• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସେ ପ୍ରାଣ ହରାଇଛନ୍ତି । ବିନୋଦ ଦୁଆଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ମଲ୍ଲିକା ଦୁଆ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମହାମାରୀକୁ ହରାଇବା ପରେ ତାଙ୍କଠାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିଲା । ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପୂର୍ବରୁ ହିଁ ବିନୋଦ ଦୁଆଙ୍କ ମୃତ୍ୟୁ ସମ୍ପର୍କରେ ଗୁଜବ ହୋଇଥିଲା, ଆଉ ସେତେବେଳେ ତାଙ୍କ ଝିଅ ଏକଥାକୁ ମିଛ ବୋଲି କହିଥିଲେ ।

ଲୋଧି ଶ୍ମଶାନ ଘାଟରେ ବିନୋଦ ଦୁଆଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ କହିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପିତାଙ୍କୁ ହରାଇବାର ଦୁଃଖ ବଖାଣିଛନ୍ତି ମଲ୍ଲିକା ଦୁଆ । ସେ ଲେଖିଛନ୍ତି ନିର୍ଭୀକ ତଥା ଅସାଧାରଣ ମଣିଷଙ୍କ ଦେହାନ୍ତ ହୋଇଛି । ଏବେ ସେ ମା’ଙ୍କ ସହ ସ୍ୱର୍ଗରେ ରହିବେ । ମଲ୍ଲିକାଙ୍କ ମା ଚଳିତ ବର୍ଷ କରୋନା ଭାଇରସରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।

ବିନୋଦ ଦୁଆ ଏବଂ ତାଙ୍କ ପତ୍ନୀ କରୋନାର ଦ୍ୱିତୀୟ ଲହରୀ ସମୟରେ ସଂକ୍ରମିତ ହୋଇଥିଲେ । ଆଉ ସେବେଠାରୁ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂରା ବିଗିଡ଼ି ଯାଇଥିଲା । ଏହା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିନୋଦ ଦୁଆ ସୁସ୍ଥ ହୋଇ ୭ ଜୁନରେ ଘରକୁ ଫେରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ଜୁନ୍ ୧୨ରେ ଦେହାନ୍ତ ହୋଇଥିଲା ।

ମୃତ୍ୟୁ ବେଳକୁ ବିନୋଦ ଦୁଆଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ବିନୋଦ ଦୁଆ ଦୂରଦର୍ଶନ ଏବଂ NDTV ରେ କାମ କରୁଥିଲେ । ୧୯୯୬ରେ ସେ ପ୍ରଥମ ଇଲେକ୍ଟ୍ରୋନିକ୍ ମିଡିଆ ସାମ୍ବାଦିକ ଥିଲେ, ଯିଏରାମନାଥ ଗୋଏଙ୍କା ପୁରସ୍କାର ପାଇଥିଲେ । ସାମ୍ବାଦିକତା ପାଇଁ ତାଙ୍କୁ ୨୦୦୮ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।