Advertisment

ୱାୟନାଡ୍ ଭୂସ୍ଖଳନ: ସରୁନି ପଥର ତଳୁ ଜୀବନ ଖୋଜା, ଏବେ ବି ଶହ ଶହ ଲୋକ ନିଖୋଜ

ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

Landslide

Landslide

Advertisment

ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର କେରଳର ୱାୟନାଡ୍ । ମୃତ୍ୟୁ ବିଭୀଷିକାର ୬ ଦିନ ପରେ ବି ସରିନି ପଥର ତଳୁ ଜୀବନ ଖୋଜା । ଦିନ ଗଡିବା ସହ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି ।

Advertisment

ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆହତ ଅବସ୍ଥାରେ ଉଦ୍ଧାର ପରେ ଶତାଧିକ ଲୋକେ ଏବେ ବିଭିନ୍ନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ସ୍ୟାଟେଲାଇଟ୍ ଚିତ୍ରର ସୂଚନା ଅନୁସାରେ ପ୍ରାୟ ୯୬ ହଜାର ବର୍ଗମିଟର ଅଞ୍ଚଳରେ ମାଟି ଧସି ଯାଇଛି, ଯାହା ପ୍ରାୟ ୮ କିଲୋମିଟର ବ୍ୟାପ୍ତ ବୋଲି ଜଣାପଡ଼ିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ପୁନରୁଦ୍ଧାର କାମ ଚାଲିଛି। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ ।

ଏପଟେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଜନ୍ମମାଟିକୁ ଫେରିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । ବିଷ୍ଣୁପ୍ରସାଦଙ୍କ ମୃତଦେହ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସୁଦୂର କେରଳରୁ ଓଡ଼ିଶା ଆସିବା ପରେ କଟକ ଚୌଦ୍ବାର ନିଆଯାଇଥିଲା । ଚାରବାଟିଆ ସ୍ଥିତ ହାଉସିଂ ବୋର୍ଡ କଲୋନୀରେ ତାଙ୍କର ମୃତଦେହ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ମେଡିକାଲରୁ ଡିସଚାର୍ଜ ହେବାପରେ ଓଡ଼ିଶା ଫେରିଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି ।

Advertisment

ଅନ୍ୟପକ୍ଷରେ କେରଳର ମେପ୍ପାଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ବୀକୃତି ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଅବଜର୍ଭେସନରେ ରଖାଯାଇଛି । ତାଙ୍କ ଫୁସଫୁସରେ ଜମା ହୋଇଥିବା ଅଧିକାଂଶ ମାଟି ବ୍ରୋଙ୍କସ୍କୋପି ଜରିଆରେ କଢ଼ା ସରିଛି । ତଥାପି ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତେବେ ୱାୟନାଡ଼ ବିପର୍ଯ୍ୟୟର ଶିକାର ହୋଇଥିବା ୪ ଓଡ଼ିଆଙ୍କ ମଧ୍ୟରୁ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଖୋଜଖବର ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ସେନାବାହିନୀ ପକ୍ଷରୁ ନୂଆ ବୈଷୟିକ ଜ୍ଞାନକୌଶଳରେ ଖୋଜାଖୋଜି କରାଯାଉଥିବାରୁ ଖୁବଶୀଘ୍ର ତାଙ୍କର ପତ୍ତା ମିଳିବା ନେଇ ଆଶା କରାଯାଉଛି ।

Rescue Operation Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ