Advertisment

Yes Bank ହେରାଫେରି: ୫,୦୫୦ କୋଟି ଠକେଇ ଅଭିଯୋଗ ପରେ ଗାନ୍ଧି ପରିବାରକୁ ଦୋଷ ଲଦିଲେ ରାଣା କପୁର

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Was Forced To Buy Rs 2 Crore Painting from Gandhis: Yes Bank's Rana Kapoor

Was Forced To Buy Rs 2 Crore Painting from Gandhis: Yes Bank's Rana Kapoor

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।

Advertisment

ଉଭୟ ରାଣା ଓ ୱାଧନ ଭାତ୍ରା ମନି ଲଣ୍ଡରିଂ କରି କୋଟି କୋଟି ଟଙ୍କା ଦେଶ ବାହାରକୁ ପଠାଇଛନ୍ତି ବୋଲି ଇଡି ଏହାର ଦ୍ୱିତୀୟ ଚାର୍‌ସିଟ୍‌ରେ ଜଣାଇଛି । ବେଆଇନ ଭାବେ ସେହି ପାଣ୍ଠି ବାହାରକୁ ପଠାଯାଇଛି ତେଣୁ ସେହି ଅର୍ଥ ଆଦାୟ କରିବା ପାଇଁ ଦେଶ ଭିତରେ କୌଣସି ସମ୍ପତ୍ତି ନାହିଁ ।

ସୂଚନା ଅନୁସାରେ, ୟେସ୍ ବ୍ୟାଙ୍କ ୨୦୧୮ ଏପ୍ରିଲରୁ ଜୁନ୍ ଭିତରେ ୩,୭୦୦ କୋଟି ଟଙ୍କାର ଡିବେଞ୍ଚର କିଣିଥିଲା ସେହି ପାଣ୍ଠି ଡିଏଚ୍ଏଫ୍ଏଲ୍‌କୁ ହସ୍ତାନ୍ତର କରାଯାଇଛି। ଏହାର କିଛି ଦିନ ପରେ ରାଣାଙ୍କ ପରିବାରର ଏକ ସଂସ୍ଥା ଡିଓଆଇଟି ଅର୍ବାନ ଭେର୍ସକୁ ଡିଏଚ୍ଏଫ୍ଏଲ୍ ୬୦୦ କୋଟି ଟଙ୍କାର ଋଣ ଦେଇଥିଲା। ପୂର୍ବର ବେଆଇନ କାରବାରକୁ ଘୋଡ଼ାଇବା ଲାଗି ଡିଏଚ୍ଏଫ୍ଏଲ୍ ସେହି ଋଣ ଦେଇଥିଲା।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ୩୯.୬୮ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବନ୍ଧା ରଖି ୬୦୦ କୋଟି ଟଙ୍କାର ଋଣ ଦିଆଯାଇଥିଲା। ଯାହାର କିଛି ଦିନ ପରେ ଚାଷ ଜମିକୁ ଆବାସିକ ଜମିରେ ପରିବର୍ତ୍ତନ କରି ସେହି ରାଶିକୁ ବଢ଼ାଇଚଢ଼ାଇ ୭୩୫ କୋଟି ଦର୍ଶାଯାଇଥିଲା। ଋଣ ମଞ୍ଜୁର ହେବାର କିଛି ଦିନ ପୂର୍ବରୁ ରାଣା ଡିଏସ୍ଏଫ୍ଏଲ୍ ନିବେଶ କରିଥିଲେ। ତେଣୁ ଇଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ଅପରାଧିକ ଷଡ଼ଯନ୍ତ୍ର ରାଣା ଓ ଧନ ଭ୍ରାତା ଓ ଅନ୍ୟମାନେ ମିଳିତ ଭାବରେ କରିଛନ୍ତି।

ମାତ୍ର ଏହାର କିଛି ଦିନ ପରେ ୟେସ୍ ବ୍ୟାଙ୍କ ପକ୍ଷରୁ ସ୍ବାଧୀନଙ୍କ ମାଲିକାନାରେ ଥିବା ଏକ ସଂସ୍ଥା ବିଲିଫ୍ ରିଅଲଟର୍ସକୁ ୟେସ୍ ବ୍ୟାଙ୍କ ପକ୍ଷରୁ ୭୫୦ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା । ଯେଉଁ ପ୍ରକଳ୍ପ ପାଇଁ କଂପାନି ଋଣ ନେଇଥିଲେ ସେଥିରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନଥିଲା ଜାଲ୍ କଂପାନିଗୁଡ଼ିକୁ ବ୍ୟବହାର କରି ସବୁ ଟଙ୍କାକୁ ୱାଧୱାନ ଭ୍ରାତା ହଡ଼ପ କରିଥିଲେ। ୨୦୨୦ ମାର୍ଚ୍ଚ ମାସରେ ଏହି ମାମଲାରେ ରାଣାଙ୍କୁ ଗିରଫ କରାଯାଇଥିଲା । ତେବେ ରାଣା ଏବେ ବିଚାର ବିଭାଗୀୟ ହାଜତରେ ଥିବାବେଳେ ଅନ୍ୟ ଏକ ମାମଲାରେ ସ୍ଵାଧନ ଭ୍ରାତା ମଧ୍ୟ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ଅନ୍ୟପକ୍ଷେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ବିଶିଷ୍ଟ ଚିତ୍ରକର ଏମ୍ ଏଫ୍ ହୁସେନଙ୍କ ଚିତ୍ରକଳାକୁ ୨ କୋଟି ଟଙ୍କାରେ କିଣିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ରାଣା ଇଡିକୁ କହିଥିଲେ ।

Was Forced To Buy Rs 2 Crore Painting from Gandhis: Yes Bank's Rana Kapoor(ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ରାଣା କପୁର ୨ କୋଟି ଟଙ୍କାରେ କିଣିବା ଚିତ୍ର)

ଏହାସହ ସେ କହିଛନ୍ତି ଯେ, ‘ସେହି ଚିତ୍ରକଳା କିଣିବାକୁ ମୁଁ ଆଦୌ ପ୍ରସ୍ତୁତ ନଥିଲି ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ମୂରଲୀ ଦେଓରା ମୋତେ ଆସି କହିଥିଲେ ଯଦି କିଣିବାରେ ବିଳମ୍ବ ହେବ ତେବେ ୟେସ୍ ବ୍ୟାଙ୍କ ଓ ମୋ ଉପରେ ତାହାର ପ୍ରଭାବ ପଡିବ । ମୁଁ କେବେ ଗାନ୍ଧି ପରିବାର ନିକଟତର ହୋଇପାରିବିନି ଓ ମତେ ପଦ୍ମଭୂଷଣ ମିଳଇବନି ବୋଲି ଦେଓରା କହିଥିଲେ’ । ତେବେ ରାଣା ଇଡିକୁ ଗାନ୍ଧୀ ପରିବାର ସମ୍ପର୍କରେ କହିଥିବା ଏହି କଥାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

Rana Kapoor Priyanka Gandhi-Vadra Yes Bank
Advertisment
Advertisment