Advertisment

Protest Against Wakf Bill in Bengal: ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ

ୱକଫ ବିଲକୁ ବିରୋଧ ଧରି ମୁର୍ସିଦାବାଦରେ ଆନ୍ଦୋଳନ ବେଳେ ପ୍ରବଳ ହିଂସାକାଣ୍ଡ ହୋଇଛି । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ ।

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗରେ ପ୍ରବଳ ହିଂସା

ପଶ୍ଚିମବଙ୍ଗରେ ପ୍ରବଳ ହିଂସା

Advertisment

ୱକଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ପ୍ରବଳ ହିଂସାକାଣ୍ଡ । ଆନ୍ଦୋଳନ ବେଳେ ମୁର୍ସିଦାବାଦ ଜିଲ୍ଲାରେ ହିଂସାକାଣ୍ଡ ନେଇଛି ୩ ଜଣଙ୍କର ଜୀବନ । ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣଙ୍କୁ ଗୁଳିମାଡ଼ ହୋଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଂସା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ବିଏସଏଫ । ପ୍ରାୟ ୩୦୦ ବିଏସଏଫ ଯବାନଙ୍କ ସମେତ ରାଜ୍ୟ ସରକାରଙ୍କ ଅନୁରୋଧରେ ଅତିରିକ୍ତ ୫ କମ୍ପାନୀ ବିଏସଏଫ ମୁତୟନ ହୋଇଛନ୍ତି । ସ୍ଥିତି ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ । ସ୍ଥିତି ଏବେ ସ୍ବାଭାବିକ ଥିବା କେନ୍ଦ୍ର ଗୃହ ସଚିବଙ୍କୁ ଅବଗତ କରାଇଛନ୍ତି ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବ ।

Advertisment

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ରାଷ୍ଟ୍ରପତିଙ୍କ ପାଇଁ ଡେଡଲାଇନ୍...

ସେହପରି ଅନ୍ୟ ସମ୍ବେଦନଶୀଳ ଜିଲ୍ଲାଗୁଡିକ ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ। ଆବଶ୍ୟକ ହେଲେ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରିବା ସହିତ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ୱକଫ ବିଲକୁ ବିରୋଧ ଧରି ମୁର୍ସିଦାବାଦରେ ଆନ୍ଦୋଳନ ବେଳେ ପ୍ରବଳ ହିଂସାକାଣ୍ଡ ହୋଇଛି । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ । କେତେକ ସ୍ଥାନରେ ପୋଲିସ ଭ୍ୟାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରେ ଢେଲା ପଥର ମାଡ଼ ବି ହୋଇଛି । ଲୋକଙ୍କ ଘର ଉପରେ ବି ହୋଇଛି ଟେକା ପଥର ମାଡ଼ । କେବଳ ମୁର୍ସିଦାବାଦ ନୁହେଁ, ମାଲଦା, ଦକ୍ଷିଣ ୨୪ ପ୍ରଗଣା ଓ ହୁଗୁଳି ଜିଲ୍ଲାରେ ବି ହିଂସା ଦେଖାଦେଇଛି । ମୁର୍ସିଦାବାଦ ହିଂସାକାଣ୍ଡ ଘଟଣାରେ ପୋଲିସ ୧୧୮ ଜଣଙ୍କୁ ଗିରଫ କରିଛି। ରାଜ୍ୟରେ ୱକଫ ସଂଶୋଧିତ ବିଲ୍ ଲାଗୁ ନକରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

West Bengal Violence WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ