କୋଲକାତା ଡାକ୍ତର ମର୍ଡର କେସ୍; ଖପ୍ପା ହେଲେ ସର୍ବୋଚ୍ଚ ଅଦାଲତ, କହିଲେ ...

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ।

Kolkata Doctor Case

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି । ଗୁରୁବାର ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାରେ ବହୁ ବିଳମ୍ବରେ କାହିଁକି FIR କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ।

ଦୁଷ୍କର୍ମ ଓ ହତ୍ୟା ପରେ କ୍ରାଇମ ସିନ୍‌କୁ କାହିଁକି ସୁରକ୍ଷିତ ରଖାଗଲାନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି । ସେହିପରି ହଜାର ହଜାର ସଂଖ୍ୟାରେ ଲୋକ ମେଡିକାଲରେ ପଶିଥିଲେ ବି ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପଚାରିଛନ୍ତି । ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ବି ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆଜି ହୋଇପାରେ ପଲିଗ୍ରାଫ୍ ଟେଷ୍ଟ!! ସିବିଆଇକୁ ଅନୁମତି ଦେଇଛନ୍ତି କୋଲକତା ହାଇକୋର୍ଟ

ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ କାହିଁକି ଦେଖାଗଲା ବୋଲି ମଧ୍ୟ ସୁପ୍ରିମକୋର୍ଟ ପଚାରିଚନ୍ତି । ପୀଡ଼ିତାଙ୍କ ନାଁ, ଫଟୋ ଭାଇରାଲକୁ ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଆଦାଲତ । ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ ।

ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି । କୋଲକାତାରେ ଡେରା ପକାଇଛି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି-CFSLର ୫ ଜଣିଆ ଟିମ୍ । ସେପଟେ ମୃତ ଡାକ୍ତରୀ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଛି ଛାତିଥରା ତଥ୍ୟ । ତାଙ୍କ ଶରୀର ସାରା ୧୬ଟି କ୍ଷତ ଥିବା ଜଣାପଡିଛି ।

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟ୍ୟା । ଫଳରେ ଶରୀର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି । ପୋଷ୍ଟମର୍ଟମ ଓ ପରେ ସମ୍ପୂର୍ଣ୍ଣ ଅଟୋପସି ରିପୋର୍ଟରେ ଛାତି ଦୋହଲାଇଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

ଅଭୟ୍ୟାଙ୍କ ଶରୀରରେ ୧୪ଟି କ୍ଷତ ଚିହ୍ନ ରହିଛି । ମୁଣ୍ଡ, ବେକ, ମୁହଁ, ଦୁଇ ବାହୁ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ମୁଣ୍ଡ, ବେକ ଓ ପାଟିରେ ଗଭୀର ଆଘାତ ଲାଗିଛି । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ଜଣାପଡ଼ିଥିଲା । ଏବେ ଅଟୋପସିରେ ମୁହଁ ଭିତରେ ବି ଆଘାତ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସେପଟେ କୋଲକାତାରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଦେଶବ୍ୟାପୀ ଆନ୍ଦୋଳନ ପରେ ବଢ଼ିଛି ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ସମସ୍ତ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା । ସବୁ କେନ୍ଦ୍ରୀୟ ମେଡିକାଲ ଗୁଡ଼ିକରେ ୨୫ ପ୍ରତିଶତ ଅଧିକ ସୁରକ୍ଷା ବ୍ୟବସ୍ଥା ବଢାଇବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।