Advertisment

PM କିଷାନ୍ ନିଧି ସମ୍ମାନ କ’ଣ ? କିଏ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ?

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାଠାରୁ ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କ ନାମରେ ଅଳ୍ପ ଜମି ଅଛି ସେମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ସୁନ୍ଦର ଯୋଜନା ପ୍ରଣୟନ କରିଛନ୍ତି ।

ଅଦ୍ୟତନ ହୋଇଛି
How To Register In PM Kisan Samman Nidhi Yojana

PM Kishan Yojana

Advertisment

ଦେଶରେ ଓ ରାଜ୍ୟରେ ନୂଆକରି ମନ୍ତ୍ରିମଣ୍ଡଳ ଗଠନ ହୋଇ ସାରିବା ପରେ ଲୋକଙ୍କୁ ଖୁସି କରିବା ପାଇଁ ପିଏମ୍ କିଷାନ ସମ୍ମାନ ନିଧି ରାଶି ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ଏହି ରାଶି ପ୍ରଦାନ କରିଥିବା ବେଳେ ଓଡ଼ିଶାର ବରଗଡ଼ରେ ଏକ ବିଶାଳ ସଭାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କୁ PM କିଷାନ୍‌ ନିଧି ସମ୍ମାନ ପ୍ରଦାନ କରିଛନ୍ତି ।

Advertisment

ତେବେ କ’ଣ ଏହି ପିଏମ୍ କିଷାନ୍ ସ୍କିମ୍ ଏବଂ କିଏ ଏହି ସୁବିଧା ପାଇବା ପାଇଁ ଯୋଗ୍ୟ ଆସନ୍ତୁ ଜାଣିବା

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାଠାରୁ ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କ ନାମରେ ଅଳ୍ପ ଜମି ଅଛି ସେମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ସୁନ୍ଦର ଯୋଜନା ପ୍ରଣୟନ କରିଛନ୍ତି । ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀମାନଙ୍କୁ ବର୍ଷକୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଏହି ଯୋଜନାରେ ପ୍ରଦାନ କରାଯାଉଛି । ଚାଷୀମାନେ ବିହନ, ସାର କିଟନାସକ ତଥା ହଳଲଙ୍ଗଳ ଭଳି କୃଷି ଓ କୃଷି ଉପକରଣ ଆଦି ସାମଗ୍ରୀ କ୍ରୟ ପାଇଁ ସରକାର ଏହି ରାଶି ପ୍ରଦାନ କରୁଛନ୍ତି।

Advertisment

ପଢନ୍ତୁ ଏହି ଖବର: ବଢ଼ିଲା ଏମଏସପି; ଧାନ ଦର ୨୩୦୦ ହେଲା

    ଏହି ଯୋଜନାରେ ସାମିଲ ହେବା ପାଇଁ କିଏ ଯୋଗ୍ୟ ତାହା ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ଏକ ତାଲିକା ପ୍ରସ୍ତୁତ କରିବାର ବ୍ୟବସ୍ଥା ରହିଛି । ହିତାଧିକାରୀଙ୍କ ତାଲିକା ପ୍ରକାଶ କରି ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍ ଲଗାଇବା ନିୟମ ରହିଛି । ଯେଉଁ ବ୍ୟକ୍ତି ଚାହିଁବେ ଏ ସମ୍ପର୍କରେ ନିଜର ପଞ୍ଚାୟତ କାର୍ଯ୍ୟାଳୟରେ ଯାଇ ବୁଝି ପାରିବେ। ଯଦି କେହି ଯୋଗ୍ୟ ହିତାଧିକାରୀ ଏଥିରୁ ଭୁଲ ବଶତଃ ବଞ୍ଚିତ ହୋଇଥିବେ ବୋଲି ଜଣା ପଡେ ତେବେ ତା’ର ସମାଧାନ ପାଇଁ ଜିଲ୍ଲା ସ୍ତରରେ ଏକ ଗ୍ରିଭେନସେସ୍ ରିଡ୍ରେସାଲ୍ ମନିଟରିଂ କମିଟି ରହିଛି। ସେଠିକୁ ମଧ୍ୟ ହିତାଧିକାରୀ ଯାଇ ସବୁ କଥା ବୁଝି ପାରିବେ।

    PM KISAN Scheme PM Narendra Modi
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ