/odishatv-khabar/media/post_attachments/uploadimage/library/16_9/16_9_0/Whisky_tea_1654664188.jpg)
Whisky tea
ବ୍ୟାକଗ୍ରାଉଣ୍ଡରେ ଲାଉଡ୍ ମ୍ୟୁଜିକ୍ । କ୍ୟାଫେରେ ବସିଛନ୍ତି ଯୁବପିଢ଼ି । ଝିକମିକ୍ ଲାଇଟ୍ ଭିତରେ ସନ୍ଧ୍ୟାକୁ ରଙ୍ଗୀନ କରୁଛି ହ୍ୱିସ୍କି ଚା’ । ଗୁଜୁରାଟରେ ମଦ ନିଷେଧ ହୋଇଥିଲେ ସୁଦ୍ଧା ସୁରଟର ବେସୁ ଅଞ୍ଚଳରେ ଥିବା ଏକ କାଫେରେ ମିଳୁଛି ହ୍ୱିସ୍କି ଫ୍ଲେଭର୍ ଚା । ରଙ୍ଗ ଯେପରି, ସ୍ୱାଦ ମଧ୍ୟ ସେହିପରି । ଖୋଲା ଆକାଶ ତଳେ ବସି ଲୋକମାନେ ଉତ୍ସାହର ସହିତ ଏହି ସ୍ୱତନ୍ତ୍ର ଚାର ମଜା ନେଉଛନ୍ତି ।
ତେବେ ଏବେ ଦୋକାନରେ ଗ୍ରୀନ୍ ଟି, ବ୍ଲାକ୍ ଟି ପରି ହ୍ୱିସ୍କି ଚା’ ମଧ୍ୟ ମିଳୁଛି । ଆଉ ଏଥିପାଇଁ ଦୋକାନ ଖୋଲିବା ମାତ୍ରେ ଲୋକଙ୍କ ଗହଳି ଜମୁଛି । ବ୍ଲାକ୍ ଟିରେ ହ୍ୱିସ୍କି ଫ୍ଲେବର ମିଶାଇ ଏହା ସ୍ୱତନ୍ତ୍ର ଭାବରେ ତିଆରି କରାଯାଉଛି । ଗୁଜୁରାଟରେ ମଦ ନିଷେଧ ଥିବା ବେଳେ ଏହି ଚା ପିଇବା ପାଇଁ ରାହୁଲଙ୍କ ଦୋକାନରେ ଭିଡ଼ ଜମୁଛି । ଯୁବପିଢ଼ିଙ୍କ ପାଇଁ ରଙ୍ଗୀନ୍ ସଂନ୍ଧ୍ୟାରେ ହ୍ୱିସ୍କି ଚା’ ଚାରଚାନ୍ଦ ଲଗାଉଛି । ଚାକୁ ପିଉଥିବା ଲୋକେ କହୁଛନ୍ତି ଏହି ଚା’ର ସ୍ୱାଦ ଅବିକଳ ହ୍ୱିସ୍କି ପରି । ରାଜ୍ୟରେ ମଦ୍ୟପାନ ଉପରେ ବାରଣ ଥିବା ବେଳେ ଚା ’ମାଧ୍ୟମରେ ହ୍ୱିସ୍କି ପିଇବାର ଇଚ୍ଛା ପୂରଣ କରୁଛନ୍ତି ଲୋକେ ।
ସୁରଟର ଭେସୁ ଅଞ୍ଚଳରେ ଏହି ସ୍ୱତନ୍ତ୍ର ଚା ଦୋକାନ ଖୋଲିଛନ୍ତି କୋଲକାତାର ରାହୁଲ ସିଂ । କେବଳ ହ୍ୱିସ୍କି ଚା ନୁହେଁ ବରଂ ଏଠାରେ ମିଳେ କୋଡ଼ିଏରୁ ଅଧିକ ପ୍ରକାରର ଚା । ଏହି କାଫେ ଚଳାଉଥିବା ରାହୁଲ ସିଂଙ୍କ କୋଲକାତାରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଚା ’ପତ୍ର ବିଷୟରେ ଅଧ୍ୟୟନ କରିଥିଲେ । ସମଗ୍ର ଦେଶରେ ଗୁଜୁରାଟରେ ହିଁ ଚା ’ପିଉଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି ଜାଣିବାକୁ ପାଇଥିଲେ ।
ସେଥିପାଇଁ ସେ ସୁରଟରେ ଏକ କାଫେ କରି ଏବେ ବିଭିନ୍ନ ପ୍ରକାର ଚା’ ତିଆରି କରୁଛନ୍ତି । ସାଧାରଣ ଲୋକଙ୍କ ସହିତ ବ୍ୟବସାୟ ଶ୍ରେଣୀକୁ ଧ୍ୟାନରେ ରଖି ଚା’ କପର ମୂଲ୍ୟ ରହିଛି ୨୦ ରୁ ୩୦୦ ଟଙ୍କା । ତେବେ ଭଲ ଦୁଇ ପଇସା ରୋଜଗାର ହେଉଥିବା ବେଳେ ଆଗକୁ ବ୍ୟବସାୟ ବଢ଼ାଇବାବୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)