Kolkata Protesters
ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ 'ନବାନ୍ନ' ଘେରାଉ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ। ବିନା କୌଣସି ରାଜନୈତିକ ବ୍ୟାନରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ନବାନ୍ନକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଲୁହା ଏବଂ ବାଉଁଶ ବ୍ୟାରିକେଟ୍ ଦେଇ ସିଲ୍ କରି ଦିଆଯାଇଛି।
ଅଧିକ ପଢ଼ନ୍ତୁ: କୋଲକତା ଅଭୟା କାଣ୍ଡ ! ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ...
ଏପଟେ ସସ୍ପେନ୍ସରେ ସେମିନାର ହଲର ସତ । ପ୍ରକୃତରେ ସେଇଠି ଅପରାଧ ଘଟିଥିଲା ନା ଦିଆଯାଇଥିଲା କ୍ରାଇମ୍ ସ୍ପଟ୍ର ରୂପ । ଛାତ୍ରଛାତ୍ରୀଙ୍କ ସନ୍ଦେହ, ଏହି ରହସ୍ୟକୁ ଆହୁରି ବଢାଇ ଦେଇଛି। ପିଲାଙ୍କ ଅଭିଯୋଗ, ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ ପ୍ରକୃତରେ କ୍ରାଇମ ସ୍ପଟ୍ ନୁହେଁ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେଠି ମୃତଦେହ ଆଣି ରଖାଯାଇ ଥାଇପାରେ। କାରଣ, ଘଟଣା ଦିନ ସକାଳେ ସେମିନାର୍ ହଲ୍ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।
ଅନ୍ୟପଟେ ଘଟଣାର କିଛି ସମୟ ପରେ ହିଁ ସେମିନାର୍ ହଲ୍ ସାମ୍ନାରେ ଆରମ୍ଭ ହୋଇଯାଇଥିଲା ଭଙ୍ଗାରୁଜା। ପ୍ରଶ୍ନ ଉଠୁଛି, ସେଠି ଅପରାଧ ଘଟାଇ ମୃତଦେହକୁ ପାଖ ସେମିନାର ହଲରେ ରଖାଯାଇନଥିଲା ତ ? ଜାଣିଶୁଣି ପ୍ରମାଣ ନଷ୍ଟ କରାଯାଇନି ତ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724746176.jpg)