ବିସ୍ଫୋରଣ ଯାଞ୍ଚ କରିବାକୁ ଯାଇଥିଲେ, ଆକ୍ରମଣର ଶିକାର ହେଲେ NIA ଅଧିକାରୀ

ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ ।

NIA

ପଶ୍ଚିମବଙ୍ଗ NIA ଅଧିକାରୀଙ୍କୁ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାତି ଅଧରେ କାହିଁକି ଏନଆଇଏ ଅଧିକାରୀ ଚଢାଉ କଲେ ବୋଲି ମମତା ପ୍ରଶ୍ନ କରିଛନ୍ତି । ସେମାନେ ସ୍ଥାନୀୟ ପୋଲିସଠୁ କାହିଁକି ଅନୁମତି ନେଇନଥିଲେ । ରାତି ଅଧରେ କେହି ଦୁର୍ବୃତ୍ତ ଆସିଲେ ବୋଲି ସ୍ଥାନୀୟ ଲୋକେ ଭାବିଲେ ବୋଲି ମମତା କହିଛନ୍ତି ।

ଠିକ ନିର୍ବାଚନ ପୂର୍ବରୁ କାହିଁକି ଏଭଳି ଭାବେ ଲୋକଙ୍କୁ ଗିରଫ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ନିର୍ବାଚନ ପୂର୍ବରୁ ସବୁ ବୁଥ ଏଜେଣ୍ଟଙ୍କୁ ଗିରଫ କରିଦେବ ବୋଲି ଭାବୁଛି କି ବୋଲି ପ୍ରଶ୍ନ କରିଛନ୍ତି ମମତା । ବିଜେପି ସମର୍ଥନରେ ଏନଆଇଏ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଜେପିର ଏଭଳି ଡାର୍ଟି ପଲିଟିକ୍ସ ବିରୋଧରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ NIA ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ NIA ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚ କରିବାକୁ ଆସିଥିଲେ ।

ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । NIA ଅଧିକାରୀ ଏହି ମାମଲାରେ ୨ ଜଣଙ୍କୁ ପଚରାଉଚରା ପାଇଁ ଆଣୁଥିଲେ । ଏତିକି ବେଳେ ସେମାନଙ୍କ ଗାଡିର ଝରକା ଭାଙ୍ଗି ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ମହିଳା ।

ସେପଟେ ବିଜେପି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି । ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଭାବେ ଦୁର୍ନୀତି ଗସ୍ତ ହୋଇଥିବା ବେଳେ ଜନତା ତ୍ରାହି ତ୍ରାହି ଡାକୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।