VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

ସାପକୁ ଦେଖିଲେ ଆପଣଙ୍କୁ ଡ଼ର ଲାଗିବ କି ନାହିଁ .. ଭାବିଲେ ଅଫିସରେ କାମ କରିବା ବେଳେ ଯଦି ଆପଣ ସାପ ଦେଖନ୍ତି ତେବେ କ’ଣ ହେବ ? ଆପଣ ହୁଏ ତ ସବୁ କାମ ଛାଡ଼ି ଦୌଡ଼ି ପଳାଇବେ ।

Snake

ସାପକୁ ଦେଖିଲେ ଆପଣଙ୍କୁ ଡ଼ର ଲାଗିବ କି ନାହିଁ .. ଭାବିଲେ ଅଫିସରେ କାମ କରିବା ବେଳେ ଯଦି ଆପଣ ସାପ ଦେଖନ୍ତି ତେବେ କ’ଣ ହେବ? ଆପଣ ହୁଏ ତ ସବୁ କାମ ଛାଡ଼ି ଦୌଡ଼ି ପଳାଇବେ । କିନ୍ତୁ ଜଣେ ମହିଳା ସାପ ଦେଖିବା ପରେ ଏହାକୁ ଧରିବାକୁ ଯାଇଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

ସୋସିଆଲ ମିଡିଆ ଆପ୍ X ରେ ଏହି ଭିଡିଓଟି ସେୟାର କରାଯାଇଛି । ଭିଡିଓ ସେୟାର କରାଯିବା ପରଠାରୁ ଏହା ଭାଇରାଲ ହେବାରେ ଲାଗିଛି । କିପରି ଭାବେ ଉକ୍ତ ମହିଳା ଜଣକ ସାହସର ସହ ସାପକୁ ଧରି ଅଫିସ ବାହାରକୁ ବାହାର କଲେ ତାହା ଦର୍ଶାଯାଇଛି ।

ଭିଡିଓରେ ଦେଖାଯାଇଛି, ମହିଳା ଜଣକ କିପରି ବିନା ଭୟରେ ସାପକୁ ଧରୁଛନ୍ତି । ସାପଟି ଟେବୁଲ ଭିତରେ ପଶି ରହିଛି । ମହିଳା ଜଣକ ଅତି ସାଧାରଣ ଭାବେ ସାପକୁ ଟାଣି ଆଣୁଛନ୍ତି । ଯାହା ଉପସ୍ଥିତ ଲୋକଙ୍କୁ ଆଚମ୍ଭିତ କରୁଛି । ପରେ ପରେ ସାପଟି ତାର ଲାଞ୍ଜକୁ ମହିଳାଙ୍କ ହାତରେ ଗୁଡ଼ାଇ ଦେବା ସତ୍ତ୍ୱେ ମହିଳା ଜଣକ ଦମ୍ଭ ହାରିନଥିଲେ । ପରେ ସେ ସହକର୍ମୀମାନଙ୍କୁ କହିଥିଲେ, ସାପଟି ବିଷାକ୍ତ ନୁହେଁ ।

ଏହା ସହ ସାପକୁ କିପରି ଧରା ଯିବ ସେବିଷୟରେ ମଧ୍ୟ ଲୋକଙ୍କୁ ବୁଝାଇଥିଲେ । ଭିଡିଓର ଶେଷ ଆଡକୁ, ସେ ସାପଟିକୁ ଏକ ବ୍ୟାଗରେ ରଖି ବାହାରକୁ ନେଇଯାଉଥିବାର ଦେଖିବାକୁ ମିଳିଛି । ଗତ ଜୁଲାଇ ୨୭ ରେ ଏହି ଭିଡିଓଟି ସେୟାର କରାଯାଇଥିଲା ।

ଏହା ପୋଷ୍ଟ ହେବା ପରଠାରୁ ପ୍ରାୟ ତିନି ନିୟୁତ ଭ୍ୟୁ ହାସଲ କରିସାରିଲାଣି । ଅନେକ ଲୋକ ଏହା ଉପରେ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ସେ ଅତି ଶାନ୍ତ ଭାବେ ସେ ସାପକୁ କାବୁ କରିଛନ୍ତି । ଏହା ତାଙ୍କର ଜ୍ଞାନକୁ ଦର୍ଶାଇଥାଏ ।

ଅନ୍ୟ ଜଣେ X ବ୍ୟବହାରକାରୀ ଲେଖିଛନ୍ତି, ଏଭଳି ଶାନ୍ତ, ସରଳ ଓ ରଚନାତ୍ମକ ବ୍ୟବହାର ନିଆରା । ସୋସିଆଲ ମିଡିଆରେ କୌଣସି ମହିଳା ସାପ ଉଦ୍ଧାରକାରୀଙ୍କୁ ଦେଖି ନାହିଁ ବୋଲି କହିଥିଲେ । ଅନ୍ୟ ଜଣେ ଲେଖିଛନ୍ତି, ସାପ ସହ ସେ କେତେ ଶାନ୍ତ ଏବଂ ଆନନ୍ଦଦାୟକ ଭାବେ ଅଛନ୍ତି ।