Advertisment

ରାମ ମନ୍ଦିର ପାଇଁ ଘଣ୍ଟା ପ୍ରଦାନ କଲେ ପରିବା ବିକାଳୀ, ଏକାସାଙ୍ଗେ ଦେଖାଇବ ୯ ଦେଶର ସମୟ

ତାମିଲନାଡୁରେ ସ୍ୱତନ୍ତ୍ର ଭାବେ ନିର୍ମିତ ୪୨ଟି ଘଣ୍ଟିକୁ ଅଯୋଧ୍ୟା ପଠାଯାଇଛି। ନମକ୍କଲ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଏଗୁଡିକୁ ନିର୍ମାଣ କରାଯାଇଛି। ବେଙ୍ଗଲୁରୁର ଜଣେ ଭକ୍ତ ରାଜେନ୍ଦ୍ର ପ୍ରସାଦ ରାମମନ୍ଦିର ଲାଗି ଏହି ବେଲ୍ ଗୁଡିକୁ ତିଆରି କରାଇଛନ୍ତି ।

Ram Mandira

Ram Mandira

Advertisment

ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି ଲକ୍ଷ୍ନୌର ଜଣେ ପରିବା ବିକାଳୀ ଅନିଲ କୁମାର ସାହୁ। ଏହି ଘଣ୍ଟାର ପେଟେଣ୍ଟ ରହିଥିବା ବେଳେ ଏହା ଏକା ସଙ୍ଗରେ ୯ଟି ଦେଶର ସମୟ ଦେଖାଇ ପାରିବ। ମନ୍ଦିର ପରିସରରେ ଏହି ଘଣ୍ଟାକୁ ଲଗାଯିବ। ରାମ ମନ୍ଦିର ଟ୍ରଷ୍ଟ ସଂପାଦକଙ୍କୁ ଅନିଲ ଏହି ଘଣ୍ଟା ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରକୁ ମଧ୍ୟ ଏଭଳି ଏକ ଘଣ୍ଟା ପ୍ରଦାନ କରିଥିଲେ ।

Advertisment

ସେପଟେ ତାମିଲନାଡୁରେ ସ୍ୱତନ୍ତ୍ର ଭାବେ ନିର୍ମିତ ୪୨ଟି ଘଣ୍ଟିକୁ ଅଯୋଧ୍ୟା ପଠାଯାଇଛି। ନମକ୍କଲ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଏଗୁଡିକୁ ନିର୍ମାଣ କରାଯାଇଛି। ବେଙ୍ଗଲୁରୁର ଜଣେ ଭକ୍ତ ରାଜେନ୍ଦ୍ର ପ୍ରସାଦ ରାମମନ୍ଦିର ଲାଗି ଏହି ବେଲ୍ ଗୁଡିକୁ ତିଆରି କରାଇଛନ୍ତି । ରୂପା, ତମ୍ବା ଓ ବ୍ରୋଞ୍ଜରେ ବେଲଗୁଡିକ ତିଆରି ହୋଇଛି। ଏଗୁଡିକର ଓଜନ ସର୍ବନିମ୍ନ ୨୫ କିଲୋରୁ ୭୨ କିଲୋ ଯାଏଁ ରହିଛି। ସମସ୍ତ ୪୨ଟି ବେଲ୍ ତିଆରିରେ ୧୨ ଶହ କିଲୋ ଧାତୁ ବ୍ୟବହାର ହୋଇଛି ।

India Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ