Advertisment

ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Vizag Chaitanya Engineering College Case

Crime

ବିଶାଖାପାଟନମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆନକପଲ୍ଲେ ସ୍ଥିତ ଚୈତଣ୍ୟ କଲେଜ ଛାତରୁ ଜଣେ ଡିପ୍ଲୋମା ଛାତ୍ରୀ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହାପୂର୍ବରୁ ସେ ତାଙ୍କ ପିତାଙ୍କୁ ତଥା ପରିବାର ଲୋକଙ୍କୁ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ସେ କିଛି ଛାତ୍ର ଓ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣକ ମେସେଜ୍‌ରେ କହିଛନ୍ତି ଯେ କଲେଜର ତାଙ୍କ ସହ କିଛି ଛାତ୍ର ଓ ଶିକ୍ଷକ ଦୁଷ୍କର୍ମ କରିଛନ୍ତି । ଆଉ ସେହି ସମୟର ଫଟୋ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି । ପୋଲିସରେ ଅଭିଯୋଗ କଲେ, ସେମାନେ ସେସବୁକୁ ଭାଇରାଲ କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

Advertisment

ମେସେଜ୍‌ରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବାରୁ ପିତା ଓ ଭଉଣୀଙ୍କୁ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ‘ସରି ଦିଦି, ଆଇ ହାଭ୍‌ ଟୁ ଗୋ’ । ଅର୍ଥାତ୍ ‘ମୋତେ କ୍ଷମା କରିଦେବ ଦିଦି, ମୁଁ ଏବେ ଯାଉଛି’ । ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ବଞ୍ଚିବାର ଆଉ ଅନ୍ୟ କୌଣସି ରାସ୍ତା ନାହିଁ । ଅନ୍ୟ କିଛି ଝିଅ ମଧ୍ୟ ତାଙ୍କୁ ହଇରାଣ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

ବ୍ଲାକମେଲିଂ କରୁଛନ୍ତି ଶିକ୍ଷକ !

ପିତାଙ୍କ ନିକଟକୁ ପଠାଇଥିବା ମେସେଜ୍‌ରେ ଛାତ୍ରୀ ଜଣକ କହିଛନ୍ତି ଯେ, ଏହି ଯୌନ ନିର୍ଯାତନା ତଥା ଯୌନ ଉତ୍ପୀଡ଼ନ ସମ୍ପର୍କରେ ପୋଲିସରେ ଅଭିଯୋଗ କଲେ, ସେମାନେ (କିଛି ଛାତ୍ର ଓ ଶିକ୍ଷକ) ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବେ । ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବେ ବୋଲି ଧମକ ଦେଉଛନ୍ତି ।

Advertisment

ଛାତ୍ରୀ ଜଣକ ଆହୁରି କହିଛନ୍ତି, ‘ ଏହି ସବୁ କାରଣ ପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, କାରଣ ମୁଁ ଯଦି ଜୀବନ ହାରିଦିଏ ତେବେ ଆପଣଙ୍କୁ ମାତ୍ର କିଛି ସମୟ ପାଇଁ ଦୁଃଖ ଲାଗିବ, ଆଉ କିଛି ଦିନ ପରେ ଆପଣ ଭୁଲି ଯିବେ । କିନ୍ତୁ ମୁଁ ଯଦି ଏମିତି ବଞ୍ଚି ରହିଲି, ତେବେ ସବୁବେଳେ ଆପଣଙ୍କୁ ଏହା ଦୁଃଖ ଦେବ । ଆପଣ ସବୁବେଳେ ଏଥିପାଇଁ ଯନ୍ତ୍ରଣା ଅନୁଭବ କରିବେ । ଯାହାକି ଅଧିକ କଷ୍ଟଦାୟକ ହେବ।’

କଲେଜର ଛାତରୁ ଡେଇଁ ଆତ୍ମହତ୍ୟା

ଏସିପି ପିଏମ ପାଲେମ କହିଛନ୍ତି ଯେ, ଛାତ୍ରୀ ଜଣକ କଲେଜ ଛାତରୁ ଡେଇଁପଡିଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଛି । ପରେ ପୋଷ୍ଟମର୍ଟମ ପାଇଁ KGH ହସ୍ପିଟାଲକୁ ନିଆଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଯୁବତୀ ଜଣକ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି, କିନ୍ତୁ ଏଥିରେ ଛାତ୍ର କିମ୍ବା ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଅଛି କି ନାହିଁ ତାହା ସୂଚନା ଦେଇନାହାନ୍ତି।

କଲ ଡିଟେଲ୍ସ ବାହାର କରୁଛି ପୋଲିସ

ଅଧିକାରୀ ଜଣକ କହିଛନ୍ତି ଯେ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ କରାଯାଉଛି। ପୋଲିସ ପୀଡିତାଙ୍କ କଲ୍ ଡାଟା ରେକର୍ଡ (CDR) ବାହାର କରୁଛି। ସହରର ମହିଳା ସଂଗଠନ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଶୀଘ୍ର ତଦନ୍ତ ଦାବି କରିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Suicide Case Student Suicide Student Death
Advertisment
Advertisment