/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706015043.jpg)
2024 General Election
ଆସନ୍ତା ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ । ନିର୍ବାଚନ କମିଶନଙ୍କ ‘ଏକ୍ସ’ ମେସେଜ୍ ନେଇ ବଢ଼ିଲା ସମ୍ଭାବନା । ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା । ଏନେଇ ଆସୁଥିବା ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଲେ ଇସିଆଇ(ECI) । ଏହି ତାରିଖଟି କେବଳ ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା କହିଲେ ଇସିଆଇ । ନିର୍ବାଚନ ନେଇ ପ୍ଲାନ କରିବାକୁ ଏହା ରେଫରେନ୍ସ ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ଧାର୍ଯ୍ୟ ହେଲା କି ଲୋକସଭା ନିର୍ବାଚନ ତାରିଖ ? ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିଲା ସର୍କୁଲାର୍ । ଏନେଇ ୧୧ ଜିଲ୍ଲାର ନିର୍ବାଚନୀ ଅଧିକାରୀ(DEO)ଙ୍କୁ ନିକଟକୁ ସର୍କୁଲାର ପଠାଯାଇଥିଲା । ଯେଉଁ ସର୍କୁଲାରରେ ଆଗାମୀ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।
କିନ୍ତୁ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଟି. ମିଶାଓ । ସେ କହିଛନ୍ତି ନିର୍ବାଚନ କମିଶନ ପକ୍ଷରୁ ୨୪ ଲୋକସଭା ନିର୍ବାଚନ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଏହା କେବଳ ଏକ ରେଫରେନ୍ସ ଡେଟ୍ । ଯାହାକି ନିର୍ବାଚନ ଅଧିକାରୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଆଯାଇଛି । ଏହାରି ମଧ୍ୟରେ ସେମାନେ ନିର୍ବାଚନର ଆରମ୍ଭ, ଶେଷ ଓ ମତଦାନ ତାରିଖ ପାଇଁ ଯୋଜନା ପ୍ରସ୍ତୁତ କରିବେ ।
Some media queries are coming referring to a circular by @CeodelhiOffice to clarify whether 16.04.2024 is tentative poll day for #LSElections2024
It is clarified that this date was mentioned only for ‘reference’for officials to plan activities as per Election Planner of ECI.— CEO, Delhi Office (@CeodelhiOffice) January 23, 2024
ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୋଷ୍ଟକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଏପ୍ରିଲ୍ରେ ନିର୍ବାଚନ ହେବା ନେଇ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିଛି । ନିର୍ବାଚନ କମିଶନ ପକ୍ଷରୁ ଦିଆଯାଇଥିବା ତାରିଖ ନିର୍ବାଚନର ସଠିକ୍ ତାରିଖ ନା ଆନୁମାନିକ ତାରିଖ, ସେନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)