକ୍ସପର୍ଟ ସହ ଜଣେ ଓକିଲ । ସେ ବ୍ରିଟେନ ଭିକଟୋରିଆ ବାରର ସଦସ୍ୟ ।

ଏହାସହ ସେ ଟୋକିଓ ସିଟି ୟୁନିଭର୍ସିଟିର ଭିଜିଟିଂ ପ୍ରଫେସର ଅଛନ୍ତି । ୩୦ ବର୍ଷ ହେଲା ଟନେଲିଂ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି । ଟନେଲ ଭିତରେ ଅଗ୍ନି ଦୁର୍ଘଟଣା ରୋକିବା କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ୨୦୨୨ରେ ସେ ଆମେରିକାର ଫାୟାର ପ୍ରୋଟେକ୍ସନ ଆସୋସିଏସନ ପକ୍ଷରୁ ସମ୍ମାନିତ ହୋଇଥିଲେ । ସେହିପରି ୨୦୧୧ରେ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସମ୍ମାନୀତ ହୋଇଛନ୍ତି ଆର୍ନୋଲ୍ଡ ଡିକ୍ସ ।

ସୂଚନାଯୋଗ୍ୟ ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁନି ରେସ୍କୟୁ ଟିମ । ଅଗର ମେସିନ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ଉଦ୍ଧାରକାରୀ ଦଳ । ହେଲେ ପୁଣି ବାଧକ ସାଜିଛି ଲୁହା ଛଡ଼ । ଅଗର ମେସିନ ଆଗରେ ଲୁହାଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି । କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବଧାପ୍ରାପ୍ତହୋଇଛି । ...

ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଦୂର ଥିବା ପୂର୍ବକୁ ସୂଚନା ଦିଆଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାକୁ ଶ୍ରମିକଙ୍କ ପାଖରେ ପହଞ୍ଚିବା ବିଳମ୍ବ ହେଉଛି । ... ସେପଟେ ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି। ଶ୍ରମିକ ମାନେ ବାହାରିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ।....ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍। ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ।