Advertisment

କିଏ ଏହି ୮ ଭାରତୀୟ ? ଯାହାଙ୍କୁ କାତାର କୋର୍ଟ ଶୁଣାଇଛନ୍ତି ମୃତ୍ୟୁ ଦଣ୍ଡାଦେଶ

ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାତାର ଅଦାଲତ ଦ୍ୱାରା ଯେଉଁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଯାଇଛି ସେଥିରେ ଆମେ ସ୍ତବ୍ଧ। ପରିବାର ସଦସ୍ୟ ଓ ଆଇନ ଦଳ ସହ ଯୋଗାଯୋଗ କରାଯାଉଛି। ସମସ୍ତ ଆଇନଗତ ବିକଳ୍ପ ମଧ୍ୟ ବିଚାର କରାଯାଉଛି।

Qatar hands death penalty

Qatar hands death penalty

Advertisment

କାତାରରେ ଗତବର୍ଷ ଗରଫ ହୋଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ କାତାର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଶ ଶୁଣାଇଛନ୍ତି। କାତାର କୋର୍ଟର ଏହି ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛି ଭାରତ। ଗଲ୍ଫ ଦେଶର ଏହି ନିଷ୍ପତ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛି ଭାରତ। ଏହି ମାମଲାରେ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଛି ବୋଲି ସ୍ପଷ୍ଟ କରିଛି ଭାରତ ସରକାର। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କାତାର ସହ ଭାରତର ସମ୍ପର୍କ ଭଲ ବୋଲି ବିବେଚନା କରାଯାଏ। ତେବେ ଏସବୁ ପରେ ମଧ୍ୟ କାତାର ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛି।

Advertisment

ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାତାର ଅଦାଲତ ଦ୍ୱାରା ଯେଉଁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଯାଇଛି ସେଥିରେ ଆମେ ସ୍ତବ୍ଧ। ପରିବାର ସଦସ୍ୟ ଓ ଆଇନ ଦଳ ସହ ଯୋଗାଯୋଗ କରାଯାଉଛି। ସମସ୍ତ ଆଇନଗତ ବିକଳ୍ପ ମଧ୍ୟ ବିଚାର କରାଯାଉଛି। କାତାରରେ ବନ୍ଦୀ ଥିବା ଭାରତୀୟମାନଙ୍କୁ କୂଟନୈତିକ ପରାମର୍ଶ ଦେବା ଜାରି ରଖିବ ବୋଲି ମଧ୍ୟ ଭାରତ ସ୍ପଷ୍ଟ କରିଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କାତାର ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ କିଏ ଏବଂ ସେମାନଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି ?

ଆଠ ଜଣ ଭାରତୀୟଙ୍କ ଉପରେ କ’ଣ ଥିଲା ଅଭିଯୋଗ ?

ନୌସେନାର ପୂର୍ବତନ କର୍ମଚାରୀମାନେ କାତାରର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଏହି ଆଠ ଜଣଙ୍କ ଉପରେ କାତାର ଗୁଇନ୍ଦାଗିରି କରୁଥିବାର ଅଭିଯୋଗ ଆଣିଥିଲା। ଯାହାଫଳରେ ଏହି ଆଠ ଜଣ ଭାରତୀୟଙ୍କୁ ଗତ ବର୍ଷ ଅଗଷ୍ଟ ୩୦ରେ କାତାର କର୍ତ୍ତୁପକ୍ଷ ଗିରଫ କରିଥିଲେ। ସେବେଠାରୁ ଏମାନେ କାତାର ଜେଲରେ ବନ୍ଦୀ ଥିଲେ। ତାଙ୍କ ବିରୋଧରେ ଶୁଣାଣି ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଆରମ୍ଭ ହୋଇଥିଲା।

Advertisment

କାତାରରେ ଅଲ ଦହରା ସିକ୍ୟୁରିଟି କମ୍ପାନୀ ଅଛି, ଯେଉଁଥିରେ ଏହି ଆଠ ଜଣ ଭାରତୀୟ କାମ କରୁଥିଲେ। ଭାରତୀୟ ନାଗରିକମାନେ କାତାର ଅଧିକାରୀଙ୍କ ସହଯୋଗରେ ସାମୁଦ୍ରିକ ତାଲିମ ଦେଉଥିଲେ। ଗତ ବର୍ଷ ତାଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭାରତୀୟଙ୍କ ବିରୋଧରେ ଅଭିଯୋଗ କ’ଣ ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

କିଏ ଏହି ୮ ଭାରତୀୟ ?

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ଭାରତୀୟ ହେଲେ କ୍ୟାପଟେନ୍ ନବତେଜ ସିଂ ଗିଲ୍, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ୍, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକର ପାକଳ, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର୍ ରାଗେଶ। କାତାର ନୌସେନାକୁ ପ୍ରଶିକ୍ଷଣ ଦେଉଥିବା ଏକ ଘରୋଇ କଂପାନୀ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ କନସଲ୍ଟାନ୍ସିରେ ସେମାନେ କାର୍ଯ୍ୟ କରୁଥିଲେ ।

Advertisment

କେଉଁ କମ୍ପାନୀରେ କାମ କରୁଥିଲେ ଭାରତୀୟ ?

ଏହି ଭାରତୀୟମାନେ କାମ କରୁଥିବା କାତାର କମ୍ପାନୀର ନାମ ଥିଲା ଅଲ ଦହରା ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସ୍ । ଏହା ଏକ ପ୍ରତିରକ୍ଷା ସେବା ପ୍ରଦାନକାରୀ କମ୍ପାନୀ, ଯାହାର କାମ ହେଉଛି ସୈନିକମାନଙ୍କୁ ତାଲିମ ଦେବା। ଏହି କମ୍ପାନୀର ମାଲିକ ହେଉଛନ୍ତି ଓମାନ ଏୟାରଫୋର୍ସର ପୂର୍ବତନ ସ୍କ୍ୱାଡ୍ରନ୍ ଲିଡର୍‌ ଖାମିସ୍ ଅଲ-ଅଜମି।

ଯେତେବେଳେ କାତାର ଗୁପ୍ତଚର ସଂସ୍ଥା ଆଠ ଜଣ ଭାରତୀୟଙ୍କୁ ଗିରଫ କରିଥିଲା ସେ ସମୟରେ ଖାମିସ୍ ଅଲ-ଅଜମିଙ୍କୁ ମଧ୍ୟ ଗିରଫ କରିଥିଲା। କିନ୍ତୁ ଗତ ବର୍ଷ ନଭେମ୍ବରରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। କମ୍ପାନୀର ପୁରୁଣା ୱେବସାଇଟ୍ ଅନୁଯାୟୀ, ଏହା କାତାର ନାଭାଲ୍ ଫୋର୍ସ (QENF) କୁ ତାଲିମ, ଲଜିଷ୍ଟିକ୍ସ ଏବଂ ରକ୍ଷଣାବେକ୍ଷଣ ଯୋଗାଉଥିଲା। ତେବେ ବର୍ତ୍ତମାନ ଏହି କମ୍ପାନୀ ପୁରୁଣା ୱେବସାଇଟ ଗାୟବ ହୋଇଯାଇଛି। ଏହାର ସ୍ଥାନରେ ବର୍ତ୍ତମାନ ଏକ ନୂତନ ୱେବସାଇଟ୍ ତିଆରି କରାଯାଇଛି, ଯେଉଁଥିରେ କମ୍ପାନୀର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି।

India Qatar Death Penalty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ