Advertisment

ମେସେଜ୍‌ ଡିଲିଟ୍‌ ଅପ୍ସନ୍‌ର ସମୟସୀମା ବଢାଇବ ହ୍ୱାଟ୍ସଆପ୍ !

ଆଗାମୀ ଫିଚରକୁ ନେଇ ସ୍କ୍ରିନ୍‌ସଟ୍ ସେୟାର କରିଛି WAବିଟାଇନ୍‌ଫୋ।

ଅଦ୍ୟତନ ହୋଇଛି
WhatsApp Feature

WhatsApp Feature

Advertisment

ହ୍ୱାଟ୍ସଆପ୍‌ ବ୍ୟବହାରୀକାରୀଙ୍କ ପାଇଁ ଖୁସି ଖବର। ୟୁଜରଙ୍କ ପାଇଁ ଆପ୍‌ରେ ନୂଆ ନୂଆ ଫିଚର ଆଣୁଛି ହ୍ୱାଟ୍ସଆପ୍‌। ଏହି ଆପ୍‌ରେ ମେସେଜ୍ ଡିଲିଟ୍‌ ଅପ୍ସନ୍‌ର ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି ହ୍ୱାଟ୍ସ ଆପ୍‌। ୟୁଜରମାନେ ଚାହିଁଲେ ମେସେଜ କରିବାର ୨ ଦିନ ପରେ ବି ଡିଲିଟ୍‌ କରିପାରିବେ। ଯାହା ଉଭୟଙ୍କ ପଟୁ ଚାଟ୍‌ରୁ ଡିଲିଟ୍‌ ହୋଇପାରିବ। ଅର୍ଥାତ୍ WhatsAppରୁ ''Delete For Everyone'' ଅପ୍ସନ୍‌ର ସମୟ ସୀମା ବଢିବ। 

Advertisment

WAବିଟାଇନ୍‌ଫୋର ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ Delete For Everyone ଫିଚର୍‌ରେ ପରିବର୍ତ୍ତନ ଆଣିବ WhatsApp। ଏହାର ସମୟସୀମା ଅବଧିକୁ ବଢାଇବ ହ୍ୱାଟ୍ସଆପ୍। ବର୍ତ୍ତମାନ ସେଟ୍‌ଅପ୍ ଅନୁସାରେ ହ୍ୱାଟ୍ସଆପ୍‌ରେ ମେସେଜ୍‌ କଲେ ତାହାକୁ ଉଭୟ ପଟୁ ଡିଲିଟ୍( delete for Everyone) ପାଇଁ ସମୟ ସୀମା ୧ ଘଣ୍ଟା  ୮ ମିନିଟ୍ ୧୬ ସେକେଣ୍ଡ ରହିଛି। ଯାହା ୟୁଜରଙ୍କୁ ସମସ୍ୟା ଓ ଚାଲେଂଜ ସୃଷ୍ଟି କରୁଛି।

ମନେକର ଏବେ ଜଣେ ହ୍ୱାଟ୍ସଆପ୍‌ ୟୁଜର ଅନ୍ୟ ୟୁଜରଙ୍କୁ ମେସେଜ୍‌ କଲେ। ଯଦି ତାହାକୁ ଉଭୟ ପଟୁ ଡିଲିଟ୍‌ କରିବାକୁ ଚାହାନ୍ତି, ତେବେ ଡିଲିଟ୍‌ ମାରିଲେ  Delete For Everyone ଅପ୍ସନ ଆସିଥାଏ। ଏହି ଅପ୍ସନକୁ କ୍ଲିକ୍ କରିବା ପରେ ସ୍କିନ୍‌ ଉପରେ You deleted this message ଆସିଥାଏ କିନ୍ତୁ ଏହା ନିର୍ଦ୍ଦିଷ୍ଟ ସମୟ ପାଇଁ ଅର୍ଥାତ୍ ୧ ଘଣ୍ଟା  ୮ ମିନିଟ୍ ୧୬ ସେକେଣ୍ଡ ରହିଥାଏ। ଏହାପରେ ୟୁଜର ଚାହିଁଲେ ମେସେଜକୁ ଉଭୟ ପଟୁ ଡିଲିଟ୍‌ କରିପାରିନଥାଏ।

Advertisment

ତେବେ ମେସେଜ ଡିଲିଟ୍‌ର ସମୟସୀମା ୨ ଦିନ ବଢାଇବା ପାଇଁ ହ୍ୱାଟ୍ସଆପ୍‌ ଯୋଜନା କରୁଛି। ଯାହାଦ୍ୱାରା ୟୁଜରଙ୍କୁ ଅଧିକ ସହାୟକ ହେବ। IOS ଭର୍ସନ ମାଧ୍ୟମରେ ଏହାର ଫିଚରକୁ ପରିବର୍ତ୍ତନ କରାଯାଇ ୨ ଦିନ ୧୨ ଘଣ୍ଟା ରଖାଯିବ। ମେସେଜ୍‌କୁ ଡିଲିଟ୍‌ କରିବା ପାଇଁ ୟୁଜରକୁ ୧ ଘଣ୍ଟା ପରିବର୍ତ୍ତେ ଅଧିକ ୨ ଦିନ ସମୟ ମିଳିବ। ତେବେ ଆଗାମୀ ଫିଚରକୁ ନେଇ ସ୍କ୍ରିନ୍‌ସଟ୍ ସେୟାର କରିଛି WAବିଟାଇନ୍‌ଫୋ। 

ବିଶେଷକରି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଏହାର ଅଧିକ ସହାୟକ ହେବ କହିଛି WAବିଟାଇନ୍‌ଫୋ। କାହିଁକିନା ଗ୍ରୁପ୍‌ରେ ଆକ୍ଷେପମୂଳକ ମେସଜ୍‌ ଆସିଲେ ତାହାକୁ ଡିଲିଟ୍‌ କରିବାରେ ସମସ୍ୟା ଦେଖାଦେଉଛି। କିନ୍ତୁ ଏହି ଫିଚର୍ ଆସିଲେ ଗ୍ରୁପ୍‌ ଆଡମିନ୍ ସହଜରେ ମେସେଜକୁ ଡିଲିଟ୍‌ କରିପାରିବେ।   

Advertisment
WhatsApp Feature Delete For Everyone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ