• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସରିଲା ଚିନ୍ତା, ଆସିଲା ପିଏମ୍‌ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା । ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍‌ ! ବିନା ଟେନ୍‌ସନ୍‌ରେ ଚଲାଇ ପାରିବେ ଲାଇଟ୍‌, ଫ୍ୟାନ୍‌ ଓ ଫ୍ରିଜ୍‌ । କଣ ଏହି ପିଏମ୍‌ ସୂର୍ଯ୍ୟ ଘର; ମାଗଣା ବିଜୁଳି ଯୋଜନା  ? କେମିତି ଏହି ଯୋଜନାରୁ ଉଠାଇବେ ଲାଭ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏହି ଯୋଜନାର ଶୁଭରାମ୍ଭ କରିଥଲେ । ପିଏମ୍‌ ସୂର୍ଯ୍ୟଘର; ମାଗଣା ବିଜୁଳି ଯୋଜନା ହେଉଛି ଛାତ ଉପରେ ବସାଇବାକୁ ଥିବା ସୋଲାର ସ୍କିମ୍‌ । ଏଥିରୁ ପାଖାପାଖି ୧ ଲକ୍ଷ ଘର ମାଗଣା ବିଜୁଳିର ଲାଭ ଉଠାଇ ପାରିବେ । କେମିତି କରିବେ ଆବେଦନ ? ଆସନ୍ତୁ ଜାଣିବା...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିଛନ୍ତି ଯେ,‘ଏହି ଯୋଜନା ଲୋକଙ୍କ ସୁବିଧା ପାଇଁ କରାଯାଇଛି ।’ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରାୟ ୧ ଲକ୍ଷ ପରିବାର ମାସିକ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇ ପାରିବେ ।

ନୂଆ ନିଯୁକ୍ତି ସୁଯୋଗ ମିଳିବ...

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ତୃଣମୂଳ ସ୍ତରରେ ସୋଲାର ସିଷ୍ଟମକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବା ପାଇଁ ସହରୀ ସଂସ୍ଥା ଓ ପଞ୍ଚାୟତକୁ ଉତ୍ସାହିତ କରାଯିବ । ଏହା ସହିତ, ଏହି ଯୋଜନା ମାଧ୍ୟମରେ ଲୋକମାନେ ସେମାନଙ୍କର ଆୟ ବୃଦ୍ଧିରେ ସହାୟତା ପାଇବେ, ବିଦ୍ୟୁତ୍ ବିଲ୍ ହ୍ରାସ ହେବ ଓ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।’

ଏହି ଯୋଜନାର ଲାଭ କିଏ ପାଇପାରିବେ ?

ଏହି ଯୋଜନାର ଲାଭ ପାଇବା ପାଇଁ, ଆପଣଙ୍କର ନିଜ ଘର ରହିବା ଆବଶ୍ୟକ ରହିଛି । ଯାହାକି ଆପଣଙ୍କ ଛାତ ଉପରେ ସୌର ପ୍ୟାନେଲ ବସାଇ ପାରିବେ । ଆପଣଙ୍କର ମାସିକ ବିଦ୍ୟୁତ୍ ବ୍ୟବହାର ୩୦୦ ୟୁନିଟ୍‌ରୁ କମ୍ ହେବା ଉଚିତ୍ । ଏହି ଯୋଜନା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଉପଲବ୍ଧ ରହିଛି । ଗ୍ରାହକମାନେ ଏହି ଯୋଜନା ପାଇଁ https://pmsuryagarh.gov.inକୁ ଯାଇ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ ? 

ପ୍ରଥମେ Pmsuryaghar.gov.in ୱେବସାଇଟ୍‌କୁ ଯାଇ ‘ସୌର ପ୍ୟାନେଲ୍‌’ ଉପରେ କ୍ଳିକ୍ କରନ୍ତୁ...

ଷ୍ଟେପ୍‌ ୧: ପୋର୍ଟାଲରେ ପଞ୍ଜିକରଣ ପ୍ରଣାଳୀ...

. ପ୍ରଥେମ ଆପଣଙ୍କର ରାଜ୍ୟ ଚୟନ କରନ୍ତୁ ।

. ଆପଣଙ୍କର ବିଦ୍ୟୁତ୍‌ କମ୍ପାନୀ ଚୟନ କରନ୍ତୁ ।

.  ଆପଣଙ୍କର ବିଦ୍ୟୁତ୍‌ ଉପଭୋକ୍ତା ନମ୍ୱର ଦିଅନ୍ତୁ ।

. ମୋବାଇଲ୍‌ ନମ୍ବର ଦିଅନ୍ତୁ ।

. ଇମେଲ୍‌ ଦିଅନ୍ତୁ ।

ଷ୍ଟେପ୍‌ ୨:

. ଗ୍ରାହକଙ୍କ ନମ୍ବର ଓ ମୋବାଇଲ ନମ୍ବର ସହିତ ଲଗ୍‌ଇନ୍‌ କରନ୍ତୁ...

. ଫର୍ମ ଅନୁଯାୟୀ ସୋଲାର ପାଇଁ ଆବେଦନ କରନ୍ତୁ...

ଷ୍ଟେପ୍‌ ୩: 

. ଡିସ୍‌କମ୍‌ରୁ ଅନୁମୋଦନ ପାଇବା ପାଇଁ ଅପେକ୍ଷା କରନ୍ତୁ । ଥରେ ଅନୁମୋଦନ ହେବା ପରେ ଆପଣ ଡିସ୍‌କମ୍‌ରେ କୌଣସି ପଞ୍ଜୀକୃତ ବିକ୍ରେତାଙ୍କ ଠାରୁ ପ୍ଲାଣ୍ଟ କିଣି ପାରିବେ । 

ଷ୍ଟେପ୍‌ ୪:

. ଥରେ ସ୍ଥାପନ ସମାପ୍ତ ହେବା ପରେ, ନେଟ୍‌ ମିଟର ପାଇଁ ଆବେଦନ କରନ୍ତୁ...

ଷ୍ଟେପ୍‌ ୫:

ନେଟ୍‌ ମିଟର ସ୍ଥାପନ ଓ ଡିସ୍‌କମ୍‌ ଦ୍ୱାରା ଯାଞ୍ଚ ପରେ , ପୋର୍ଟାଲରୁ କମିଶନ ସାର୍ଟିଫିକେଟ୍ ବାହାର କରିବେ ।

ଷ୍ଟେପ୍‌ ୬:

ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟର ବିବରଣୀ  ଓ କ୍ୟାନ୍‌ସଲ୍‌ ଚେକ୍‌ ଦାଖଲ କରନ୍ତୁ । ଆପଣ ୩୦ ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ପ୍ରାପ୍ୟ ପାଇପାରିବେ ।