Advertisment

ଫୋନ୍‌ରେ ଗପିବା ମହଙ୍ଗା ପଡ଼ିଲା ! ଫଟୋ ଭାଇରାଲ ପରେ ASPଙ୍କ ବଦଳି

ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।

ଅଦ୍ୟତନ ହୋଇଛି
Viral Photo

Viral Photo

Advertisment

ସାମାନ୍ୟ ଅବହେଳାରୁ ସର୍ଭିସ ବୁକ୍‌ରେ ଲାଗିଲା ନାଲି ଦାଗ । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଫୋନ୍‌ରେ ଗପିବା ମହଙ୍ଗା ପଡ଼ିଲା । ବଦଳି ହେଲେ ବଡ଼ ପୋଲିସ ବାବୁ । ଏଭଳି ଏକ ଘଟଣା ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମୋବାଇଲ ଧରି ଗପୁଥିଲେ ବୋଲି ASPଙ୍କ ହେଲା ବଦଳି । ଏବେ ଉକ୍ତ ଅଧିକାରୀଙ୍କୁ ନରେନ୍ଦ୍ର ନଗର ପୋଲିସ ଟ୍ରେନିଂ ସେଣ୍ଟରେ ନିଯୁକ୍ତି କରାଯାଇଛି ।

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଓହ୍ଲାଉଥିଲେ । ଆଉ ଏହି ସମୟରେ ପୋଲିସ ବାବୁ ତାଙ୍କୁ ପାଛୋଟି ନେବାକୁ ପ୍ରସ୍ତୁତ ଥିଲେ । ହେଲେ ଠିକ୍‌ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ବେଳକୁ ମୋବାଇଲରେ ଗପୁଥିଲେ ପୋଲିସ ବାବୁ । ଖାଲି ସେତିକି ନୁହେଁ, ଗୋଟିଏ ହାତରେ ମୋବାଇଲ ଧରି ଗପୁଥିବା ବେଳେ ଅନ୍ୟ ହାତରେ ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିଥିଲେ ପୋଲିସ ବାବୁ । ଯାହାକି ଅତ୍ୟନ୍ତ ଅଶୋଭନୀୟ ଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ କରିବାର ଗାଇଡଲାଇନ୍‌ ଭୁଲିଯାଇଥିଲେ ପୋଲିସ ବାବୁ । ଏହି ପୁରା ଘଟଣାର ଏକ ଫଟୋ ଭାଇରାଲ ହେବା ପରେ ଉକ୍ତ ଆଡିସନାଲ ଏସ୍‌ପିଙ୍କୁ ବଦଳି କରି ଦିଆଯାଇଛି । 

Advertisment

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗତ ୧୧ ତାରିଖରେ ଭୁସ୍ଖଳନ ଯୋଗୁ ବିଧ୍ୱସ୍ତ ହୋଇଥିବା କୋଟୱାର ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ସେଠାରେ ଜୟ ବାଲୁନି ନାମକ ଆଡିସନାଲ ଏସ୍‌ପି ଉପସ୍ଥିତ ଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ସେ ଗୋଟିଏ ହାତରେ ଫୋନ୍‌ ଧରି କଥା ହେଉଥିବା ବେଳେ ଅନ୍ୟ ହାତରେ ସାଲ୍ୟୁଟ କରିଥିଲେ ।

ଅନ୍ୟପଟେ ଉତ୍ତର ଭାରତରେ ଥମୁନି ପ୍ରକୃତିର ତାଣ୍ଡବ। ବିଶେଷ କରି ହିମାଚଳ ପ୍ରଦେଶରେ ଗତ ତିନି-ଚାରି ଦିନ ଧରି ଲଗାଣ ବର୍ଷା ଓ ଭୂସ୍ଖଳନ ପ୍ରଳୟ ରଚିଛି । ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୮୦ ଟପିଲାଣି । ତାସ ଘର ପରି ଭୁଶୁଡି ପଡୁଛି ପାହାଡି ଇଲାକାର ଘର ଗୁଡ଼ିକ । ମାତ୍ର କେଇ ସେକେଣ୍ଡରେ ଧରାଶାୟୀ ହୋଇଛି ତିନି ମହଲା ଅଟ୍ଟାଳିକା । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଂଜାବରେ କିଛି ଦିନ ହେଲାଣି ଜୋର୍ ବର୍ଷା ଲାଗି ରହିଛି । 

Advertisment

ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା । ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ ୧୦ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇ ସାରିଲାଣି।

ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ । ଘରର ଭଗ୍ନାବଶେଷ ତଳୁ ଜୀବନ ଖୋଜା ଚାଲିଛି । ଆହୁରି କିଛି ଦିନ ମଧ୍ୟ ବର୍ଷା ଲାଗି ରହିବାର ପୂର୍ବାନୁମାନ କରାଯାଇଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ । ହିମାଚଳରେ ୧୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି ।

ମୋଟ ଉପରେ ଦେଖିବାକୁ ଗଲେ ଚଳିତ ବର୍ଷ ହିମାଚଳ ପ୍ରଦେଶରେ ବର୍ଷାରେ ୨୧୪ ଜଣ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ଦୁଇ ମାସ ଭିତରେ ଏହି ରାଜ୍ୟରେ ୭୪୨ ମିଲିମିଟର ବର୍ଷା ହୋଇଛି । ପଂଜାବରେ ମଧ୍ୟ ପ୍ରବଳ ବନ୍ୟା ଦେଖିବାକୁ ମିଳିଛି । ହୋସିୟାରପୁର, ଗୁରଦାସପୁର, ରୁପନଗର ଜିଲ୍ଲାର ସ୍ଥିତି ସାଂଘାତିକ । ଲୋକେ ଘରୁ ବାହାରି ପାରୁନାହାନ୍ତି । 

Viral Photo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ