Advertisment

୧୮ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ କଲା ହ୍ୱାଟ୍ସଆପ୍

ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।

ଅଦ୍ୟତନ ହୋଇଛି
whatsapp bans 18 lakhs Account

whatsapp bans 18 lakhs Account

Advertisment

ପାଖାପାଖି ୧୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କଲା ହ୍ୱାଟ୍ସଆପ୍। ତାହାବି ପୁଣି ଗୋଟିଏ ମାସରେ। ଦେଶର ପ୍ରମୁଖ ମେସେଜ୍ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଗତ ମାର୍ଚ୍ଚ ମାସରେ ପାଖାପାଖି ୧୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କରିଛି। ନୂଆ ଆଇଟି ନିୟମ ଅନୁଯାୟୀ ମାସିକ ଅଭିଯୋ ଗ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ହ୍ୱାଟ୍ସଆପ। ଗତ ଫେବୃଆରୀରେ ୧୪.୨୬ ଲକ୍ଷ ଆକାଉଣ୍ଟକୁ ହ୍ୱାଟ୍ସ ଆପ୍ ବ୍ୟାନ କରିଥିଲା।

Advertisment

ନୂଆ ଆଇଟି ନିୟମ ଅନୁସାରେ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ୟୁଜରଙ୍କ ଅଭିଯୋଗକୁ ପ୍ରତି ମାସରେ ଗୁରୁତ୍ୱାରୋପ କରିଛି। ଅଭିଯୋଗ ଉପରେ ପଦକ୍ଷେପ ନିଆଯାଇଛି। ହ୍ୱାଟ୍ସଆପ୍‌ ଏବେ ଡିଜିଟାଲ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଅସଦାଚରଣ, ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟଟେଡ୍( ମେସେଜର ପ୍ରାଇଭେସି) ଗୁରୁତ୍ୱ ଦେଇଆସୁଛି। ବର୍ଷ ବର୍ଷ ଧରି କୁତ୍ରିମ ଗୁଇନ୍ଦା( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଷ୍ଟେଟ୍ ଅଫ ଆର୍ଟ ଟେକ୍ନୋଲୋଜିର ଆମେ ଏହି ପ୍ଲାଟଫର୍ମରେ ନିୟୋଜିତ କରିଛୁ। ଏହି ଅଧିକ ସୁରକ୍ଷିତ ରଖିବା ପାଇଁ ଡାଟା ସାଇଣ୍ଟିଷ୍ଟ ଓ ବିଶେଷଜ୍ଞ ମାନେ ସବୁବେଳେ ଚେଷ୍ଟିତ ହ୍ୱାଟ୍ସଆପ୍‌ର ଜଣେ ମୁଖପାତ୍ର କହିଛନ୍ତି।

ତେବେ ଏହି ପ୍ଲାଟଫର୍ମରେ ଆସୁଥିବା ୟୁଜର ସମସ୍ତ ଅଭିଯୋଗକୁ ବିଭିନ୍ନ ପଦ୍ଧତି ଦ୍ୱାରା ଗ୍ରହଣ କରାଯାଇଥିଲା। ନୀରିକ୍ଷଣ ପ୍ରକ୍ରିୟା ଦ୍ୱାରା ଧରାପଡିଲେ ଭାରତୀୟ ଆଇନ୍‌ ତଥା ହ୍ୱାଟଆପ୍‌ ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ତେବେ ଚଳିତ ମାର୍ଚ୍ଚରେ ୫୯୭ ଅଭିଯୋଗ ଗ୍ରହଣ କରାଯାଇଥିଲା ଓ ୭୪ ଜଣଙ୍କ ଉପରେ ଆକ୍ସନ ନିଆଯାଇଥିଲା।

Advertisment

ଯେତେସବୁ ରିପୋର୍ଟ ଆସିଥିଲା, ସେଥିମଧ୍ୟରୁ ୪୦୭ ବ୍ୟାନ୍‌ ପାଇଁ ଅପିଲ୍‌ କରାଯାଇଥିବା ବେଳେ ପ୍ରଡକ୍ଟ ସପୋର୍ଟ ଆଣ୍ଡ୍ ସେଫ୍ଟି, ଆକାଉଣ୍ଟ ସପୋର୍ଟ କାଟାଗୋରୀରେ ରିପୋର୍ଟ ହୋଇଥିଲା। କେବଳ ସେତିକି ନୁହେଁ, ୟୁଜର ଅଭିଯୋଗ କରିବା ପାଇଁ ପ୍ଲାଟଫର୍ଟରେ ସ୍ୱତନ୍ତ୍ର ଚାନେଲ ରହିଛି। ଏହି ପ୍ଲାଟଫର୍ଟରେ କ୍ଷତି ପହଞ୍ଚାଉଥିବା ୟୁଜରଙ୍କ ପାଇଁ ହ୍ୱାଟ୍ସଆପ୍‌ର ଟୁଲ୍ଟ ମଧ୍ୟ ରହିଛି

WhatsApp Indian Account
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ