Indian Army's High-Speed Drone: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'

ଏହି ଡ୍ରୋନ୍‌ରେ ଜିପିଏସ ଓ ନାଭିଗେସନ୍ ବ୍ୟବସ୍ଥା ସହ ଏକ ହାଇ ଡେଫିନେସନ କ୍ୟାମେରା ମଧ୍ୟ ସଂଯୁକ୍ତ ରହିଛି । ଏହା ଶତ୍ରୁ ପକ୍ଷର ଇଲେକଟ୍ରୋମାଗନେଟିକ୍ ସ୍ପେକ୍ଟ୍ରମ୍ ଜାମିଂ ବ୍ୟବସ୍ଥାକୁ ମଧ୍ୟ ଭେଦ କରିବାର କ୍ଷମତା ରଖିଥିବା କୁହାଯାଉଛି ।

Indian Army's High-Speed Drone

ଭାରତୀୟ ସ୍ଥଳ ସେନାରେ ସାମିଲ ହୋଇଛି ହାଇସ୍ପିଡ୍ ଡ୍ରୋନ୍ । ଯାହାର ନାଁ ଖଡ୍‌ଗ କାମିକାଜି ଡ୍ରୋନ୍ । ଏରୋ ସିଷ୍ଟମ୍ କ୍ଷମତା ସମ୍ପନ୍ନ ଏହି ଡ୍ରୋନ୍ ଏକ ପ୍ରକାର ସୁଇସାଇଡ୍ ଡ୍ରୋନ୍ ବୋଲି ମଧ୍ୟ କୁହାଯାଉଛି । ଏହା ଶତ୍ରୁପକ୍ଷକୁ ବହୁ ସହଜରେ ଟାର୍ଗେଟ କରିପାରେ । ଏହି ହାଇସ୍ପିଡ୍ ହାଲୁକା ଡ୍ରୋନ ସେକେଣ୍ଡ ପ୍ରତି ୪୦ ମିଟର ବେଗରେ ଗତି କରିପାରେ । ଏହା ୭୦୦ ଗ୍ରାମ ଓଜନର ବିସ୍ଫୋରକ ସାମଗ୍ରୀ ମଧ୍ୟ ବହନ କରିପାରୁଛି ।

ଏହି ଡ୍ରୋନ୍‌ରେ ଜିପିଏସ ଓ ନାଭିଗେସନ୍ ବ୍ୟବସ୍ଥା ସହ ଏକ ହାଇ ଡେଫିନେସନ କ୍ୟାମେରା ମଧ୍ୟ ସଂଯୁକ୍ତ ରହିଛି । ଏହା ଶତ୍ରୁ ପକ୍ଷର ଇଲେକଟ୍ରୋମାଗନେଟିକ୍ ସ୍ପେକ୍ଟ୍ରମ୍ ଜାମିଂ ବ୍ୟବସ୍ଥାକୁ ମଧ୍ୟ ଭେଦ କରିବାର କ୍ଷମତା ରଖିଥିବା କୁହାଯାଉଛି । ଏହାର ଲକ୍ଷଭେଦ କ୍ଷମତା ରହିଛି ଦେଢ଼ କିଲୋମିଟର । ଏହି ଡ୍ରୋନ୍ ନିର୍ମାଣ ଲାଗି ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବେଳେ ଏଭଳି ଡ୍ରୋନର ବ୍ୟବହାର କରାଯାଇଥିଲା । ସ୍ଥଳସେନାରେ ସାମିଲ ପରେ ଏହା ଗୁଇନ୍ଦା ଗିରି ସହ ଶତ୍ରୁ ପକ୍ଷ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ ହୋଇଛି ।

ଅଗଷ୍ଟରେ, ନ୍ୟାସନାଲ ଏରୋସ୍ପେସ୍ ଲାବୋରେଟୋରୀ (NAL) ଶକ୍ତିଶାଳୀ 'ସ୍ୱଦେଶୀ' କାମିକାଜେ ଡ୍ରୋନ୍ ଲଞ୍ଚ କରିଥିଲା । ଘରୋଇ ନିର୍ମିତ ଇଞ୍ଜିନ ସହିତ ଏହି ମାନବ ବିହୀନ ଡ୍ରୋନ୍ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ିବାର କ୍ଷମତା ରଖିଛି । ସୂଚନାଯୋଗ୍ୟ, ଋଷର ପଦାତିକ ତଥା ସଶସ୍ତ୍ର ଯାନକୁ ଟାର୍ଗେଟ କରିବା ପାଇଁ ୟୁକ୍ରେନୀୟମାନେ ଏହି ଡ୍ରୋନ୍‌କୁ ବହୁଳ ଭାବରେ ବ୍ୟବହାର କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତ ରବିବାର ଦିନ କହିଛନ୍ତି ଯେ, ସୀମା ସୁରକ୍ଷା ବଳ (ବିଏସଏଫ) ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ୫୫ ପ୍ରତିଶତ ଡ୍ରୋନକୁ ନ୍ୟୁଟ୍ରାଲାଇଜ୍ କରିବାରେ ସକ୍ଷମ ହୋଇଛି । ଏହା ଭାରତର ସ୍ୱଦେଶୀ କାଉଣ୍ଟର ମାନବ ବିହୀନ ଡ୍ରୋନ୍‌ ବିମାନ ପ୍ରଣାଳୀ (ସି-ୟୁଏସ) ବ୍ୟବହାର କରୁଛି । ଶାହା ଏହା ମଧ୍ୟ କହିଛନ୍ତି ଯେ, "ମୁଁ ରାତିରେ ନିର୍ଭୟରେ ଶୋଇଥାଏ କାରଣ ମୁଁ ଜାଣେ ଆପଣମାନେ ସୀମା ଜଗି ରହିଛନ୍ତି ।"

ଗୁରୁତ୍ୱ ସିଷ୍ଟମ ଦ୍ୱାରା ବିକଶିତ, 'ଡ୍ରୋନମ୍' ହେଉଛି ଏକ ଅତ୍ୟାଧୁନିକ ମଡ୍ୟୁଲାର୍ C-UAS ଯାହା ଅବରୋଧ ମାନବ ବିହୀନ ବିମାନ ପ୍ରଣାଳୀ (UAS) ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିବାକୁ ପରିକଳ୍ପିତ । ଏହା ଏକ ବହୁମୁଖୀ ପ୍ରଣାଳୀ ଯାହା ଦିଗଦର୍ଶନ କିମ୍ବା ସର୍ବଭାରତୀୟ କଭରେଜ୍ ପ୍ରଦାନ କରିପାରିବ ଏବଂ ଏହାକୁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ଉପଯୁକ୍ତ କରିବ ।