Vijay Rupani
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନକୁ ନେଇ ସାମ୍ନାକୁ ଆସିଲା କିଛି ଚାଞ୍ଚଲ୍ୟକର ସତ । ଥରେ ନୁହେଁ ଦୁଇ ଦୁଇ ଥର ଲଣ୍ଡନ ଯିବା ପାଇଁ ସ୍ଥିର କରିଥିଲେ ବି ଟିକେଟ କ୍ୟାନସଲ କରିଥିଲେ ରୂପାନୀ । ଅର୍ଥାତ ୧୨ ତାରିଖ ତାଙ୍କର ପ୍ରଥମ ପସନ୍ଦ ନ ଥିଲା । ପୂର୍ବରୁ ଦୁଇ ଦୁଇ ଥର ଲଣ୍ଡନ ଯିବାକୁ ଚାହିଁଥିଲେ ମଧ୍ୟ କେଉଁ କାରଣ ପାଇଁ ସେ ଉଡ଼ାଣ ଭରି ନଥିଲେ ସେ ନେଇ କିନ୍ତୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏହା କହିବା ବାହୁଲ୍ୟ ଯେ, ଯେଉଁ ୧୨ ଏବଂ ଶୂନ ଛଅକୁ ନେଇ ଚର୍ଚ୍ଚା ହେଉଛି ତାହା ବିଜୟ ରୂପାନୀଙ୍କ କ୍ଷେତ୍ରରେ ଅଶୁଭ ସାବ୍ୟସ୍ତ ହୋଇଛି ।
ସୂଚନା ଅନୁସାରେ ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଉଡ଼ାଣ ଭରିଥିବା ବିଜୟ ରୂପାନୀ ମେ’ ୧୯ ରେ ଲଣ୍ଡନ ପାଇଁ ଟିକେଟ କାଟିଥିଲେ । ଆଉ ସେହି ବିମାନ ନମ୍ବର ଥିଲା AI171। ମେ’ ୧୯ରେ ଯାଇ ଜୁନ୍ ୨୫ରେ ସେ ଭାରତ ଫେରିବାର ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସେ ଟିକେଟ କ୍ୟାନସଲ କରି ଜୁନ୍ ୫ ପାଇଁ ଟିକେଟ କରିଥିଲେ । ଯାହାକୁ ଦ୍ବିତୀୟ ଥର ଲାଗି କ୍ୟାନସଲ କରିଥିଲେ ବିଜୟ ରୂପାନୀ । ଶେଷରେ ଜୁନ୍ ୧୨ ପାଇଁ ସେ ଟିକଟ କରିଥିଲେ । ବିମାନ ଥିଲା AI171 ଏବଂ ସିଟ୍ ନମ୍ବର ଥିଲା ଟୁ-ଡି । ଯାହା ଉଡ଼ାଣର ମାତ୍ର କେଇ ମିନଟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏତେ ବଡ଼ ବିପଦର ସମ୍ମୁଖିନ ହୋଇଛି ।
ଅଧିକ ପଢ଼ନ୍ତୁ: ଲିଙ୍କଡିନ୍ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର
ସେପଟେ ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖଡ଼ଙ୍କ ଅନୁଯାୟୀ, ବିଜୟ ରୂପାନୀ ତାଙ୍କ ପତ୍ନୀଙ୍କ ସହ ଜୁନ୍ ୫ ତାରିଖରେ ଲଣ୍ଡନ ଯିବାର ଥିଲା । କିନ୍ତୁ ସେ ଲୁଧିଆନା ପଶ୍ଚିମ ଉପନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ଜୁନ୍ ୧୨ ପର୍ଯ୍ୟନ୍ତ ଯାତ୍ରାକୁ ସ୍ଥଗିତ ରଖିଥିଲେ। ଜାଖଡ଼ ଦୁଃଖ ପ୍ରକାଶ କରି କହିଥିଲେ, 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାଗ୍ୟ ଏପରି ଖେଳ ଖେଳିଲା ଯେ ସେ ଅଡ଼ୁଆରେ ଫସିଗଲେ । ରୂପାନୀ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, କିନ୍ତୁ ସେ କେବେ ପହଞ୍ଚି ନଥିଲେ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749898799.jpg)