Advertisment

ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ରହିଛି ଓଡ଼ିଶାର ଏହିସବୁ ପ୍ରକଳ୍ପ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । କେଉଁ କେଉଁ ପ୍ରକଳ୍ପ ସ୍ଥାନ ପାଇଲା ଜାଣନ୍ତୁ।

File Photo of Finance Minister Nirmala Sitharaman

File Photo of Finance Minister Nirmala Sitharaman

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଜାତୀୟ ମନିଟାଇଜେସନ୍ ପାଇପ ଲାଇନରେ ସ୍ଥାନ ପାଇଛି ଓଡ଼ିଶାର ବହୁ ପ୍ରକଳ୍ପ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମେତ ପାରାଦୀପ ବନ୍ଦର, ଭୁବନେଶ୍ୱରସ୍ଥିତ କଳିଙ୍ଗ ଅଶୋକା ହୋଟେଲ ଓ ପୁରୀସ୍ଥିତ ହୋଟେଲ ନୀଳାଚଳ ଏହି ତାଲିକାରେ ରହିଛି।

Advertisment

ନୀତି ଆୟୋଗ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି  । ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର  । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।

ଏହାଛଡ଼ା ଇଣ୍ଡିଆନ୍ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଅଧୀନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ ଅଶୋକା ଓ ପୁରୀର ହୋଟେଲ ନୀଳାଚଳର ଘରୋଇକରଣ ଲାଗି ମଧ୍ୟ ଜାତୀୟ ମନିଟାଇଜେସନ୍ ପାଇପଲାଇନରେ ଯୋଜନା କରିଛନ୍ତି । କେନ୍ଦ୍ର ସରକାର  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପୋଗ୍ରାମ ବା ଏନ୍ଏମ୍ପିର ଶୁଭାରମ୍ଭ କରିଥିଲେ।

Advertisment
Nirmala Sitharaman Union Finance Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ