ଫ୍ଲାଇଟରେ ମିଳୁଥିବା ଦାମୀ ଖାଦ୍ୟକୁ ହଷ୍ଟେଲ ଖାଦ୍ୟ ସହ ତୁଳନା କଲେ ଯାତ୍ରୀ, କମ୍ପାନୀ ରଖିଲା ଜବାବ

ବିବାଦରେ ଫୁଡ ବ୍ଲଗର । ହଷ୍ଟେଲ ଖାଦ୍ୟ ସହ ବିମାନର ଖାଦ୍ୟ ତୁଳନା କରିବା ପରେ ବିବାଦରେ ପଡ଼ିଛନ୍ତି ଫୁଡ ବ୍ଲଗର । ସୋସିଆଲ ମିଡିଆ ସାଇଟ X ରେ ଏନେଇ ଏକ ଫଟୋ ପୋଷ୍ଟ କରିଥିଲେ କ୍ରିପାଲ ଅମନ୍ନା ।

Flight meal

ବିବାଦରେ ଫୁଡ ବ୍ଲଗର । ହଷ୍ଟେଲ ଖାଦ୍ୟ ସହ ବିମାନର ଖାଦ୍ୟ ତୁଳନା କରିବା ପରେ ବିବାଦରେ ପଡ଼ିଛନ୍ତି ଫୁଡ ବ୍ଲଗର । ସୋସିଆଲ ମିଡିଆ ସାଇଟ X ରେ ଏନେଇ ଏକ ଫଟୋ ପୋଷ୍ଟ କରିଥିଲେ କ୍ରିପାଲ ଅମନ୍ନା । ସେ ଏହି ଖାଦ୍ୟକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଫ୍ଲାଇଟରେ ମିଳିଥିବା ଖାଇବାକୁ ହଷ୍ଟେଲରେ ମିଳୁଥିବା ନିମ୍ନମାନର ଭୋଜନ ସହ ତୁଳନା କରିଥିଲେ ।

ଏହାକୁ ନେଇ ଭିଷ୍ଟାରା ପ୍ରତିକ୍ରିୟା ପ୍ରକାଶ କରିଛି । ଗତ ମାର୍ଚ୍ଚ ୭ ରେ କ୍ରିପାଲ ଏନେଇ ଏକ ଫଟୋ ପୋଷ୍ଟ କରିଥିଲେ । ଉକ୍ତ ଫଟୋ ସହ କ୍ରିପାଲ ଲେଖିଥିଲେ ଯେ, ରୋଷେୟାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଖାଦ୍ୟ ଯେକୌଣସି ଏକ ହଷ୍ଟେଲରେ ମିଳୁଥିବା ନିମ୍ନମାନର ଖାଦ୍ୟ ପରି ।

ଉକ୍ତ ଫଟୋରେ ଏକ ଆଲୁମିନିୟମ ଫଏଲ ସହ ଅନ୍ନ ଏବଂ ତରକାରୀ ରଖାଯାଇଥିଲା । ପାର୍ଶ୍ୱରେ ଚକୋଲେଟ୍ ମିଠା ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ମଧ୍ୟ ଉକ୍ତ ଯାତ୍ରୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହାକୁ ନେଇ ଭିଷ୍ଟାରା ପ୍ରତିକ୍ରିୟା ରଖିଛି । କମ୍ପାନୀ କହିଛି ଯେ, ଭୋଜନରେ ଯାତ୍ରୀଙ୍କୁ ସନ୍ତୁଷ୍ଟ ନ କରିପାରିବାରୁ ସେମାନେ ନିରାଶ ହୋଇଛନ୍ତି ।

ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ଏକ ମିଲିୟନରୁ ଅଧିକ ଭିୟୁ ସହ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଛି ଏହି ପୋଷ୍ଟ । ପରେ ପରେ ସମସ୍ତେ କ୍ରିପାଲଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ସମସ୍ତ ଯାତ୍ରୀ ଏହି ପରି ଖାଦ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣା ପଡ଼ିଛି ।

ଜଣେ ଯାତ୍ରୀ ଲେଖିଛନ୍ତି, ସମ୍ପୂର୍ଣ୍ଣ ସହମତ । ସିଙ୍ଗାପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବା ସମୟରେ ଚିକେନ୍ ତରକାରୀ ଓ ଚାଉଳ ପରିବେଷଣ କରାଯାଇଥିଲା । କିନ୍ତୁ ଚିକେନ କଞ୍ଚା ଥିଲା । ଏପରି ଖାଦ୍ୟ ଫଳରେ ସେ ଦିନ ସାରା ଏସିଡିଟି ଭୋଗିଥିବା ପ୍ରକାଶ କରିଥିଲେ ।