WHO Flags Concern On Rising COVID-19 Deaths, Says Omicron Yet To Peak In Many Countries
ବିଶ୍ୱରେ ଟଳିନି ଓମିକ୍ରନ ବିପଦ । ସାରା ବିଶ୍ୱରେ ଚିନ୍ତାଜନକ ସ୍ଥିତିରେ ରହିଛି ଓମିକ୍ରନ ସଂକ୍ରମଣ । ଗତ କିଛିଦିନ ହେଲା ବିଶ୍ୱର ବିଭିନ୍ନ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ଲଢ଼େଇରେ ବିଜୟୀ ହୋଇଛି ବୋଲି ଏ ପରିସ୍ଥିତିରେ କୁହାଯାଇ ପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ବିଶ୍ୱରେ ମୋଟ ୫୭ଟି ଦେଶକୁ ଓମିକ୍ରନ ବ୍ୟାପିସାରିଲାଣି ଓମିକ୍ରନର ମ୍ୟୁଟାଣ୍ଟ ମୂଳ ଭାରିଏଣ୍ଟ ଠାରୁ ଆହୁରି ଦ୍ରୁତ ସଂକ୍ରମଣ ବୋଲି ହୁ’ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବାର ୧୦ ସପ୍ତାହ ଭିତରେ ୯୦ ମିଲିୟନ ଲୋକ ସଂକ୍ରମିତ ହୋଇସାରିଲେଣି । ଏହାସହ ସହିତ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ସେହିପରି ଦେଶରେ ମଧ୍ୟ ଦିନକୁ ଦିନ କରୋନା ମୃତ୍ୟୁ ବଢ଼ିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୩ ହଜାର ୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬କୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷେ, କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି । ନାଇଟ କର୍ଫ୍ୟୁ ଅବଧି ରାତି ୯ଟା ପରିବର୍ତ୍ତେ ୧୦ଟାରୁ ଆରମ୍ଭ ହୋଇଥିଲା । ଯାହାର ନିର୍ଦ୍ଦେଶାକ୍ରମେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବା ସହ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643776756.jpg)