Advertisment

Vice presidential election: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଗୋପନ ବାଲଟ୍‌ରେ ଭୋଟ୍ ଦେଉଛନ୍ତି ସାଂସଦ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା।

Vice presidential election

Vice presidential election

Advertisment

ସଂସଦରେ ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ପ୍ରଥମେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିବ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀ। NDA ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଜଣେ ପୋଖତ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ ତାଙ୍କ ଘର ତାମିଲନାଡ଼ୁରେ ।

Advertisment

ସେହିପରି ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି। ତାଙ୍କ ଘର ତେଲେଙ୍ଗାନାରେ । ଉଭୟ NDA ଓ ଇଣ୍ଡି ମେଣ୍ଟ ଦକ୍ଷିଣ ଭାରତରୁ ପ୍ରାର୍ଥୀ ଦେଇଥିବାରୁ ଦୁଇ ଜଣଙ୍କ ମଧ୍ୟରେ ଟକ୍କର ନେଇ ଆଶା କରାଯାଉଛି। ତେଣେ ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖି ଭୋଟରେ ଭାଗ ନନେବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି। ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ ।

Vice Presidential Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ