Advertisment

୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଆଧାର; ଜାଣନ୍ତୁ କିପରି କରିବେ ଆବେଦନ

ବର୍ତ୍ତମାନ ସରକାର 'ବ୍ଲୁ ଆଧାର କାର୍ଡ' ବା ବାଲ୍‌ ଆଧାର କାର୍ଡ’ ଆରମ୍ଭ କରିଛନ୍ତି। ଏହାକୁ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଆବେଦନ କରାଯିବ। ଏହାକୁ କିପରି କରିବେ ଆବେଦନ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Blue Aadhaar Card

What is Blue Aadhaar? Know how to apply

Advertisment

ଆଧାର କାର୍ଡ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର। ବୟସ ନିର୍ବିଶେଷରେ ସମସ୍ତେ ଆଧାର କାର୍ଡ ପାଇଁ ନାମାଙ୍କନ କରିପାରିବେ। ଏପରିକି ଜଣେ ନବଜାତ ଶିଶୁ ମଧ୍ୟ ଆବେଦନ କରିପାରିବ। ଛୋଟ ପିଲାମାନଙ୍କ ପାଇଁ ହେଉଥିବା ଆଧାର କାର୍ଡକୁ ‘ବାଲ୍‌ ଆଧାର କାର୍ଡ’ ବା ‘ବ୍ଲୁ ଆଧାର କାର୍ଡ’ କୁହାଯାଉଛି। UIDAI ର ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ, ଲୋକେ ଆଧାର କାର୍ଡରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଗତ ସୂଚନାକୁ ଅନଲାଇନରେ ଅପଡେଟ୍ କରିପାରିବେ। ବର୍ତ୍ତମାନ ସରକାର ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ 'ବ୍ଲୁ ଆଧାର କାର୍ଡ' ଆରମ୍ଭ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚୋରି ହୋଇପାରେ ଆପଣଙ୍କ ଆଧାର କାର୍ଡର ବାୟୋମେଟ୍ରିକ୍ ତଥ୍ୟ, ଜାଣନ୍ତୁ କେମିତି କରିବେ ଲକ୍‌...

‘ବାଲ୍‌ ଆଧାର’ ବା ‘ବ୍ଲୁ ଆଧାର କାର୍ଡ’ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ନୀଳ ରଙ୍କର କାର୍ଡ ଯାହାକୁ ବିନା ମୂଲ୍ୟରେ କରାଯାଇପାରିବ। ବ୍ଲୁ ଆଧାର କାର୍ଡ ପାଇଁ ପିଲାର ବାୟୋମେଟ୍ରିକ୍ ସୂଚନା (ଫିଙ୍ଗର ପ୍ରିଣ୍ଟ ଏବଂ ଆଇରିସ୍ ସ୍କାନ୍) ଆବଶ୍ୟକ ନାହିଁ। ଯେତେବେଳେ ପିଲାକୁ ୫ ବର୍ଷ ହୋଇଯିବ, ସେତେବେଳେ ତାଙ୍କର ବାୟୋମେଟ୍ରିକ୍ସ (ଫେସ୍ ଫଟୋଗ୍ରାଫ୍, ଆଇରିସ୍ ସ୍କାନ୍ ଏବଂ ଫିଙ୍ଗର ପ୍ରିଣ୍ଟ) ଆଧାର କାର୍ଡରେ ବାଧ୍ୟତାମୂଳକ ଭାବରେ ଅପଡେଟ୍ କରିବାକୁ ପଡିବ।

Advertisment

ଜାଣନ୍ତୁ କିପରି କରିବେ ଆବେଦନ:

  • UIDAIର ଅଫିସିଆଲ୍ ୱେବସାଇଟ୍ uidai.gov.in କୁ ଯାଆନ୍ତୁ
  • ଆଧାର କାର୍ଡ ପଞ୍ଜୀକରଣ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପିଲାଙ୍କ ନାମ, ବାପାମା’ଙ୍କ ଫୋନ୍ ନମ୍ବର, ଇ-ମେଲ୍ ଠିକଣା ଇତ୍ୟାଦି ସହିତ ସମସ୍ତ ପରିଚୟପତ୍ର ଏଣ୍ଟ୍ରୀ କରନ୍ତୁ
  • ଆବାସିକ ଠିକଣା, ସ୍ଥାନ, ଜିଲ୍ଲା, ରାଜ୍ୟ ଭଳି ସବୁ ଡେମୋଗ୍ରାଫିକ୍ ସୂଚନା ପୂରଣ କରନ୍ତୁ
  • ଆଗକୁ ଯାଆନ୍ତୁ ଏବଂ fixed appointment tab ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଆଧାର କାର୍ଡ ପାଇଁ ପଞ୍ଜୀକରଣ ତାରିଖ ସ୍ଥିର କରନ୍ତୁ
  • ଆଗକୁ ଯିବା ପାଇଁ ଆବେଦନକାରୀ ନିକଟତମ ନାମାଙ୍କନ କେନ୍ଦ୍ର ଚୟନ କରିପାରିବେ

ଯେଉଁଦିନ ତାରିଖ ଅଛି ସେଦିନ ନିଜ ସହିତ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍, ପ୍ରିଣ୍ଟଆଉଟ୍ ଫର୍ମ ଓ ରେଫରେନ୍ସ ନମ୍ବର ନେବାକୁ ଭୁଲନ୍ତୁ ନାହିଁ।

Advertisment

ଥରେ ସଂପୃକ୍ତ କର୍ତ୍ତୃପକ୍ଷ ଯାଞ୍ଚ କରିଦେଲେ ଏବଂ ଯଦି ଶିଶୁର ବୟସ ୫ ବର୍ଷ ହୋଇଯାଏ, ତେବେ ବାୟୋମେଟ୍ରିକ୍ ସୂଚନା ମିଳିଯିବ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ହେବ। ଯଦି ପିଲା ପାଞ୍ଚ ବର୍ଷରୁ କମ୍, କେବଳ ଫଟୋଗ୍ରାଫ୍ ନିଆଯିବ ଏବଂ କୌଣସି ବାୟୋମେଟ୍ରିକ୍ ତଥ୍ୟ ଆବଶ୍ୟକ ହେବ ନାହିଁ।

ଆବେଦନକାରୀ ୬୦ ଦିନ ମଧ୍ୟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ SMS ମାଧ୍ୟମରେ ଏକ ବିଜ୍ଞପ୍ତି ପାଇବେ।

ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ୯୦ ଦିନ ମଧ୍ୟରେ ‘ବାଲ୍ ଆଧାର କାର୍ଡ’ ମିଳିଯିବ।

ବାଲ୍ ଆଧାର କାର୍ଡ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • ଶିଶୁର ଜନ୍ମ ପ୍ରମାଣପତ୍ର
  • ପିତାମାତାଙ୍କ ଆଧାର କାର୍ଡ
  • ଭେରିଫିକେସନ୍ ପାଇଁ ଉଭୟ ଡକ୍ୟୁମେଣ୍ଟର ଓରିଜିନାଲ୍ କପି
Aadhaar Aadhaar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ